ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ୧୧ ଦିନରେ ପହଞ୍ଚିଲା କଂଗ୍ରେସର 'ଭାରତ ଯୋଡ ଯାତ୍ରା'

କଂଗ୍ରେସର 'ଭାରତ ଯୋଡ ଯାତ୍ରା' ରବିବାର ୧୧ ଦିନରେ ପହଞ୍ଚିଛି। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଦଳର ନେତାମାନେ ଆଜି ଆଲାପୁଜା ଠାରୁ ଯାତ୍ରା ଆରମ୍ଭ କରିଛନ୍ତି ।

ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ୧୧ ଦିନରେ ପହଞ୍ଚିଲା କଂଗ୍ରେସର 'ଭାରତ ଯୋଡ ଯାତ୍ରା'

ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ୧୧ ଦିନରେ ପହଞ୍ଚିଲା କଂଗ୍ରେସର 'ଭାରତ ଯୋଡ ଯାତ୍ରା'

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ନୂଆ ଦିଲ୍ଲୀ : କଂଗ୍ରେସର 'ଭାରତ ଯୋଡ ଯାତ୍ରା' ରବିବାର ୧୧ ଦିନରେ ପହଞ୍ଚିଛି। ଏହି ଯାତ୍ରା ବର୍ତ୍ତମାନ କେରଳରେ ଚାଲୁଅଛି । ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଦଳର ନେତାମାନେ ଆଜି ଆଲାପୁଜା ଠାରୁ ଯାତ୍ରା ଆରମ୍ଭ କରିଛନ୍ତି । ୨୦୦ କିଲୋମିଟର ପୂରଣ କରିବା ପରେ ଆଜି ସକାଳୁ ଆଲାପୁଜା ଜିଲ୍ଲାର ହରିପାଦରୁ କଂଗ୍ରେସ ନେତାମାନେ ଯାତ୍ରା ଆରମ୍ଭ କରିଛନ୍ତି।

କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଏହି ୩୫୦୦ କିଲୋମିଟର ପଦଯାତ୍ରା ୧୫୦ ଦିନ ମଧ୍ୟରେ ଶେଷ ହେବ ଏବଂ ଏହା ୧୨ଟି ରାଜ୍ୟ ଦେଇ ଅତିକ୍ରମ କରିବେ । କେରଳରୁ ଏହି ଯାତ୍ରା ୩୦ ସେପ୍ଟେମ୍ବରରେ କର୍ଣ୍ଣାଟକରେ ପହଞ୍ଚିବ । ଏହି ଯାତ୍ରା କର୍ଣ୍ଣାଟକରେ ମଧ୍ୟ ୨୧ ଦିନ ଚାଲିବ । ଦିନକୁ ୨୫ କିଲୋମିଟର ଦୂରତା ଅତିକ୍ରମ କରିବ ।

ରାହୁଲ ଗାନ୍ଧି ଏହି ଯାତ୍ରାକୁ ଶୋଷଣ ବିରୋଧରେ ଲଢେଇ ବୋଲି ବର୍ଣ୍ଣନା କରିଛନ୍ତି। ଏକ ଟ୍ୱିଟ୍ କରି ରାହୁଲ ଗାନ୍ଧି କହିଛନ୍ତି, “ଉଚିତ ଦରମା, ଶୋଷଣରୁ ସୁରକ୍ଷା, ଚିକିତ୍ସା ସୁବିଧା, ପେନସନ୍ ଏବଂ ସାମାଜିକ ସୁରକ୍ଷା। ଏହି ସବୁ ପ୍ରସଙ୍ଗ ହେଉଛି ଭାରତ ଯୋଡ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ।"

କଂଗ୍ରେସ କହିବା ଅନୁଯାୟୀ, ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରର ବିଭାଜନକାରୀ ରାଜନୀତିକୁ ପ୍ରତିହତ କରିବା ତଥା ଅର୍ଥନୈତିକ ଅସମାନତା, ସାମାଜିକ ପୋଲାରାଇଜେସନ୍ ଏବଂ ରାଜନୈତିକ କେନ୍ଦ୍ରୀକରଣର ବିପଦ ବିଷୟରେ ଦେଶର ଲୋକଙ୍କୁ ଅବଗତ କରାଇବା ପାଇଁ 'ଭାରତ ଯୋଡ ଯାତ୍ରା' ଆୟୋଜନ କରାଯାଉଛି।

କଂଗେସ ନେତା ରାହୁଲ ଗାନ୍ଧି କହିଛନ୍ତି ଧର୍ମ, ସମ୍ପ୍ରଦାୟ ନିର୍ବିଶେଷରେ ଭାରତୀୟମାନଙ୍କୁ ଏକାଠି କରିବା ଏବଂ ଯେତେବେଳେ ଆମେ ଏକାଠି ଠିଆ ହୋଇ ପରସ୍ପରକୁ ସମ୍ମାନ ଦେବୁ ସେତେବେଳେ ଏହା ସଫଳ ହେବ। ଏହି ଯାତ୍ରାରେ ରାଲି ଏବଂ ସାଧାରଣ ସଭା ଅନୁଷ୍ଠିତ ହେଉଛି, ଯାହା ପରେ ସୋନିଆ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସମେତ କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ଯୋଗଦେବେ।
Published by:Sujit Swain
First published: