CPIM ନେତାଙ୍କୁ କେରଳ ରାଜ୍ୟପାଳଙ୍କ ଆହ୍ୱାନ: ସାହସ ଅଛି ତ ରାଜ ଭବନକୁ ଆସି ମାର

ଯଦି ସାହସ ଅଛି ରାଜଭବନକୁ ଆସି ମୋତେ ମାର। କେରଳ ମୁଖ୍ୟମନ୍ତ୍ରୀ ରାଜ୍ୟପାଳ ସିପିଆଇ (ଏମ) ନେତାମାନଙ୍କୁ ଆହ୍ୱାନ ଦେଇଛନ୍ତି।

କେରଳ ରାଜ୍ୟପାଳ (ପ୍ରତୀକାତ୍ମକ ଛବି)

କେରଳ ରାଜ୍ୟପାଳ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଥିରୁବନନ୍ତପୁରମ: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ ଚାଲିଥିବା ବିବାଦ ମଧ୍ୟରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ସୋମବାର ଦିନ ଶାସକ ସିପିଆଇ (ଏମ) ନେତାମାନଙ୍କୁ ଆହ୍ୱାନ ଦେଇଛନ୍ତି। ଯଦି ସାହସ ଅଛି ରାଜଭବନକୁ ଆସି ମୋତେ ମାର ବୋଲି କହିଛନ୍ତି ରାଜ୍ୟପାଳ।

ସେମାନେ ସାମ୍ବିଧାନିକ ଶାସନ ବ୍ୟବସ୍ଥା ନଷ୍ଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମୁଁ ସେମାନଙ୍କୁ ଆହ୍ବାନ ଦେଉଛି, ସେମାନେ ଆହୁରି ଅଗ୍ରସର ହୁଅନ୍ତୁ, ଅଧିକ ସମସ୍ୟା ସୃଷ୍ଟି କରନ୍ତୁ, ସତ୍‌ସାହସ ଥିଲେ ରାଜଭବନ ମଧ୍ୟକୁ ଧଷେଇ ପଶନ୍ତୁ ଓ ବାଟଘାଟରେ ମତେ ଆକ୍ରମଣ କରନ୍ତୁ। ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ, ମୁଁ କିଏ ସେ ଜାଣନ୍ତି ନାହିଁ। କିନ୍ତୁ, ସେ କିଏ ମୁଁ ଜାଣିଛି କହିଛନ୍ତି ରାଜ୍ୟପାଳ।

ନଭେମ୍ବର ୧୫ରେ ସିପିଆଇ (ଏମ୍) ର ପ୍ରସ୍ତାବିତ ପଦଯାତ୍ରା ଉପରେ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ କହିଛନ୍ତି ଯେ ନଭେମ୍ବର ୧୫ରେ ଏହା ପଦଯାତ୍ରା କର ନାହିଁ (CPI-M ମାର୍ଚ୍ଚ), ଯେଉଁ ଦିନ ମୁଁ ରାଜ ଭବନରେ ଅଛି, ଏ। ମୁଁ ସେଠାକୁ ଆସିଛି, ଆସନ୍ତୁ ଏକ ସର୍ବସାଧାରଣ ବିତର୍କ କରିବା ..କର୍ତ୍ତବ୍ୟ ନିର୍ବାହ କରିବାରେ କୁଳପତିମାନଙ୍କୁ ବାଧା ଦିଆଯାଉଛି। ସେମାନଙ୍କ କର୍ତ୍ତବ୍ୟ ପାଳନ କରିବା ବନ୍ଦ କରାଯାଉଛି। ମୋତେ ଧମକ ଦିଆଯାଉଛି।

କେରଳର ରାଜ୍ୟପାଳ ଖାଁ ଓ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ମଧ୍ୟରେ କିଛି ପ୍ରସଙ୍ଗକୁ  ନେଇ ମତାନ୍ତର ଚାଲିଛି। କିଛି ଦିନ ହେବ ସେମାନେ ପରସ୍ପର ମଧ୍ୟରେ ଭୀଷଣ ଯୁକ୍ତିତର୍କ କରୁଛନ୍ତି। ‘ସିପିଆଇ-ଏମ୍‌’ ନେତା ବିଜୟନ କହୁଛନ୍ତି ଯେ, ରାଜ୍ୟରେ ‘ଆର୍‌ଏସ୍‌ଏସ୍‌ ଆଜେଣ୍ଡା’ ପ୍ରଣୟନ କରିବା ଲାଗି କେରଳ ରାଜ୍ୟପାଳ ଉଦ୍ୟମ କରିବା ସହିତ ସାମ୍ପ୍ରଦାୟିକବାଦ କ୍ଷେତ୍ରରେ ରାଜ୍ୟକୁ ଏକତରଫା କରୁଛନ୍ତି।
Published by:Soumya Das
First published: