ଜାତୀୟ ରାଜପଥରେ ସିଏନଜି୍ ଗ୍ୟାସ୍ ଲିକ୍; ଧୂଆଁମୟ ହେଲା ପୁରା ରାସ୍ତା
- News18 Odia
- Last Updated :
- Odisha (Orissa), India
News 18 Odia Digital
ଓଡ଼ିଶା : ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ (National Highway) ଉପରେ ସିଏନଜି ଗ୍ୟାସ୍ ଲିକ୍ । ମାଳତୀପାଟପୁର ଛକ ନିକଟରେ ସିଏନଜି୍ ଗ୍ୟାସ୍ ସିଲିଣ୍ଡର (Gas Cylinder) ଟାଙ୍କି ଭୋଜେଇ ଟ୍ରକ୍ରୁ ଗ୍ୟାସ ଲିକ୍ ହୋଇଥିବା ସୂଚନା ମିଳିଛି । ତୁରନ୍ତ ଗେଲ୍ ଇଣ୍ଡିଆ ପକ୍ଷରୁ କୁଇକ୍ ରେସପନ୍ସ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି । କେମିକାଲ୍ ଦ୍ବାରା ବିଷାକ୍ତ ଧୂଆଁକୁ ମଧ୍ୟ ଆୟତ୍ତ କରିଛି ।
ସେପଟେ ଅଗ୍ନିଶମ ବିଭାଗର ଏକ ଗାଡି ପହଞ୍ଚି ପାଣି ସ୍ପ୍ରେ କରି ନିଆଁକୁ ମଧ୍ୟ ଆୟତ୍ତ କରିଛି । ତେବେ ଗେଲ୍ ( gail) ଇଣ୍ଡିଆ ପକ୍ଷରୁ ପ୍ରାୟ ୮୦ଟି ସିଏନଜି୍ ଗ୍ୟାସ ସିଲିଣ୍ଡର ଭୋଜେଇ ଏକ ଟ୍ରକ ପୁରୀ ଆସୁଥିବାବେଳେ ଏଭଳି ଅଘଟଣ ଦେଖିବାକୁ ମିଳିଛି ।
ପଢନ୍ତୁ ଏହି ଖବର :
Saving Schemes:ଡାକଘରର ମାଷ୍ଟରବ୍ଲାଷ୍ଟର ସ୍କିମ୍ ! ୩୦ ଟଙ୍କା ଜମା କଲେ ମିଳିବ ୫ ଲକ୍ଷ...କମ୍ପାନୀ ନିଜର ଏକ ସ୍ୱତନ୍ତ୍ର ସିଏନଜି ଷ୍ଟେସନ ପୁରୀଠାରେ ନିର୍ମାଣ କରିବାର ମଧ୍ୟ ଯୋଜନା ରଖିଛି । ପ୍ରତିଦିନ ପରି ଆଜି ସିଏନଜି ଷ୍ଟେସନରେ ଫିଲିଂ ପାଇଁ ଗାଡ଼ି ଆସୁଥିବାବେଳେ ହଠାତ୍ ମାଳତୀପାଟପୁରରେ ଲିକ୍ ହୋଇଥିଲା । ୩ଟି ସିଲିଣ୍ଡର ଲିକ୍ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ଖବର ପାଇ ତୁରନ୍ତ ଅଗ୍ନିଶମ ବିଭାଗର ଦମକଳ ଗାଡ଼ି ଘଟଣାସ୍ଥଳରେ ପହଂଚି ପାଣି ସ୍ପ୍ରେ କରିଥିଲେ ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।