ବୈଷ୍ଣୋ ଦେବୀଙ୍କ ଛବି ଥିବା ୫ ଓ ୧୦ ଟଙ୍କିଆ ମୁଦ୍ରା ଅଛି? ତାକୁ ବିକିଲେ ଆପଣ ୧୦ ଲକ୍ଷ ଟଙ୍କା ପାଇବେ

ଯଦି ଆପଣଙ୍କ ପାଖରେ ମାତା ବୈଷ୍ଣୋ ଦେବୀଙ୍କ ଛବି ଥିବା ୫ ଓ ୧୦ ଟଙ୍କିଆ ମୁଦ୍ରା ଅଛି, ତେବେ ଆପଣ ତାକୁ ଅନଲାଇନରେ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଏହି ମୁଦ୍ରା ୨୦୦୨ ମସିହାରେ ଜାରି କରାଯାଇଥିଲା ।

ବୈଷ୍ଣୋ ଦେବୀଙ୍କ ଛବି ଥିବା ୫ ଓ ୧୦ ଟଙ୍କିଆ ମୁଦ୍ରା ଅଛି? ତାକୁ ବିକିଲେ ଆପଣ ୧୦ ଲକ୍ଷ ଟଙ୍କା ପାଇବେ
ମାତା ବୈଷ୍ଣୋ ଦେବୀଙ୍କ ଛବି ଥିବା ୫ ଓ ୧୦ ଟଙ୍କିଆ ମୁଦ୍ରା
  • News18 Odia
  • Last Updated: October 19, 2020, 4:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ସଙ୍କଟ ସମୟରେ ଆପଣ ବି ଯଦି ରୋଜଗାର କରିବାର ସୁଯୋଗ ଖୋଜୁଛନ୍ତି ତେବେ ଆପଣଙ୍କ ପାଖରେ ଲକ୍ଷପତି ହେବାର ଏକ ସୁଯୋଗ ଅଛି । ଏଥି ପାଇଁ ଆପଣଙ୍କୁ ବିଶେଷ କିଛି କରିବାର ଆବଶ୍ୟକତା ନାହିଁ । ଆପଣଙ୍କ ପାଖରେ କେବଳ ୫ ଟଙ୍କା ଓ ୧୦ ଟଙ୍କାର ପୁରୁଣା ମୁଦ୍ରା ରହିଥିବା ଉଚିତ୍ । ଆପଣଙ୍କୁ ସେହି ପୁରୁଣା ମୁଦ୍ରାର ଫଟୋ ଏକ ୱେବସାଇଟରେ ଦେବାକୁ ହେବ । ତା’ ପରେ ଆପଣଙ୍କ ମୁଦ୍ରା ପାଇଁ ଅକ୍ସନ୍‌ (ନିଲାମ ପ୍ରକ୍ରିୟା) ହେବ ଓ ଆପଣ ସେହି ମୁଦ୍ରାକୁ ବିକ୍ରୟ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଏବେ ଜାଣନ୍ତୁ କେଉଁ ପ୍ରକାରର ୫ ଓ ୧୦ ଟଙ୍କିଆ ମୁଦ୍ରା ଏଥି ପାଇଁ ଦରକାର ଯାହା ଦ୍ୱାରା ଆପଣ ଏମିତି ରୋଜଗାର କରିପାରିବେ ।

କେଉଁ ମୁଦ୍ରା ଲକ୍ଷପତି କରିବ?

ମିଡିଆ ରିପୋର୍ଟ ଅନୁଯାୟୀ ପୁରୁଣା ମୁଦ୍ରା ଓ ନୋଟ୍ ଇଣ୍ଡିଆ ମାର୍ଟର (India Mart) ୱେବସାଇଟରେ ନିଲାମ କରାଯାଉଛି । ଯଦି ଆପଣ ପୁରୁଣା ଜିନିଷ ସଂଗ୍ରହ କରିବାକୁ ଭଲପାଆନ୍ତି, ତେବେ ଆପଣଙ୍କର ସେହି ହବି ଆପଣଙ୍କୁ ଏବେ ଲକ୍ଷପତି କରିପାରେ । ଏଥି ପାଇଁ ଆପଣଙ୍କୁ ୧୦ କିମ୍ବା ୫ ଟଙ୍କାର ସେହି ପୁରୁଣା ମୁଦ୍ରା ଦରକାର ଯେଉଁଥିରେ ବୈଷ୍ଣୋ ମାତାଙ୍କ ଛବି ଥିବ ।

ବୈଷ୍ଣୋ ଦେବୀଙ୍କ ୧୦ ଟଙ୍କା ମୁଦ୍ରାର ଚାହିଦା ବଢ଼ୁଛି

ଆଜିକାଲି ଟଙ୍କା ରୋଜଗାରର ଉପାୟ ଇ-କମର୍ସ (e-commerce) ୱେବସାଇଟରେ ବି ଟ୍ରେଣ୍ଡ ହେଉଛି । ଯଦି ଆପଣଙ୍କ ପାଖରେ ମାତା ବୈଷ୍ଣୋ ଦେବୀଙ୍କର ୫ ଓ ୧୦ ଟଙ୍କିଆ ମୁଦ୍ରା ଅଛି, ତେବେ ଆପଣ ତାକୁ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଏହି ମୁଦ୍ରା ୨୦୦୨ ମସିହାରେ ଜାରି କରାଯାଇଥିଲା ।

ଏହା ବି ପଢ଼ନ୍ତୁ | ଅପରାଜିତା ଷଢ଼ଙ୍ଗୀଙ୍କ ଅଫିସ୍ ସିଲିଂ: ସୁର ରାଉତରାୟ କହିଲେ, ‘‘ସେ ନାଚିଲେ, ଗାଇଲେ, କ’ଣ ଭାସିଗଲା ସେଇଠୁ?’’

ଅସଲରେ ବୈଷ୍ଣୋ ଦେବୀ ମାତା ରାଣୀଙ୍କ ଛବି ଥିବାରୁ ଲୋକେ ଏହି ମୁଦ୍ରାଗୁଡ଼ିକୁ ବହୁତ ଭାଗ୍ୟବାନ (ଲକି) ମନେ କରୁଛନ୍ତି । ହିନ୍ଦୁ ଧର୍ମରେ ମାତା ବୈଷ୍ଣୋ ଦେବୀଙ୍କୁ ପୂଜା କରାଯାଏ । ତେଣୁ ଲୋକେ ଏହି ମୁଦ୍ରା ପାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ।

ଆପଣ କେତେ ଟଙ୍କା ରୋଜଗାର କରିପାରିବେ?

ଏହି ମୁଦ୍ରାଗୁଡ଼ିକୁ ନିଲାମରେ ବିକ୍ରି କରି ଆପଣ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ । ଏହା ବ୍ୟତୀତ ଆପଣ ଏହି ମୁଦ୍ରାଗୁଡ଼ିକର ବିଡିଂ ସମୟରେ ମଧ୍ୟ ଏହା ଉପରେ ନିଜେ ଦାମ୍‌ ଲଗାଇପାରିବେ ।

ଏହା ବି ପଢ଼ନ୍ତୁ | କଙ୍ଗନା ରାଣାୱତଙ୍କ ବିରୋଧରେ FIR ଦାୟର କରିବାକୁ ପୋଲିସକୁ ଆଦେଶ ଦେଲେ କୋର୍ଟ

ଏହି ମୁଦ୍ରାଗୁଡ଼ିକୁ କେଉଁଠି ବିକ୍ରି କରିପାରିବେ?

ଇଣ୍ଡିଆ ମାର୍ଟରେ ଏହି ମୁଦ୍ରାଗୁଡ଼ିକୁ ଘରେ ବସି ଭଲ ଦାମରେ ବିକ୍ରି କରାଯାଇପାରୁଛି । ଏହି ପ୍ଲାଟଫର୍ମଗୁଡିକରେ ଆପଣଙ୍କୁ ଏହି ମୁଦ୍ରାଗୁଡ଼ିକ ପାଇଁ ଭଲ ଦାମ୍‌ ମିଳିବ । ଏହି କମ୍ପାନୀର ୱେବସାଇଟ୍ ପରିଦର୍ଶନ କରି ଆପଣ ଏହି ମୁଦ୍ରା ବିକ୍ରି କରିପାରିବେ । ଏହାର ପ୍ରତିବଦଳରେ ଆପଣ ଲକ୍ଷ ଲକ୍ଷ ଟଙ୍କା ପାଇପାରିବେ ।



ଏହି ନୋଟ୍ ବିକି ଆପଣ ୨୫ ହଜାର ଟଙ୍କା ରୋଜଗାର କରିପାରିବେ

ବ୍ରିଟିଶମାନେ ଭାରତରେ ରାଜୁତି କରୁଥିବା ବେଳେ ଏପରି ଅନେକ ନୋଟ୍ ଚାଲୁଥିଲା ଯାହାକୁ ବର୍ତ୍ତମାନ ଅନେକ ଲୋକ ଜାଣି ହିଁ ନ ଥିବେ । ପ୍ରଥମ ୧୦ ଟଙ୍କିଆ ନୋଟରେ ଅଶୋକ ସ୍ତମ୍ଭର ଛବି ଥିଲା । ତିନି ମୁହଁବାଲା ସିଂହର ଛବି ଥିବା ସେହି ନୋଟ୍ ଏବେ ବିରଳ ହୋଇଯାଇଛି । କିନ୍ତୁ ଯଦି ଆପଣଙ୍କ ପାଖରେ ସେହି ନୋଟ୍ ଅଛି, ତେବେ ଆପଣଙ୍କର ଭାଗ୍ୟ ଉଜ୍ଜ୍ୱଳ ହୋଇପାରେ । ଏହି ଗୋଟିଏ ନୋଟ୍ ପ୍ରତିବଦଳରେ ଆପଣଙ୍କୁ ୨୦ରୁ ୨୫ ହଜାର ଟଙ୍କା ମିଳିବ । ଭଲ କଥା ହେଉଛି ଆପଣ ଏହି ନୋଟକୁ ଘରେ ବସି ଅନଲାଇନରେ ବିକ୍ରି କରିପାରିବେ ।
Published by: Anand Shankar Thankur Das
First published: October 19, 2020, 4:03 PM IST
corona virus btn
corona virus btn
Loading