ନୂପୁରଙ୍କୁ ଗିରଫ କରାଯାଉ : ମମତା
News 18 Odia Digital
ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ନୂପୁର ଶର୍ମା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏକ କନକ୍ଲେଭରେ ଉପସ୍ଥିତ ରହି ସେ ନୂପୁରଙ୍କ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ମମତା କହିଛନ୍ତି ଯେ, ନୂପୁରଙ୍କୁ କାହିଁକି ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ । ଏଥିସହ ବିଜେପି ବିରୋଧରେ ସେ ଆହୁରୀ ଅନେକ ବିଷ ମଧ୍ୟ ଓଗାଳିଛନ୍ତି । ବିଜେପିର ସବୁ ବିବାଦ ପ୍ରତି ଧର୍ମର ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବ ବୋଲି ମମତା କହିଛନ୍ତି । ମମତା ଏକଥା ମଧ୍ୟ କହିଛନ୍ତି ସେ ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ, ମୁସଲମାନ, ବୌଦ୍ଧ ଓ ଶିଖଧର୍ମୀ ଲୋକଙ୍କ ପାଇଁ ରହିଛନ୍ତି । ଅନ୍ୟପଟେ କୋଲକାତା ପୋଲିସ ଦୁଇଟି ଏଫଆଇଆର ମଧ୍ୟ ନୂପୁରଙ୍କ ନାମରେ ରୁଜୁ କରିଛି । ନୂପୁର ଶର୍ମାଙ୍କ ବିରୋଧରେ ଅନେକ ରାଜ୍ୟରେ ମାମଲା ରୁଜୁ ହୋଇଥିବା ବେଳେ ମାମଲା ଗୁଡିକୁ ଦିଲ୍ଲୀରେ ବିଚାର କରିବାକୁ ନୂପୁର ଶର୍ମା ଅନୁରୋଧ କରିଛନ୍ତି । କାରଣ ମାମଲା ଶୁଣାଣି ପାଇଁ ସମସ୍ତ ରାଜ୍ୟକୁ ଯିବା ସମ୍ଭବ ନୁହେଁ ବୋଲି ନୂପୁର କହିଛନ୍ତି ।
ନୂପୁର ଶର୍ମା ନିଜର ଦୋଷ ସ୍ୱୀକାର ସହ ସମଗ୍ର ଭାରତବାସୀଙ୍କୁ କ୍ଷମା ପାର୍ଥନା କରନ୍ତୁ ବୋଲି ସୁପ୍ରିମକୋର୍ଟଙ୍କ ରାୟ ପରେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ନୂପୁରଙ୍କ ବିରୋଧରେ ଟୁଇଟ ମାଧ୍ୟମରେ ନିଜ ମତ ରଖିଥିଲେ । ଅଖିଳେଶଙ୍କ ଟୁଇଟ ପରେ ଆଇନ୍ ଅନୁସାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କମିସନ ଅଧ୍ୟକ୍ଷା ରେଖା ଶର୍ମା ଉତ୍ତର ପ୍ରଦେଶ ପୋଲିସ ମୁଖ୍ୟଙ୍କୁ ଜଣାଇଛନ୍ତି ।
ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ରାୟ ପରେ ନୂପୁର ଶର୍ମାଙ୍କ ବିରୋଧରେ ଅନେକ ବିବାଦୀୟ ପୋଷ୍ଟ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଗତ ମେ ମାସ ୨୭ ତାରିଖରେ ଏକ ଟିଭି ଚ୍ୟାନେଲରେ ନୂପୁରଙ୍କ ବିବାଦୀୟ ମନ୍ତବ୍ୟ ସମଗ୍ର ଦେଶକୁ ପ୍ରଭାବିତ କରିଛି । ତାଙ୍କ ମନ୍ତବ୍ୟ ପରେ କେନ୍ଦ୍ର ସରକାର ଅନେକ ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ତେଣୁ ସରକାର ନୂପୁରଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ୱିତ କରିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।