ଲଖୀମପୁର ଖୀରୀ ହିଂସା ମାମଲାରେ ଆସନ୍ତାକାଲି ରାଷ୍ଟ୍ରପତିଙ୍କୁ ଭେଟିବେ କଂଗ୍ରେସ ପ୍ରତିନିଧି

କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ଦଳର ପ୍ରତିନିଧି ବୁଧବାର ସକାଳ ୧୧:୩୦ରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଭେଟିବାକୁ ଯାଉଛନ୍ତି। ଏହି ସାକ୍ଷାତରେ କଂଗ୍ରେସ ଉତ୍ତର ପ୍ରଦେଶର ଲଖୀମପୁର ଖୀରୀ ଘଟଣା ବିଷୟରେ ଆଲୋଚନା କରି

ଲଖୀମପୁର ଖୀରୀ ହିଂସା ମାମଲାରେ ଆସନ୍ତାକାଲି ରାଷ୍ଟ୍ରପତିଙ୍କୁ ଭେଟିବେ କଂଗ୍ରେସ ପ୍ରତିନିଧି

ଲଖୀମପୁର ଖୀରୀ ହିଂସା ମାମଲାରେ ଆସନ୍ତାକାଲି ରାଷ୍ଟ୍ରପତିଙ୍କୁ ଭେଟିବେ କଂଗ୍ରେସ ପ୍ରତିନିଧି

  • Share this:
News18 Odia Digital

ନୂଆ ଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଦଳ ପ୍ରତିନିଧି ବୁଧବାର ଦିନ ଲଖୀମପୁର ଖୀରୀ ହିଂସା ମାମଲାରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଭେଟିବେ। ଏହି ଘଟଣାର ତଥ୍ୟ ସହ ଜଡ଼ିତ ଏକ ସ୍ମାରକପତ୍ର ତାଙ୍କୁ ପ୍ରଦାନ କରିବ। ମଙ୍ଗଳବାର ସୂତ୍ରରୁ ଏହି ସୂଚନା ଦିଆଯାଇଛି।

ରାହୁଲ ଗାନ୍ଧିଙ୍କ ବ୍ୟତୀତ ସାତ ଜଣିଆ କଂଗ୍ରେସ ପ୍ରତିନିଧି ଦଳ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ, ବରିଷ୍ଠ ନେତା ଏ.କେ. ଏଣ୍ଟୋନି, ଗୁଲାମ ନବୀ ଆଜାଦ, ଲୋକସଭାରେ କଂଗ୍ରେସ ନେତା ଆଦିର ରଞ୍ଜନନ ଚୌଧୁରୀ, ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଓ ସଙ୍ଗଠନର ସାଧାରଣ ସମ୍ପାଦକ ଭେଣୁଗୋପାଳ ସାମିଲ ଯୋଗ ଦେବେ।

କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ଏହି ଦଳର ପ୍ରତିନିଧୀ ବୁଧବାର ସକାଳ ୧୧:୩୦ରେ ରାଷ୍ଟ୍ରପତିଙ୍କୁ ଭେଟିବେ। ନିକଟରେ କଂଗ୍ରେସ ରାଷ୍ଟ୍ରପତିଙ୍କୁ ଏକ ଚିଠି ଲେଖି ସାକ୍ଷାତ କରିବାକୁ ଅନୁମତି ମାଗିଥିଲେ । ଲଖୀମପୁର ଖୀରୀ ଘଟଣାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅଜୟ କୁମାର ମିଶ୍ରାଙ୍କୁ ବରଖାସ୍ତ କରିବାକୁ କଂଗ୍ରେସ ଦାବି କରିଛି।

ଗତ ୩ ତାରିଖରେ ଲଖୀମପୁର ଖୀରୀ ହିଂସାକାଣ୍ଡରେ ଚାରି ଜଣ ଚାଷୀଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ମାମଲାରେ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମେତ ଅନେକ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆଶିଷଙ୍କୁ ଶନିବାର ଗିରଫ କରାଯାଇଥିଲା।
Published by:Lipina Das
First published: