Rajasthan politics: ତେଜିଲା ଗେହଲଟ୍- ପାଇଲଟ୍ କଳି
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ନିଜ ସରକାର ବିରୋଧରେ ଅନଶନ କରିବେ ପାଇଲଟ (sachin pilot)। ପୂର୍ବ ବିଜେପି ସରକାର ଅମଳରେ ହୋଇଥିବା ଦୁର୍ନୀତିର ତଦନ୍ତ ହେଉ ନଥିବାରୁ ଏହାର ପ୍ରତିବାଦରେ ଆଜି ଅନଶନ କରୁଛନ୍ତି ରାଜସ୍ଥାନ (rajasthan)ର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସଚିନ ପାଇଲଟ । ଏହାକୁ ନେଇ ପୁଣି ଗରମ ହୋଇଛି ରାଜସ୍ଥାନ ରାଜନୀତି । ପାଇଲଟଙ୍କ ଅନଶନ ଘୋଷଣା ପରେ ଅଡୁଆରେ ଗେହଲଟ ସରକାର ।
ସେପଟେ ସଚିନଙ୍କ ଏଭଳି ଆଭିମୁଖ୍ୟକୁ ସହଜରେ ଗ୍ରହଣ କରିପାରୁ ନାହିଁ କଂଗ୍ରେସ । ଗତକାଲି ନୂଆଦିଲ୍ଲୀ (new delhi)ରେ ଦଳର ଜରୁରୀ ବୈଠକ ବସିଥିଲା। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ (mallikarjun kharge)ଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରାହୁଲ ଗାନ୍ଧି (rahul gandhi), ଜୟରାମ ରମେଶ ପ୍ରମୁଖ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ । ବିଳମ୍ବିତ ରାତି ଯାଏ ଚାଲିଥିଲା ଏହି ବୈଠକ। ସେପଟେ ରାଜସ୍ଥାନ କଂଗ୍ରେସ ପ୍ରଭାରୀ ସୁଖିନ୍ଦର ସିଂ ରାନ୍ଧୱା ଚିଠି ଲେଖି ସଚିନ ପାଇଲଟଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। କହିଛନ୍ତି ନିଜ ଦଳ ବିରୋଧରେ ଏଭଳି କାର୍ଯ୍ୟକୁ ଦଳ ବିରୋଧୀ ବୋଲି ଧରାଯିବ। ଯଦି କିଛି ସମସ୍ୟା ରହିଛି ତାହା ଆଲୋଚନା ମାଧ୍ୟମରେ ହୋଇପାରିବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ୨୦୧୮ ନିର୍ବାଚନ ସମୟରେ ଗେହଲଟ୍ ଖୋଲାଖୋଲି ଭାବେ ବସୁନ୍ଧରା ରାଜେ ସରକାରଙ୍କୁ ଦୁର୍ନୀତିଗ୍ରସ୍ତ କହିବା ସହ କଂଗ୍ରେସ କ୍ଷମତାକୁ ଆସିଲେ ସବୁ କିଛିର ତଦନ୍ତ ହେବ ବୋଲି କହିଥିଲେ। କିନ୍ତୁ ଗେହଲଟ ସାଢ଼େ ୪ ବର୍ଷ କ୍ଷମତାରେ ରହିଥିଲେ ମଧ୍ୟ କୌଣସି ଗୋଟିଏ ମାମଲାର ତଦନ୍ତ କରିନାହାନ୍ତି । ଏମିତି କି ଚିଠି ଲେଖି ବାରମ୍ବାର ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳୁନାହିଁ ବୋଲି ଅଭିଯୋଗ ଆଣିଛନ୍ତି ସଚିନ ।
ଏହି ଖବର ପଢ଼ନ୍ତୁ -
FREEରେ ନିଅନ୍ତୁ IAS ଓ RAS କୋଚିଂ: ଏହି ବିଶ୍ଵବିଦ୍ୟାଳୟରେ କରନ୍ତୁ ଆବେଦନPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।