ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନରୁ ଅନୁପ୍ରବେଶକାରୀ ଗିରଫ ; ୧୧ ଟି ସିମ୍ କାର୍ଡ ଜବତ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନରୁ ଅନୁପ୍ରବେଶକାରୀ ଗିରଫ  ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନରୁ ଅନୁପ୍ରବେଶକାରୀ ଗିରଫ ।

  • Share this:
News 18 Odia Digital

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାଲିଘାଟ ବାସ ଭବନରେ ସୁରକ୍ଷା ଉଲ୍ଲଂଘନ ଯାଞ୍ଚ କରିଥିଲେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି)। ସେହି ସମୟରେ ଅନୁପ୍ରବେଶକାରୀ -୩୧ ବର୍ଷିୟ ହାଫିଜୁଲ ମୌଲା ଠାରୁ ୧୧ ଟି ସିମ କାର୍ଡ ଜବତ କରାଯାଇଛି । ହସନାବାଦର ବାସିନ୍ଦା ମୌଲା ସେହି ସିମ୍ କାର୍ଡ ବ୍ୟବହାର କରି ବିହାର, ଝାଡ଼ଖଣ୍ଡ ଏବଂ ବାଂଲାଦେଶକୁ କଲ କରୁଥିଲା ।

ମୌଲା ମୂଖ୍ୟମନ୍ତ୍ରୀଙ୍କ ବାସଭବନରେ କଡ଼ା ସୁରକ୍ଷା ସତ୍ୱେ ଲୁଚି ରହିବାରେ ସଫଳ ହୋଇଥିଲା । ସୂଚନା ଅନୁଯାୟୀ, ଲୁହା ରଡ ସହଯୋଗରେ ସେ ମମତାଙ୍କ ବାସଭନରେ ପ୍ରବେଶ କରିଥିଲା । ୭ଘଣ୍ଟା ପର୍ଯ୍ୟନ୍ତ ସେ ସୁରକ୍ଷା ବଳୟ ଭିତରେ ଥିବା ସତ୍ୱେ କାହାର ଧ୍ୟାନ ତା ଉପରେ ପଡ଼ିନଥିଲା ।

ବର୍ତ୍ତମାନ ଏହି ମାମଲାର ଯାଞ୍ଚ କରୁଥିବା ଏସଆଇଟି ଆଲିପୋର କୋର୍ଟକୁ କହିଛନ୍ତି ଯେ, ମୌଲା ମାର୍ଚ୍ଚ ମାସରୁ ଅତି କମରେ ସାତରୁ ଆଠ ଥର ସିଏମ୍ ବାସଭବନରେ ପ୍ରବେଶ କରି ଘରର ଫଟୋ କ୍ଲିକ୍ କରିଥିଲା । ଏପରିକି ବାନାର୍ଜୀଙ୍କ ବିଷୟରେ ସୂଚନା ସଂଗ୍ରହ କରିବା ପାଇଁ ସେ କାଲିଘାଟ ପଡ଼ିଆରେ ରହୁଥିବା ପିଲାମାନଙ୍କୁ ଚକୋଲେଟ୍, ଟ୍ରଫି ଏବଂ ଥଣ୍ଡା ପାନୀୟ ମଧ୍ୟ ପିଆଇ ଥିବା ବିଶେଷ ସୂତ୍ରରୁ ଜଣାପଡିଛି ।

ଅଭିଯୁକ୍ତଙ୍କ ବିଷୟରେ ଏସଆଇଟି ଅନେକ ସୂଚନା ଦେଇଛନ୍ତି । ଦୁର୍ଗା ପୂଜା ବିସର୍ଜନ ସମୟରେ ଅଭିଯୁକ୍ତ ଡଙ୍ଗା ଦ୍ଵାରା ଇଛାମତି ନଦୀ ଦେଇ ବାଂଲାଦେଶ ପହଞ୍ଚିଥିଲା । କିନ୍ତୁ ସେଠାରେ ତାର ଠିକଣା ଏବଂ ସେ ବିହାର, ଝାଡ଼ଖଣ୍ଡ ଏବଂ ବାଂଲାଦେଶରେ ଯେଉଁ ଲୋକଙ୍କ ସହ ସାକ୍ଷାତ କରିଥିଲା କିମ୍ବା କଥା ହୋଇଥିଲା ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ ।

ଘଟଣାକୁ ଧ୍ୟାନ ରେ ରଖି ଆଇପିସି 120B (ଅପରାଧିକ ଷଡଯନ୍ତ୍ର) ଏବଂ ଅଭିଯୁକ୍ତକୁ ପୋଲିସ ହେପାଜତରେ ରଖିବାକୁ ଅନୁମତି ଦେବାକୁ କୋର୍ଟଙ୍କୁ କହିଥିଲେ ଏସଆଇଟି ମୁଖ୍ୟ । ଟିମର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତଙ୍କୁ ପୁନର୍ବାର ପୋଲିସ ହେପାଜତକୁ ପଠାଯାଇଛି ଏବଂ ତାକୁ ୭ଦିନ ରିମାଣ୍ଡରେ ରଖାଯାଇ ଜେରା କରାଯିବ । ଏହା ସହିତ ଟିମ୍ ହସନାବାଦ ଗସ୍ତ କରିବ ଏବଂ ସିମ୍ କାର୍ଡ କେଉଁଠାରୁ କ୍ରୟ କରାଯାଇଥିଲା ସେନେଇ ଯାଞ୍ଚ୍ କରାଯିବ । ଏହା ସହ ମୌଲା ମୁଖ୍ୟମନ୍ତ୍ରୀଙ୍କ ଆବାସର ଫଟୋ କାହାକୁ ପଠାଇଛି ତାର ମଧ୍ୟ ଯାଞ୍ଚ କରାଯିବ ।
Published by:Soubhagya Mishra
First published: