୧୦୦ ବର୍ଷର ହେଲେ କର୍ଣ୍ଣେଲ୍ ପ୍ରୀତିପାଲ ସିଂ ଗିଲ୍; ତିନିଟି ଯାକ ସେନାରେ ସେ କାମ କରିଛନ୍ତି
କର୍ଣ୍ଣେଲ ସିଂଙ୍କ ବିଷୟରେ କୁହାଯାଏ ଯେ ସେ ନିଜ ପରିବାରକୁ ନ ପଚାରି ବ୍ରିଟିଶ୍ ଶାସନ ସମୟରେ ରୟାଲ ଇଣ୍ଡିଆନ ବାୟୁସେନାରେ ଯୋଗ ଦେଇଥିଲେ । ଏହା ପରେ ପାଇଲଟ୍ ଅଫିସର ଭାବରେ କରାଚିରେ ତାଙ୍କର ପୋଷ୍ଟିଂ ହୋଇଥିଲା ।

କର୍ଣ୍ଣେଲ ପ୍ରୀତିପାଲ ସିଂ ଗିଲ୍
- News18 Odia
- Last Updated: December 11, 2020, 3:48 PM IST
ନୂଆ ଦିଲ୍ଲୀ: ୧୯୬୫ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଭାଗ ନେଇଥିବା କର୍ଣ୍ଣେଲ ପ୍ରୀତିପାଲ ସିଂ ଗିଲ୍ (Prithipal Singh Gill) ଡିସେମ୍ବର ୧୧ରେ ନିଜ ଜୀବନର ୧୦୦ ବର୍ଷ (100th Birthday) ପୂରଣ କରିଛନ୍ତି । କର୍ଣ୍ଣେଲ ପ୍ରୀତିପାଲ ସିଂ ହେଉଛନ୍ତି ଏକ ମାତ୍ର ଅଧିକାରୀ ଯିଏ ଭାରତୀୟ ନୌସେନା, ବାୟୁ ସେନା ଓ ସ୍ଥଳ ସେନାରେ କାର୍ଯ୍ୟ କରିଛନ୍ତି ।
କର୍ଣ୍ଣେଲ ସିଂଙ୍କ ବିଷୟରେ କୁହାଯାଏ ଯେ ସେ ନିଜ ପରିବାରକୁ ନ ପଚାରି ବ୍ରିଟିଶ୍ ଶାସନ ସମୟରେ ରୟାଲ ଇଣ୍ଡିଆନ ବାୟୁସେନାରେ ଯୋଗ ଦେଇଥିଲେ । ଏହା ପରେ ପାଇଲଟ୍ ଅଫିସର ଭାବରେ କରାଚିରେ ତାଙ୍କର ପୋଷ୍ଟିଂ ହୋଇଥିଲା ।
କର୍ଣ୍ଣେଲ ପ୍ରୀତିପାଲ ସିଂ ଗିଲ ହାୱାର୍ଡ ଏୟାରକ୍ରାଫ୍ଟ ଉଡ଼ାଉଥିଲେ । ଲେଫ୍ଟନାଣ୍ଟ ଜେନେରାଲ କେ.ଜେ. ସିଂ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଗିଲଙ୍କ ବିଷୟରେ ଏହି ସୂଚନା ସେୟାର କରିଛନ୍ତି । ପ୍ରୀତିପାଲ ସିଂ ଗିଲଙ୍କ ୧୦୦ ବର୍ଷ ପୂରଣ ହେବାର ବିଶେଷ ଉତ୍ସବରେ ସେ ସୋସିଆଲ ମିଡିଆରେ ତାଙ୍କ ଯୌବନର ଏକ ଫଟୋ ଓ ବର୍ତ୍ତମାନର ସମୟର ଏକ ଫଟୋ ବି ସେୟାର କରିଛନ୍ତି । ଏହି ଫଟୋ ସହିତ ସେ କ୍ୟାପସନରେ ଲେଖିଛନ୍ତି, ‘‘କର୍ଣ୍ଣେଲ ପ୍ରୀତିପାଲ ସିଂ ଗିଲ – ୧୦୦ ନଟ୍ ଆଉଟ୍’’
Col Prithipal Singh Gill (retd.), the only officer to serve in Indian Air Force, Indian Navy, and Indian Army (Artillery), turns 100. He served during World War-II and the 1965 India-Pakistan War
(Photo source: Indian Army) pic.twitter.com/PxlFa8udlP
— ANI (@ANI) December 11, 2020
କର୍ଣ୍ଣେଲ ଗିଲଙ୍କୁ ପରେ ଭାରତୀୟ ନୌସେନାକୁ ସ୍ଥାନାନ୍ତର କରାଯାଇଥିଲା । ଭାରତୀୟ ନୌସେନାରେ ଥିବା ବେଳେ କର୍ଣ୍ଣେଲ ଗିଲ ସ୍ୱିପିଂ ଜାହାଜ ଓ INS ତୀରରେ ସେବା କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ତାଙ୍କୁ ମାଲ ପରିବହନ କରୁଥିବା ଜାହାଜଗୁଡ଼ିକର ତଦାରଖ ଦାୟିତ୍ୱ ଦିଆଯାଇଥିଲା ।
ଏହା ପରେ କର୍ଣ୍ଣେଲ ଗିଲଙ୍କୁ ଭାରତୀୟ ସ୍ଥଳ ସେନାରେ ସେବା କରିବାର ସୁଯୋଗ ମିଳିଥିଲା । କର୍ଣ୍ଣେଲ ଗିଲ ଗ୍ୱାଲିଅର ମାଉଣ୍ଟେନ୍ ବ୍ୟାଟେରୀ ଓ ମଣିପୁରରେ ଆସାମ ରାଇଫଲ୍ସ ସହିତ କାମ କରିବାର ସୁଯୋଗ ପାଇଥିଲେ ।