ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ ପ୍ରସଙ୍ଗ; ସିଏମ ମମତା କହିଲେ ଅଯଥା କାଳି ପକାଇଲେ.. ଆମ ହାତରେ ଆଲକାତରା ଅଛି
- News18 Odia
- Last Updated :
- Edacheri | Kolkata [Calcutta]
News 18 Odia Digital
ଭୁବନେଶ୍ୱର; ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଗର୍ଜିଲେ ମମତା ବାନାର୍ଜୀ । ମମତା ବାନାର୍ଜୀ କହିଛନ୍ତି କୌଣସି ଦୁର୍ନୀତିଗ୍ରସ୍ତଙ୍କୁ ପ୍ରଶ୍ରୟ ଦିଆଯିବ ନାହିଁ । କିନ୍ତୁ ଅଯଥା ଆକ୍ରୋଶ ରଖି ହଇରାଣ କରୁଥିଲେ, ଉଚିତ୍ ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, କୌଣସି ଦୁର୍ନୀତିଗ୍ରସ୍ତ ନେତା, ମନ୍ତ୍ରୀଙ୍କୁ ମୁଁ ପ୍ରଶ୍ରୟ ଦେଇନି କି କେବେ ଦେବିନି । ପୂର୍ବରୁ ଅନେକ ନେତା, ବିଧାୟକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇଛି । କିନ୍ତୁ ଅଯଥା କାଳି ପକାଇଲେ, ଆମ ହାତରେ ଆଲକାତରା ଅଛି ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ଵାରା ସ୍କୁଲରେ ଚାକିରି ସମ୍ବନ୍ଧୀୟ ଅଭିଯୋଗରେ ଗିରଫ ହୋଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ସୋମବାର ଦିନ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ 'ଏୟାର ଆମ୍ବୁଲାନ୍ସ' ଦ୍ୱାରା ଭୁବନେଶ୍ୱରକୁ ଅଣାଯାଇଥିଲା । ଓଡ଼ିଶାର ଭୁବନେଶ୍ଵର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା କହିଛି ଯେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ରହିଛି, କିନ୍ତୁ ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ ନାହିଁ। AIIMS ଭୁବନେଶ୍ୱର ଡାକ୍ତରୀ ରିପୋର୍ଟ ପ୍ରକାଶ ପରେ ଇଡି କୋର୍ଟଙ୍କୁ ୧୪ ଦିନ ପାଇଁ ହେପାଜତ ମାଗିଛି ।
ସ୍କାମ ସମ୍ପର୍କରେ ଜାଣିବା ପରେ ଇଡି ଅନୁସନ୍ଧାନ କରିବା ବେଳେ ଚାଟାର୍ଜୀଙ୍କୁ ଗିରଫ କରାଯାଇଥିଲା। ଏହି ଦୁର୍ନୀତି ସମୟରେ ଚାଟାର୍ଜୀ ଶିକ୍ଷାମନ୍ତ୍ରୀ ଥିଲେ । ବର୍ତ୍ତମାନ ସେ ରାଜ୍ୟର ଶିଳ୍ପ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅଛନ୍ତି । ରାଜ୍ୟ ଶିଳ୍ପ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଚାଟାର୍ଜୀଙ୍କୁ ସୋମବାର ପର୍ଯ୍ୟନ୍ତ କୋଲକାତାର ଏକ କୋର୍ଟ ଦ୍ୱାରା ଇଡି ହେପାଜତକୁ ପଠାଯାଇଛି। ଚାଟାର୍ଜୀଙ୍କୁ ଗିରଫ ପରେ କେନ୍ଦ୍ର ଉପରେ ବର୍ଷିଛନ୍ତି ମମତା ବାନାର୍ଜୀ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।