ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର; ୧୬୦ ବିଧାୟକଙ୍କୁ ନେଇ ଗଢ଼ିବେ ସରକାର

ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତିଶ କୁମାର। ତାଙ୍କ ପାଖରେ ୧୬୦ ଜଣ ବିଧାୟକଙ୍କ ସମର୍ଥନ ରହିଛି ବୋଲି ସେ ଦାବି କରିଛନ୍ତି ।

ରାଜ୍ଯପାଳଙ୍କୁ ଇସ୍ତଫା ପତ୍ର ପ୍ରାନ କଲେ ନୀତିଶ କୁମାର (ପ୍ରତୀକାତ୍ମକ ଛବି)

ରାଜ୍ଯପାଳଙ୍କୁ ଇସ୍ତଫା ପତ୍ର ପ୍ରାନ କଲେ ନୀତିଶ କୁମାର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବିହାରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଜେଡି(ୟୁ) ନେତା ନୀତିଶ କୁମାର ରାଜ ଭବନରେ ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଓ ବିଧାୟକ ସମର୍ଥନ ପତ୍ର ପ୍ରଦାନ କରିଥିଲେ। ନୀତିଶ କୁମାର ଦାବି କରିଛନ୍ତି ଯେ ତାଙ୍କ ପାଖରେ ୧୬୦ ଜଣ ବିଧାୟକଙ୍କ ସମର୍ଥନ ରହିଛି। ବିଜେପିଠାରୁ ଅଲଗା ହେବା ସମସ୍ତଙ୍କ ଇଚ୍ଛା। ବିଧାୟକ ଓ ସାଂସଦଙ୍କ ସହମତି ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ନୀତିଶ କୁମାର ।

ରାଜ୍ୟପାଳଙ୍କ ନିକଟରେ ଇସ୍ତଫା ଦାଖଲ କରିବା ପରେ ନୀତିଶ କୁମାର ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ଭେଟିବାକୁ ଯାଇଥିଲେ। ଏହାପୂର୍ବରୁ ନୀତିଶ କୁମାର ଜେଡି(ୟୁ) ସାଂସଦ, ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ।

ଜେଡିୟୁ ବ୍ୟତୀତ ଆଜି ଗ୍ରାଣ୍ଡ ଆଲାଇନ୍ସର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆରଜେଡି ବିଧାୟକ, ଏମଏଲସି ଓ ରାଜ୍ୟସଭା ସାଂସଦମାନେ ନିଷ୍ପତ୍ତି ନେବାକୁ ଦଳର ନେତା ତେଜସ୍ୱୀ ଯାଦବଙ୍କୁ ଅନୁମତି ଦେଇଛନ୍ତି ଓ ସେମାନେ ତାଙ୍କ ସହ ଅଛନ୍ତି ବୋଲି କହିଛନ୍ତି। କଂଗ୍ରେସ ଓ ବାମ ଦଳର ବିଧାୟକମାନେ ତେଜସ୍ୱୀ ଯାଦବଙ୍କ ସହ ଅଛନ୍ତି ବୋଲି କହି ସାରିଛନ୍ତି। ଆରଜେଡି ସୂତ୍ରରୁ ପ୍ରକାଶ ଯେ ପୂର୍ବତନ ସିଏମ ଲାଲୁ ପ୍ରସାଦ ଯାଦବ ମଧ୍ୟ ପ୍ରତ୍ୟେକ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି, କିନ୍ତୁ ତେଜସ୍ୱୀ ଯାଦବ ସବୁକିଛି କରୁଛନ୍ତି।

ବୈଠକରେ ନୀତିଶ କୁମାର କହିଥିଲେ ଯେ ବିଜେପି ସବୁବେଳେ ଅପମାନିତ କରୁଛି ଓ ଜେଡିୟୁକୁ ହଟାଇବା ପାଇଁ ଷଡଯନ୍ତ୍ର କରାଯାଇଛି। ୨୦୨୦ପରଠାରୁ ତାଙ୍କର ବର୍ତ୍ତମାନର ସହଯୋଗୀ ଦଳ ତାଙ୍କୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି। ଚିରାଗ ପାସୱାନଙ୍କ ନାମ ନ ନେଇ ସେ କହିଛନ୍ତି ଏ ହେଉଛି ଗୋଟେ ଉଦାହରଣ। ଯଦି ସେ ବର୍ତ୍ତମାନ ସଚେତନ ନୁହଁନ୍ତି ତେବେ ଦଳ ପାଇଁ ଏହା ଭଲ ହେବ ନାହିଁ।
Published by:Soumya Das
First published: