ବିବାହ ପାଇଁ ରାଜି ହେଲେନି ପ୍ରେମିକାଙ୍କ ବାପା; ଫୋନ ଚୋରାଇ CMଙ୍କୁ ଦେଇଥିଲେ ଧମକ

ପ୍ରେମିକାଙ୍କ ବାପା ଫୋନରୁ ଯୋଗୀଙ୍କୁ ଦେଲେ ହତ୍ଯା ଧମକ । ଏବେ ଜେଲରେ ଯୁବକ...

ଫୋନ ଚୋରାଇ CMଙ୍କୁ ପଠାଇଥିଲେ ଧମକ

ଫୋନ ଚୋରାଇ CMଙ୍କୁ ପଠାଇଥିଲେ ଧମକ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Threat Call To Cm Yogi: ସିଏମ ଯୋଗୀ ଆଦିତ୍ୟନାଥ(Yogi Adityanath)ଙ୍କୁ ହତ୍ୟା  ଧମକ(Threat Call) ଦେଇଥିବା ଯୁବକଙ୍କୁ ପୋଲିସ କାନପୁର(Kanpur)ରୁ ଗିରଫ କରିଛି। ଅମିନ ନାମକ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ପ୍ରେମ ପ୍ରତିଶୋଧ ପରାୟଣ ହୋଇ ସେ ଏପରି କରିଥିଲା ବୋଲି ସୂଚନା ମିଳିଛି। ଅମିନ ଡାଏଲ ୧୧୨ ରେ ଏକ ବାର୍ତ୍ତା ପଠାଇ ସିଏମଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ସିଏମ୍‌କୁ ଧମକ ପଠାଇବା ପରେ ଲକ୍ଷ୍ନୋ ପୋଲିସ ସୁଶାନ୍ତ ଗଲ୍ଫ ସିଟି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଥିଲା।

କିନ୍ତୁ ଗିରଫ ହେବା ପରେ ଅମିନ ପୋଲିସକୁ ଯାହା କହିଥିଲା ତାହା ଶୁଣିବା ପରେ ଆପଣ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ। ଯୁଗ୍ମ ପୋଲିସ କମିଶନର ଆନନ୍ଦ ପ୍ରକାଶ ତିୱାରୀ କହିଛନ୍ତି ଯେ ଅଭିଯୁକ୍ତ ଅମିନ ଏକ ଷଡଯନ୍ତ୍ର ରଚିଥିଲା। ଯେଉଁଥିରେ ସେ ତାଙ୍କ ମହିଳା ବନ୍ଧୁଙ୍କ ପିତାଙ୍କୁ ଫସାଇବାକୁ ଚେଷ୍ଟା କରିଥିଲା। ଏଥିପାଇଁ ଦୁଇ ଦିନ ପୂର୍ବେ ଅମିନ ତାଙ୍କ ମୋବାଇଲ ଚୋରି କରିଥିଲେ ଓ ତା’ପରେ ସେହି ମୋବାଇଲ୍ ଫୋନରୁ ଏକ ଧମକପୂର୍ଣ୍ଣ ବାର୍ତ୍ତା 112 ପଠାଇଥିଲେ। ଏହା ପରେ ଯେତେବେଳେ ୟୁପି ପୋଲିସ ତଦନ୍ତ ଆରମ୍ଭ କଲା ସେତେବେଳେ କାନପୁରର ବାବୁପୁରୱା ଠାରୁ ମାମଲା ସାମ୍ନାକୁ ଆସିଥିଲା।  କାନପୁରରେ ଏହି ତଦନ୍ତ ଆରମ୍ଭ ହେବା ପରେ ସମଗ୍ର ଘଟଣା ସାମ୍ନାକୁ ଆସିଥିଲା।

ଯେତେବେଳେ ପୋଲିସ ମୋବାଇଲ୍ ଫୋନର ମାଲିକଙ୍କୁ ପଚରାଉଚରା କଲେ ସେତେବେଳେ ସବୁ ସତ ସାମ୍ନାକୁ ଆସିଥିଲା । ଦୁଇ ଦିନ ପୂର୍ବରୁ ତାଙ୍କ ଫୋନ ଚୋରି ହୋଇଯାଇଥିଲା। ଏହା ପରେ ପୋଲିସ ଅମିନରେ ପାଖରେ ପହଞ୍ଚିଥିଲା। ଯେତେବେଳେ ପୋଲିସ ଅମିନଙ୍କୁ ପଚରାଉଚରା କଲା ସେତେବେଳେ ପୁରା ସତ୍ୟ ସାମ୍ନାକୁ ଆସିଲା। ପୋଲିସର ସୂଚନାନୁସାରେ, ଅମିନଙ୍କୁ ତାଙ୍କ ପ୍ରେମିକାଙ୍କ ପିତା ପସନ୍ଦ କରୁନଥିଲେ। ସେ ସେମାନଙ୍କ ସମ୍ପର୍କ ପାଇଁ ପ୍ରସ୍ତୁତ ନଥିଲେ। ସେଥିପାଇଁ ଅମିନ ତାଙ୍କ ବିରୁଦ୍ଧରେ ଏହି ଷଡଯନ୍ତ୍ର ରଚିଥିଲେ।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ଅମିନଙ୍କ ବୟସ ପ୍ରାୟ ୧୮ ବର୍ଷ। ବର୍ତ୍ତମାନ ଏହା ଉପରେ ମୋବାଇଲ୍ ଚୋରି ମାମଲା ରୁଜୁ ହୋଇଛି। ବୁଧବାର ଦିନ ପୋଲିସ ଯୁବକଙ୍କୁ କାନପୁର କୋର୍ଟରେ ଉପସ୍ଥାପନ କରିବ ଯେଉଁଠାରୁ ତାଙ୍କୁ ଜେଲ ପଠାଯିବ। ଅଭିଯୁକ୍ତଙ୍କ ଉଦ୍ଦେଶ୍ୟ ଥିଲା ତାଙ୍କ ମହିଳା ବନ୍ଧୁଙ୍କ ପିତାଙ୍କୁ ଫସେଇବା, ସିଏମଙ୍କୁ ଧମକ ଦେବା ନୁହେଁ।
Published by:Soumya Das
First published: