CNG Price Hike: ୨ ଦିନରେ ୫ ଟଙ୍କା ମହଙ୍ଗା ହେଲା CNG; ଜାଣନ୍ତୁ ଆଜିର ମୂଲ୍ୟ

CNG Price Hike: ଗୁରୁବାର ଦିନ ସିଏନଜି (CNG) ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଆଜି ସିଏନଜିର ମୂଲ୍ୟ ୨.୫୦ ଟଙ୍କା ବୃଦ୍ଧି ପାଇଛି, ଏହା ପରେ ଦିଲ୍ଲୀରେ ଏହାରର ମୂଲ୍ୟ ୬୯.୧୧ ଟଙ୍କା ହୋଇଛି।

୨ ଦିନରେ ୫ ଟଙ୍କା ମହଙ୍ଗା ହେଲା CNG

୨ ଦିନରେ ୫ ଟଙ୍କା ମହଙ୍ଗା ହେଲା CNG

  • Share this:
News18 Odia Digital

ନୂଆ ଦିଲ୍ଲୀ: ଦେଶରେ ତୈଳ ଓ ଗ୍ୟାସ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ପୁଣି ଥରେ ସିଏନଜିର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ୨.୫୦ ଟଙ୍କା ବୃଦ୍ଧି ସହିତ ବର୍ତ୍ତମାନ ଦିଲ୍ଲୀରେ ଏହାରର ମୂଲ୍ୟ ୬୯.୧୧ ଟଙ୍କାକୁ ବୃଦ୍ଧି ପାଇଛି।

ଏହାପୂର୍ବରୁ ଏପ୍ରିଲ ୬ ଓ ଏପ୍ରିଲ ୪ରେ ଦିଲ୍ଲୀ-ଏନସିଆରରେ ସିଏନଜିର ମୂଲ୍ୟ କିଲୋଗ୍ରାମରେ ୨.୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ମୂଲ୍ୟ ବୃଦ୍ଧି ପରେ ଆଜି ସିଏନଜିର ମୂଲ୍ୟ ଗତ ଚାରି ଦିନରେ ସାଢ଼େ ସାତ ଟଙ୍କା ବୃଦ୍ଧି ପାଇଛି। ସିଏନଜିର ମୂଲ୍ୟ ୪୮ ଘଣ୍ଟା ମଧ୍ୟରେ କିଲୋଗ୍ରାମ ପିଛା ୫ ଟଙ୍କା ବୃଦ୍ଧି ପାଇଛି।

ଜାଣନ୍ତୁ ଆପଣ ସହରରେ କେତେ ଅଛି ମୂଲ୍ୟ?

୧. ଦିଲ୍ଲୀରେ ସିଏନଜିର କିଲୋଗ୍ରାମର ମୂଲ୍ୟ ୬୯.୧୧ ଟଙ୍କା ଅଛି।

୨. ନୋଏଡା, ଗ୍ରେଟର ନୋଏଡା ଓ ଗାଜିଆବାଦରେ ସିଏନଜିର କିଲୋଗ୍ରାମର ମୂଲ୍ୟ ୭୧.୬୭ ଟଙ୍କା ଅଛି।

୩. ମୁଜାଫରନଗର, ମେରଠ ଓ ଶାମଲି ସିଏନଜିର କିଲୋଗ୍ରାମର ମୂଲ୍ୟ ୭୬.୩୪ ଟଙ୍କା ଅଛି।

୪. ଗୁରୁଗ୍ରାମରେ ସିଏନଜିର କିଲୋଗ୍ରାମର ମୂଲ୍ୟ ୭୭.୪୪ ଟଙ୍କା ଅଛି।

୫. ରେୱାଡି ସିଏନଜିର କିଲୋଗ୍ରାମର ମୂଲ୍ୟ ୭୯.୫୭ ଟଙ୍କା ଅଛି।

୫. କରନାଲ ଓ କୈଥଲରେ ସିଏନଜିର କିଲୋଗ୍ରାମର ମୂଲ୍ୟ ୭୭.୭୭ ଟଙ୍କା।

୬. କାନପୁର, ହମିରପୁର ଓ ଫତେହପୁରରେ ସିଏନଜିର କିଲୋଗ୍ରାମର ମୂଲ୍ୟ ୮୦.୯୦ ଟଙ୍କା ଅଛି।

୭. ଅଜମେର, ପାଲି ଓ ରାଜସମାନନ୍ଦରେ ସିଏନଜିର କିଲୋଗ୍ରାମର ମୂଲ୍ୟ ୭୯.୩୮ ଟଙ୍କା ଅଛି।

ଆଜି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇନାହିଁ

ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧିରେ ଆଜି କିଛି ମାତ୍ରାରେ ଆରାମ ମିଳିଛି। ଆଜି ପେଟ୍ରୋଲ ଓ ଡିଜେଲର ହାର ବୃଦ୍ଧି ନହେବା ହେତୁ ଦିଲ୍ଲୀ ସମେତ ସମସ୍ତ ମେଟ୍ରୋରେ ମୂଲ୍ୟ ପରିବର୍ତ୍ତନ ହୋଇନାହିଁ। ଜାତୀୟ ରାଜଧାନୀ ଦିଲ୍ଲୀରେ ଆଜି ଲିଟର ପିଛା ୧୦୫.୪୧ ଟଙ୍କା ମୂଲ୍ୟରେ ପେଟ୍ରୋଲ ବିକ୍ରି ହେଉଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୨୦.୫୧ ଟଙ୍କା ଓ ଡିଜେଲ ଲିଟର ପିଛା ୧୦୪.୭୭ ଟଙ୍କାରେ ବିକ୍ରି ହେଉଛି।

ସରକାର ଏଲଏନଜି ମୂଲ୍ୟକୁ ଦ୍ୱିଗୁଣିତ କରିଥିଲେ

ବିଶ୍ବ ବଜାରରେ ତରଳ ପ୍ରାକୃତିକ ଗ୍ୟାସ (LNG) ର ମୂଲ୍ୟ ବୃଦ୍ଧି ପାଇଁ ଚାପରେ ସରକାର ଗତ ସପ୍ତାହରେ CNG ମୂଲ୍ୟ ଦୁଇଗୁଣରୁ ଅଧିକ ବୃଦ୍ଧି କରିଥିଲେ। ଏହା ହେଉଛି CNG, PNG ଓ LPG ସିଲିଣ୍ଡରର ମୂଲ୍ୟ ଦ୍ରୁତ ଗତିରେ ଚାଲିବାର କାର। ଗୁରୁବାର ଦିନ, ବ୍ରିଟିଶ୍ ଥର୍ମାଲ୍ ୟୁନିଟ୍ ପାଇଁ LNGର ମୂଲ୍ୟ ୨.୯ ଡଲାରରୁ ୬.୧୦ ଡଲାରକୁ ବୃଦ୍ଧି ପାଇଛି। ସେବେଠାରୁ CNGର ମୂଲ୍ୟ ତିନି ଗୁଣ ବୃଦ୍ଧି ପାଇଛି।
Published by:Lipina Das
First published: