କମନୱେଲଥ୍ ଏବଂ ଅଲିମ୍ପିକ୍ ଖେଳାଳିମାନେ
News 18 Odia Digital
ନୂଆଦିଲ୍ଲୀ; ଯଦି କମନୱେଲଥ ଗେମ୍ସରେ ଅଂଶଗ୍ରହଣ କରୁଥିବା ଖେଳାଳିମାନେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆଡମିସନ ନେବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ସିୟୁଇଟି(CUET) ପରୀକ୍ଷା ଦେବାକୁ ପଡ଼ିବ । ଦିଲ୍ଲୀ ବିଶ୍ୱିଦ୍ୟାଳୟରେ ସିୟୁଇଟି ପ୍ରକ୍ରିୟା ପୂର୍ବରୁ, ପଦକ ଜିତିଥିବା ଛାତ୍ରଛାତ୍ରୀଙ୍କ ଆଡମିସନ ସିଧାସଳଖ ଥିଲା । ଏଥର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୟୁଜି ପାଠ୍ୟକ୍ରମରେ ଆଡମିସନ ପାଇଁ CUET ପରୀକ୍ଷା ଦେବାକୁ ପଡିବ। ବିଭିନ୍ନ ପାଠ୍ୟକ୍ରମରେ ଆଡମିସନ ପାଇଁ ନିୟମ ପ୍ରସ୍ତୁତ ହେଉଛି । ବିଏସସି (B.Sc),ସ୍ୱାସ୍ଥ୍ୟ ଶିକ୍ଷା ଏବଂ କ୍ରୀଡା ଆଡମିସନ ପାଇଁ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି ।
ଏଥି ସହିତ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ କ୍ରୀଡ଼ା ପ୍ରମାଣପତ୍ରରେ ୩୦ ମାର୍କ ଦିଆଯିବ । ବିଏସସି ଶାରୀରିକ ଶିକ୍ଷା କ୍ଷେତ୍ରରେ ଆଡମିସନ ପାଇଁ ୫୦% CUET, ୫୦% ଟ୍ରାଏଲ୍ ଏବଂ କ୍ରୀଡା ପ୍ରମାଣପତ୍ରକୁ ଆଧାର ଭାବରେ ବିବେଚନା କରାଯିବ । ୫୦ ରୁ ୩୦ ପ୍ରତିଶତ କ୍ରୀଡ଼ା ସାର୍ଟିଫିକେଟ୍ ପାଇଁ ଦିଆଯିବ, ତା’ପରେ ୨୦ ପ୍ରତିଶତ ପରୀକ୍ଷା ପାଇଁ ଦିଆଯିବ ।
ସିୟୁଇଟି ୟୁଜି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଛି ଏବଂ ଏହି ପରୀକ୍ଷା ଅଗଷ୍ଟ ୨୮ ପର୍ଯ୍ୟନ୍ତ ଚାଲିବ । ସିଲଭର ବିଜେତା ୩୦ ରୁ ୨୫ ମାର୍କ ଏବଂ ବ୍ରୋଞ୍ଜ ବିଜେତା ୨୩ ମାର୍କ ପାଇବେ । CUET UG ପରୀକ୍ଷା ଶେଷ ହେବା ପରେ, ପିଜି ପରୀକ୍ଷା ସେପ୍ଟେମ୍ୱର ୧ରୁ ଆରମ୍ଭ ହେବ ଏବଂ UG ଫଳାଫଳ ୧୦ ଦିନ ମଧ୍ୟରେ ଘୋଷଣା କରାଯିବ ବୋଲି ଆଶା କରାଯାଉଛି ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।