କ୍ରୋଧରେ କମ୍ପାନୀ ମ୍ୟାନେଜର୍ କର୍ମଚାରୀଙ୍କ ଆଙ୍ଗୁଳି କାମୁଡ଼ି ଛିଡ଼େଇଦେଲେ, ଗିରଫ ହେଲେ

ଏହି ଝଗଡ଼ା ସମୟରେ ଉଭୟେ ମଦ୍ୟପାନ କରିଥିଲେ ବୋଲି କୁହାଯାଉଛି । ଦୁହେଁ ଏକ କାରରେ ଥିବା ବେଳେ ଏହି ଝଗଡ଼ା ହୋଇଥିଲା । ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ମ୍ୟାନେଜର୍ ଏହି ଅବାବନୀୟ କାର୍ଯ୍ୟ କରିଥିଲେ ।

କ୍ରୋଧରେ କମ୍ପାନୀ ମ୍ୟାନେଜର୍ କର୍ମଚାରୀଙ୍କ ଆଙ୍ଗୁଳି କାମୁଡ଼ି ଛିଡ଼େଇଦେଲେ, ଗିରଫ ହେଲେ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 23, 2020, 9:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଗୋଟିଏ ବୀମା କମ୍ପାନୀର ବୋସ୍‌ (boss) ଓ ଜଣେ କର୍ମଚାରୀଙ୍କ ମଧ୍ୟରେ ଝଗଡ଼ା ଏତେ ବଢ଼ିଗଲା ଯେ ବୋସ୍‌ କ୍ରୋଧରେ କର୍ମଚାରୀଙ୍କ ଏକ ଆଙ୍ଗୁଳି କାମୁଡ଼ିଦେଲେ! ଏହି ଘଟଣା ପୂର୍ବ ଦିଲ୍ଲୀର ମଣ୍ଡାୱଲୀ ଅଞ୍ଚଳରେ ଏକ ବୀମା କମ୍ପାନୀର (Insurance company) ଜଣେ ବରିଷ୍ଠ ମ୍ୟାନେଜର୍‌ ଓ ତାଙ୍କର ଜଣେ ଅଧୀନସ୍ଥ କର୍ମଚାରୀଙ୍କ ମଧ୍ୟରେ ଝଗଡ଼ା ବେଳେ ଘଟିଛି ।

ମ୍ୟାନେଜର୍‌ ଜଣକ ରାଗିଯାଇ କର୍ମଚାରୀଙ୍କ ଆଙ୍ଗୁଠି ଚୋବାଇ ପକାଇଥିଲେ । ସେ ଏତେ ଜୋରରେ କାମୁଡ଼ିଥିଲେ ଯେ କର୍ମଚାରୀଙ୍କ ଆଙ୍ଗୁଳି (finger) କଟି ଅଲଗା ହୋଇଯାଇଥିଲା ଓ କର୍ମଚାରୀ ଗୁରୁତର ଆହତ ହୋଇଥିଲେ । କୁହାଯାଉଛି ଯେ ଏହି ଝଗଡ଼ା ସମୟରେ ଉଭୟେ ମଦ୍ୟପାନ କରିଥିଲେ । ଏହି ଝଗଡ଼ା ଦୁହେଁ ଏକ କାରରେ ଥିବା ବେଳେ ହୋଇଥିଲା । ଦୁହିଁଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା । ତା’ ପରେ ମ୍ୟାନେଜର୍‌ ଏହି ଅବାବନୀୟ କାର୍ଯ୍ୟ କରିଥିଲେ (boss bites off employee finger) ।

ସୂଚନା ଅନୁଯାୟୀ ଏହି ଘଟଣା ପରେ ଯନ୍ତ୍ରଣାରେ ଛଟପଟ ହେଉଥିବା କର୍ମଚାରୀ ପୋଲିସକୁ ଫୋନ୍‌ କରି ମାମଲା ସମ୍ପର୍କରେ କହିଥିଲେ । ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଓ ସେଠାରେ ଅସ୍ତ୍ରୋପଚାର (surgery to join finger) କରାଯାଇଥିଲା ।

ପୋଲିସ ଏହା ପରେ ସକ୍ରିୟ ହୋଇଥିଲା ଓ ଅଭିଯୁକ୍ତ ମ୍ୟାନେଜର୍‌ ହେମନ୍ତ ସିଦ୍ଧାର୍ଥଙ୍କ ବିରୋଧରେ ଆଇପିସିର ଦଫା ୩୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତାଙ୍କୁ ଗିରଫ ବି କରାଯାଇଛି । ପୀଡ଼ିତ କର୍ମଚାରୀଙ୍କ ନାମ ମୋହିତ କୁମାର (୩୪ ବର୍ଷ) ।

ସ୍ଥାନୀୟ ପୋଲିସ ଷ୍ଟେସନ ଅନୁଯାୟୀ ମୋହିତ କୁମାର ଏକ ଘରୋଇ ବୀମା କମ୍ପାନୀରେ (private insurance company) କାମ କରନ୍ତି । ସେ ତାଙ୍କ ପରିବାର ସହିତ ଗାଜିଆବାଦର ରାଜନଗର ଏକ୍ସଟେନ୍ସନରେ ରୁହନ୍ତି । ପୂରା ମାମଲା ବିଷୟରେ ମୋହିତ କହିଛନ୍ତି ଯେ ସେ କିଛି କାମ ପାଇଁ ତାଙ୍କ ମ୍ୟାନେଜର୍‌ ହେମନ୍ତ ସିଦ୍ଧାର୍ଥଙ୍କ କାରରେ ଅକ୍ଷରଧାମରୁ କରୋଲବାଗ କୌଣସି କାମରେ ଯାଇଥିଲେ ।

ସନ୍ଧ୍ୟାରେ କାମ ସରିବା ପରେ ଯେତେବେଳେ ମ୍ୟାନେଜରଙ୍କ କାର୍‌ ଅକ୍ଷରଧାମରେ ପହଞ୍ଚିଲା ସେତେବେଳେ ସେ ସେଇଠି ଓହ୍ଲେଇବେ ବୋଲି କହିଥିଲେ । ତାଙ୍କ ବୋସ୍ କହିଥିଲେ, ‘‘ଏବେ କାରରେ ବସ । ଆଗରେ ମୟୂର ବିହାର ଫେଜ୍‌-୧ରେ ଗ୍ୟାଲେରିଆ ମଲ୍ ନିକଟରେ ଆଉ ଏକ କାମ ଅଛି ।ତା’ ପରେ ଯିବ ।’’ ହେଲେ ମୋହିତ କହିଥିଲେ ଯେ ତାଙ୍କୁ ଘରେ ଏକ ଜରୁରୀ କାମ ଅଛି, ତେଣୁ ତାଙ୍କୁ ଏବେ ହିଁ ଯିବାକୁ ପଡ଼ିବ ।

ଏହା ବି ପଢ଼ନ୍ତୁ | Moto E7 Plus ଭାରତରେ ଲଞ୍ଚ ହେଲା; ୧୦ ହଜାରରୁ କମ୍ ୪୮ ମେଗାପିକ୍ସେଲ କ୍ୟାମେରା ବିଶିଷ୍ଟ ଏହି ଫୋନର ଦାମ୍

ଏହା ବି ପଢ଼ନ୍ତୁ | ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର! ଦଶହରା ଓ ଦୀପାବଳୀ ପୂର୍ବରୁ ରେଳବାଇ ଚଳାଇ ପାରେ ୮୦ଟି ନୂଆ ଟ୍ରେନ୍

ମୋହିତଙ୍କ କହିବାନୁସାରେ ତାଙ୍କ ବୋସ୍ ତାଙ୍କୁ ଜବରଦସ୍ତି କାରରେ ବସାଇ ମୟୂର ବିହାର ଫେଜ୍‌-୧ରେ ଥିବା ଗ୍ୟାଲେରିଆ ମଲକୁ ନେଇଯାଇଥିଲେ । ଏହା ପରେ ବୋସ୍‌ ହେମନ୍ତ ସିଦ୍ଧାର୍ଥ କାର୍‌ ଭିତରେ ତାଙ୍କ ସହ ଗାଳିଗୁଲଜ ଓ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ । ମୋହିତ ଏହାକୁ ବିରୋଧ କରିବାରୁ ସେ ତାଙ୍କ ମୁହଁକୁ ଚାପୁଡ଼ା ମାରିଥିଲେ ।



ନିଜକୁ ରକ୍ଷା କରିବା ପାଇଁ ମୋହିତ ନିଜ ମୁହଁରେ ବାମ ହାତ ରଖିଥିଲେ । ହେମନ୍ତ ତାଙ୍କ ହାତକୁ ଟାଣି ନେଇ ଗୋଟିଏ ଆଙ୍ଗୁଳିକୁ ଦାନ୍ତରେ କାମୁଡ଼ି ଦେଇଥିଲେ । ଆଙ୍ଗୁଳିଟି ଅଧା କଟି ଖସିପଡ଼ିଥିଲା ।
Published by: Anand Shankar Thankur Das
First published: September 23, 2020, 9:50 PM IST
corona virus btn
corona virus btn
Loading