ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ରାହୁଲ ଗାନ୍ଧିଙ୍କ ପରେ ପାର୍ଟିର ଆଉ ୫ ଜଣ ନେତାଙ୍କ Twitter ଆକାଉଣ୍ଟ ସସ୍‌ପେଣ୍ଡ; ଦାବି କଲା କଂଗ୍ରେସ

ରାହୁଲ ଗାନ୍ଧିଙ୍କ ପରେ ପାର୍ଟିର ଆଉ ୫ ଜଣ ନେତାଙ୍କ Twitter ଆକାଉଣ୍ଟ ସସ୍‌ପେଣ୍ଡ; ଦାବି କଲା କଂଗ୍ରେସ

ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅଜୟ ମାକନ୍, ଲୋକସଭାର ଦଳର ସଚେତକ ମଣିକମ ଟାଗୋର, ଆସାମର ଦାୟିତ୍ବ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଓ ମହିଳା କଂଗ୍ରେସ ସଭାପତି ସୁସ୍ମିତା ଦେବଙ୍କ ଟ୍ବିଟର ଆକାଉଣ୍ଟକୁ ସସ୍‌ପେଣ୍ଡ କରାଯାଇଛି ।

ରାହୁଲ ଗାନ୍ଧିଙ୍କ ପରେ ପାର୍ଟିର ଆଉ ୫ ଜଣ ନେତାଙ୍କ Twitter ଆକାଉଣ୍ଟ ସସ୍‌ପେଣ୍ଡ; ଦାବି କଲା କଂଗ୍ରେସ
ରାହୁଲ ଗାନ୍ଧିଙ୍କ ପରେ ପାର୍ଟିର ଆଉ ୫ ଜଣ ନେତାଙ୍କ Twitter ଆକାଉଣ୍ଟ ସସ୍‌ପେଣ୍ଡ
  • News18 Odia
  • Last Updated: August 12, 2021, 2:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଣ୍ଟକୁ ଅସ୍ଥାୟୀ ସ୍ଥଗିତ ରଖାଯାଇଥିବା ବେଳେ କଂଗ୍ରେସ ବୁଧବାର ବିଳମ୍ବିତ ରାତିରେ ଦାବି କରିଛି ଯେ ରଣଦୀପ ସୁରଜେୱାଲାଙ୍କ ସମେତ ଆଉ ପାଞ୍ଚ ଜଣ ବରିଷ୍ଠ ନେତାଙ୍କ ଆକାଉଣ୍ଟ ବିରୋଧରେ ମଧ୍ୟ ସମାନ ଅଭିଯୋଗ ହୋଇଛି।

ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅଜୟ ମାକନ୍, ଲୋକସଭାର ଦଳର ସଚେତକ ମଣିକମ ଟାଗୋର, ଆସାମର ଦାୟିତ୍ବ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଓ ମହିଳା କଂଗ୍ରେସ ସଭାପତି ସୁସ୍ମିତା ଦେବଙ୍କ ଟ୍ବିଟର ଆକାଉଣ୍ଟକୁ ସସ୍‌ପେଣ୍ଡ କରାଯାଇଛି ।

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ଗତ ସପ୍ତାହରେ ଦିଲ୍ଲୀରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ହୋଇଥିବା ନଅ ବର୍ଷର ନାବାଳିକା ପରିବାରର ଫଟୋ ଟ୍ୱିଟର ପୋଷ୍ଟ କରିଥିଲେ । ନ୍ୟାସନାଲ କମିଶନ ଫର୍ ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ରାହୁଲ ଗାନ୍ଧୀଙ୍କ ଟ୍ୱିଟକୁ ଜାଣି ନାବାଳିକା ପୀଡିତାଙ୍କ ଗୋପନୀୟତା ଉଲ୍ଲଂଘନ କରି କଂଗ୍ରେସ ନେତାଙ୍କ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ମାମଲା ହାଇ କୋର୍ଟରେ ପହଞ୍ଚିଛି ବୋଲି ଟ୍ୱିଟର ସ୍ପଷ୍ଟ କରିଛି

ଏହି ମାମଲାରେ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନ ସମୟରେ ଟ୍ୱିଟର ହାଇକୋର୍ଟଙ୍କୁ କହିଛି ଯେ ଆମେ ରାହୁଲ ଗାନ୍ଧିଙ୍କ ଉକ୍ତ ଟ୍ୱିଟକୁ ହଟାଇଛୁ। ଏହି ଟ୍ବିଟର ଆମର ନୀତି ଉଲ୍ଲଂଘନ କରିଛି। ଆକାଉଣ୍ଟକୁ ମଧ୍ୟ ଲକ୍ କରାଯାଇଛି ।

ଏହି ମାମଲାରେ ଆବେଦନକାରୀ ଯୁକ୍ତି କରିଥିଲେ ଯେ ରାହୁଲ ଗାନ୍ଧି ଜେଜେ ଆଇନ ଉଲ୍ଲଂଘନ କରିଛନ୍ତି। ସେ ସୋସିଆଲ ମିଡ଼ିଆ ଆକାଉଣ୍ଟ ଜରିଆରେ ପୀଡିତାଙ୍କ ପରିବାରର ପରିଚୟ ପ୍ରକାଶ କରିଛନ୍ତି। ଏହା ପରେ ପ୍ରଧାନ ବିଚାରପତି ଓକିଲଙ୍କୁ ଟ୍ୱିଟର ପାଇଁ ପଚାରିଥିଲେ ଯେ ଫଟୋ ହଟାଯାଇଛି କି ନାହିଁ?
Published by: Lipina Das
First published: August 12, 2021, 12:57 PM IST