CM ଯୋଗୀ ଆଜି ଲଞ୍ଚ୍ କରିବେ ଉଜ୍ଜ୍ୱଳା ଯୋଜନା ୨.୦
News18 Odia Digital
ଲକ୍ଷ୍ନୌ: କାଠ ଓ କୋଇଲା ଜାଳେଣି ଚୁଲିରୁ ମୁକ୍ତି ପାଇବା ପାଇଁ ବୁଧବାର ଠାରୁ ଉତ୍ତର ପ୍ରଦେଶରେ କେନ୍ଦ୍ର ପ୍ରଧାନ ମନ୍ତ୍ର ଉଜ୍ଜ୍ୱଳା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାକୁ ଆନୁଷ୍ଠାନିକ ଭାବରେ ଆରମ୍ଭ କରିବେ। ପ୍ରଧାନ ମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ୨.୦ ଆରମ୍ଭ ହେବା ସହିତ ସିଏମ ଯୋଗୀ ମଧ୍ୟ ଏହି ଯୋଜନାର ମହିଳା ହିତାଧିକାରୀଙ୍କ ସହ ଯୋଗାଯୋଗ କରିବେ।
ସୂଚନା ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟରେ ସରକାର ୨୦ ଲକ୍ଷ ନୂଆ ଏଲପିଜି ସଂଯୋଗ ଦେବେ। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୦ରେ ଦେଶରେ ଉଜ୍ଜ୍ୱଳା ଯୋଜନା ୨.୦ ଆରମ୍ଭ କରିଥିଲେ। ଏହା ଜରିଆରେ ଦାରିଦ୍ର ସୀମାରେଖା ତଳେ ରହୁଥିବା ଲୋକଙ୍କୁ ବର୍ତ୍ତମାନ ଦେଶରେ ନୂଆ ଏଲପିଜି ସଂଯୋଗ ଦିଆଯିବ ।
ପ୍ରଭାସୀ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର
ଉଜ୍ଜ୍ୱଳା ଯୋଜନାର ପ୍ରଥମ ପର୍ଯ୍ୟାୟରେ ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ଏହାର ଲାଭରୁ ବଞ୍ଚିତ ହୋଇଥିଲେ। ଏହାର କାରଣ ଥିଲା ଯେ ତାଙ୍କର ଠିକଣାର ପ୍ରମାଣ ନଥିଲା । ହେଲେ ଏଥର ସରକାର ଏଥି ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଛନ୍ତି । ଯେଉଁମାନଙ୍କର ଠିକଣାର ପ୍ରମାଣ ନାହିଁ, ସେମାନେ ମଧ୍ୟ ଉଜ୍ଜ୍ୱଳା ଯୋଜନା ୨.୦ର ଲାଭ ପାଇପାରିବେ ।
ସୂଚନାଯୋଗ୍ୟ ଯେ ଉଜ୍ଜ୍ୱଳା ଯୋଜନା ୧.୦ ଅଧୀନରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୧.୪୭ କୋଟି ଲୋକଙ୍କୁ ଏଲପିଜି ସଂଯୋଗ ଦିଆଯାଇଛି । ଦେଶର ଯେକୌଣସି ରାଜ୍ୟରେ ଦିଆଯାଇଥିବା ମାଗଣା ଏଲପିଜି ସଂଯୋଗ ମଧ୍ୟରେ ଏହି ସଂଖ୍ୟା ସର୍ବାଧିକ ।
ଗ୍ୟାସ ଚୁଲା ମଧ୍ୟ ମାଗଣାରେ ଉପଲବ୍ଧ ହେବ
ପ୍ରଧାନ ମନ୍ତ୍ର ଉଜ୍ଜ୍ୱଳା ଯୋଜନା ଅଧୀନରେ ସରକାର ଦାରିଦ୍ର ସୀମାରେଖା ତଳେ ରହୁଥିବା ପରିବାରକୁ ଘରୋଇ ରନ୍ଧନ ଗ୍ୟାସ (ଏଲପିଜି) ସଂଯୋଗ ଯୋଗାଉଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ସହଯୋଗରେ ଏହି ଯୋଜନା ଚାଲିଛି।
ଉଜ୍ଜ୍ୱଳା ଯୋଜନା ୨.୦ ଅଧୀନରେ ହିତାଧିକାରୀଙ୍କୁ ପ୍ରଥମ ରିଫିଲ୍ ମାଗଣାରେ ପ୍ରଦାନ କରିବା ସହିତ ଷ୍ଟୋଭ୍ ମଧ୍ୟ ମାଗଣାରେ ଦିଆଯିବ । ଏହା ବ୍ୟତୀତ, ଯଦିଓ ଆପଣ ଘର ଠାରୁ କିଛି ଦୂରରେ ଭଡ଼ାରେ ରୁହନ୍ତି ଓ ସ୍ଥାୟୀ ଆବାସିକ ପ୍ରମାଣ ପତ୍ର ଅର୍ଥାତ୍ ଠିକଣା ପ୍ରୁଫ୍ ନଥାଏ, ତେବେ ଆପଣ ଏହି ଯୋଜନା ଅଧୀନରେ ଏକ ଗ୍ୟାସ୍ ସଂଯୋଗ ମଧ୍ୟ ନେଇପାରିବେ ।
Published by:Lipina Das
First published: