- News18 Odia
- Last Updated :
- New Delhi, India
News 18 Odia Digital
ଟ୍ବିଟରର ମାଲିକାନା ନିଜ ହାତକୁ ନେବା ପରଠାରୁ ଏଲୋନ ମସ୍କ ଅନେକ ବଡ଼ ନିଷ୍ପତ୍ତି ନେଇଥିଲେ। ଯେଉଁଥିରେ କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରାଯିବା ସବୁଠୁ ବଡ଼ ନିଷ୍ପତ୍ତି ଥିଲା । କିନ୍ତୁ ଏବେ ଏଭଳି ଜଣାପଡ଼ୁଛି ଯେ ଏହି ନିଷ୍ପତ୍ତି ତାଙ୍କ ଉପରେ ହିଁ ଭାରି ପଡ଼ୁଛି।ଟ୍ବିଟର ଅଧିଗ୍ରହଣ ପରେ ଛଟେଇ ନେଇ କଠୋର ନିଷ୍ପତ୍ତି ଯୋଗୁଁ କମ୍ପାନୀରେ କାମ କରୁଥିବା ହଜାର ହଜାର କର୍ମଚାରୀ ଚାକିରି ହରାଇଥିଲେ।
ଟ୍ବିଟରରେ କାମ କରିଥିବା ଏହି ଦୁଇ ମହିଳା ଅଭିଯୋଗ କରିଛନ୍ତି ଯେ ହଠାତ୍ ଏତେ ସଂଖ୍ୟକ କର୍ମଚାରୀଙ୍କ ଛଟେଇ ଫଳରେ ମହିଳା କର୍ମଚାରୀଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡ଼ିଛି। ସେମାନେ କହିଛନ୍ତି ଯେ, ଏମିତି କରି ବଡ଼ମାତ୍ରାରେ ହୋଇଥିବା ଛଟେଇରେ ମହିଳା କର୍ମଚାରୀଙ୍କୁ ଟାର୍ଗେଟ କରାଯାଇଛି। ମହିଳା ଅଭିଯୋଗ କରିଛନ୍ତି ଛଟେଇ ପୂର୍ବରୁ ଟ୍ବିଟର ଅଧିକ ପୁରୁଷ କର୍ମଚାରୀଙ୍କୁ ଭର୍ତ୍ତି କରିଥିଲା ଏବଂ ଛଟେଇ ସମୟରେ ୫୭ ପ୍ରତିଶତ ମହିଳା କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଛି ଯାହା ବାହାର କରାଯାଇଥିବା ପୁରୁଷଙ୍କ ତୁଳାନାରେ ବହୁତ କମ୍।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।