- News18 Odia
- Last Updated :
- Other, India
News18 Odia Digital
ନୂଆ ଦିଲ୍ଲୀ: ପ୍ରଥମ କ୍ୟାବିନେଟ ବୈଠକରେ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ ହେବ। ଆମେ ୧୦ ଟି ଗ୍ୟାରେଣ୍ଟି ଦେଇଛୁ ଏବଂ ଆମେ ଏହାକୁ କାର୍ଯ୍ୟକାରୀ କରିବୁ। ଆମେ ଏକ ସ୍ୱଚ୍ଛ ଏବଂ ସଚ୍ଚୋଟ ସରକାର ଚଳାଇବୁ। ନ୍ୟୁଜ୍ ଏଜେନ୍ସି ANIକୁ କହିଛନ୍ତି ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ।
ହିମାଚଳ ପ୍ରଦେଶରେ କଂଗ୍ରେସ ପୁରୁଣା ପେନସନ ଯୋଜନା ପୁନଃ ସ୍ଥାପିତ କରିବାକୁ ପ୍ରତିଶୃତି ଦେଇଥିଲା। ରାଜ୍ୟରେ ୨.୫ ଲକ୍ଷ ସରକାରୀ କର୍ମଚାରୀ ଅଛନ୍ତି, ଯେଉଁଥିରୁ ପ୍ରାୟ ୧.୫ ଲକ୍ଷ ନୂଆ ପେନସନ୍ ଯୋଜନା ସାମିଲ। ଏପ୍ରିଲ୍ ୧, ୨୦୦୪ ଠାରୁ ଦେଶରେ ପୁରୁଣା ପେନ୍ସନ୍ ଯୋଜନା ବନ୍ଦ ହୋଇଯାଇଥିଲା ଯେଉଁଥିରେ ସରକାର ପୁରା ପେନ୍ସନ୍ ରାଶି ପ୍ରଦାନ କରିଥିଲେ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଅନୁଯାୟୀ, ହିମାଚଳ ପ୍ରଦେଶରେ କଂଗ୍ରେସର ସଫଳତାରେ ପୁରୁଣା ପେନ୍ସନ୍ ଯୋଜନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ସାମ୍ବାଦିକ ସମ୍ମିଳନୀରେ ଗେହଲୋଟ୍ OPS କୁ ସମାଜ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତି ବଞ୍ଚିବାର ଅଧିକାର ପାଇଛନ୍ତି। ଲୋକମାନେ OPS ରେ ପର୍ଯ୍ୟାପ୍ତ ପେନ୍ସନ୍ ପାଆନ୍ତି। ସମଗ୍ର ଦେଶରେ ଏଭଳି ଯୋଜନା କାର୍ଯ୍ୟକାରୀ କରିବାକୁ ମୁଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।