ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ୱେବ୍ ସିରିଜର ଦ୍ୱିତୀୟ ଏପିସୋଡରେ ଏକ ମହିଳା ଚରିତ୍ର ବିରୁଦ୍ଧରେ ବ୍ୟବହୃତ ‘‘ଲିଙ୍ଗ ଭେଦଭାବରେ ଭରା ମନ୍ତବ୍ୟ’’ ନେପାଳୀ ଭାଷାଭାଷୀ ଲୋକଙ୍କ ପ୍ରତି ସିଧାସଳଖ ଅପମାନ ବୋଲି କହିଛି ସଙ୍ଗଠନ ।

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ
ଅଭିନେତ୍ରୀ ଅନୁଷ୍କା ଶର୍ମା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଇଟାନଗର: ଅରୁଣାଚଳ ପ୍ରଦେଶର ଏକ ଗୋର୍ଖା ସଂଗଠନ ୱେବ୍ ସିରିଜ୍ ‘ପାତାଲ୍ ଲୋକ୍‌’ର ଏକ ଦୃଶ୍ୟରେ ଗୋର୍ଖା ସମ୍ପ୍ରଦାୟ ଉପରେ କଥିତ ‘‘ଲିଙ୍ଗ ଭେଦଭାବ ଭରା ମନ୍ତବ୍ୟ’’ ଦେଇଥିବା ଯୋଗୁଁ ଅଭିନେତ୍ରୀ ଅନୁଷ୍କା ଶର୍ମା (Anushka Sharma)ଙ୍କ ବିରୋଧରେ ଜାତୀୟ ମାନବାଧିକାର ଆୟୋଗ (NHRC)ରେ ଏକ ଅଭିଯୋଗ କରିଛି । ଅନୁଷ୍କା ଶର୍ମା ଏହି ୱେବ୍ ସିରିଜର ନିର୍ମାତା ।

ଅଲ୍‌ ଅରୁଣାଚଳ ପ୍ରଦେଶ ଗୋର୍ଖା ୟୁଥ୍‌ ଆସୋସିଏସନ୍‌ (AAPGYA)ର ନାମକ ଏହି ସଙ୍ଗଠନର ନାମସାଇ ଶାଖାର ସଭାପତି ବିକାଶ ଭଟ୍ଟରାଇ ଏହି ଅଭିଯୋଗ ଦାୟର କରିଛନ୍ତି । ସଙ୍ଗଠନ ଏହି ଅଭିଯୋଗରେ ଦର୍ଶାଇଛି ଯେ ୱେବ୍ ସିରିଜର ଦ୍ୱିତୀୟ ଏପିସୋଡରେ ଏକ ମହିଳା ଚରିତ୍ର ବିରୁଦ୍ଧରେ ବ୍ୟବହୃତ ହୋଇଥିବା ‘‘ଲିଙ୍ଗ ଭେଦଭାବରେ ଭରା ମନ୍ତବ୍ୟ’’ ନେପାଳୀ ଭାଷାଭାଷୀ ଲୋକଙ୍କ ପ୍ରତି ସିଧାସଳଖ ଅପମାନ ।

AAPGYA କହିଛି ଯେ ଏହି କଥିତ ମହିଳା ବିରୋଧୀ ମନ୍ତବ୍ୟ ଗୋର୍ଖା ସମ୍ପ୍ରଦାୟ ତଥା ନେପାଳୀ ଭାଷାଭାଷୀ ଲୋକଙ୍କ ଭାବନାକୁ ଆଘାତ ଦେଇଛି । ୱେବ୍ ସିରିଜ୍ ବନ୍ଦ କରାଯାଉ କିମ୍ବା 'ପାତାଲ୍ ଲୋକ୍‌'ର ଦଳ ଗୋର୍ଖା ଲୋକଙ୍କ ନିକଟରେ କ୍ଷମା ମାଗିବା ଉଚିତ ବୋଲି ଏହା ଦାବି କରିଛି ।

ଅଭିନେତ୍ରୀ ଅନୁଷ୍କା ଶର୍ମା


ଏହି ସଙ୍ଗଠନ ନିଜ ଅଭିଯୋଗରେ କହିଛି: ‘‘ଏହି ୱେବ୍‌ ସିରିଜ୍ ନେପାଳୀ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଛି । ନେପାଳୀ ସମ୍ପ୍ରଦାୟର ଲୋକଙ୍କୁ ଅପମାନିତ କରିବା, ସେମାନଙ୍କ ପ୍ରତିଷ୍ଠାକୁ ଆଘାତ ଦେବା ଓ ଲଜ୍ଜାଜନକ ସଂଳାପ ଉପସ୍ଥାପନ କରିବା ଯୋଗୁଁ ସୋସିଆଲ ମିଡିଆରେ ଏହା ଉପରେ ତୀବ୍ର ବିରୋଧ ଜାରି ରହିଛି ।’’

AAPGYA ରାଜ୍ୟ ୟୁନିଟ୍ ସଭାପତି ଶ୍ୟାମ ଘାଟାନି କହିଛନ୍ତି: ‘‘କେବଳ ନେପାଳୀ ସମ୍ପ୍ରଦାୟ ନୁହେଁ, ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ସମସ୍ତେ ଲକ୍ଷ ଲକ୍ଷ ନେପାଳୀ ଭାଷାଭାଷୀ ଲୋକଙ୍କ ପ୍ରତି ଏ ପ୍ରକାର ଅପମାନଜନକ କାର୍ଯ୍ୟକୁ ଦୃଢ଼ ନିନ୍ଦା କରିବା ଉଚିତ୍ ।’’

ସଙ୍ଗଠନ ଏହି ପ୍ରସଙ୍ଗରେ NHRC ଓ କେନ୍ଦ୍ର ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରଣାଳୟକୁ ଏକ ଶକ୍ତ ନିଷ୍ପତ୍ତି ନେବାକୁ ନିବେଦନ କରିଛି ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 25, 2020, 2:27 PM IST