News18 Odia Digital
ନୂଆ ଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଭାରତୀୟ ମୁଦ୍ରା ନୋଟରେ ମହାତ୍ମା ଗାନ୍ଧିଙ୍କ ସହ ଦେବୀ ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ଫଟୋ ସ୍ଥାପନ କରିବାକୁ ଦାବି କରିଛନ୍ତି। ସିଏମ କେଜ୍ରିୱାଲ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଓ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖି ସେ ମହାତ୍ମା ଗାନ୍ଧିଜି ଓ ଲକ୍ଷ୍ମୀ ଗଣେଶଙ୍କର ଚିତ୍ର ଭାରତୀୟ ମୁଦ୍ରାରେ ରଖିବାକୁ ଦାବି କରିଛନ୍ତି। ଏହାପୂର୍ବରୁ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରି ଲକ୍ଷ୍ମୀ ଗଣେଶଙ୍କ ଫଟୋ ନୋଟରେ ରଖିବାକୁ ଦାବି କରିଥିଲେ।
ସିଏମ୍ ଅରବିନ୍ଦ କେଜ୍ରିୱାଲ ଏହି ପତ୍ରରେ ଲେଖିଛନ୍ତି, 'ସମ୍ମାନିତ ପ୍ରଧାନମନ୍ତ୍ରୀ, ଦେଶର ୧୩୦ କୋଟି ଲୋକ ଚାହୁଁଛନ୍ତି ଯେ ଭାରତୀୟ ମୁଦ୍ରାରେ ଗୋଟିଏ ପଟେ ଗାନ୍ଧିଜି ଓ ଅନ୍ୟ ପଟେ ଶ୍ରୀ ଗଣେଶ ଜୀ ଏବଂ ଲକ୍ଷ୍ମୀ ଜୀଙ୍କର ଚିତ୍ର ରହିବା ଉଚିତ୍। ଆଜି ଦେଶର ଅର୍ଥନୀତି ଅତ୍ୟନ୍ତ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ବିକାଶଶୀଳ ତଥା ଗରିବ ଦେଶ ମଧ୍ୟରେ ଭାରତ ଗଣାଯାଏ। ଆଜି ବି ଆମ ଦେଶରେ ବହୁତ ଗରିବ ଲୋକ ଅଛନ୍ତି। କାହିଁକି? ସେ ଆହୁରି ମଧ୍ୟ କହିଛନ୍ତି,' ଗୋଟିଏ ପଟେ ଆମ ଦେଶବାସୀ କଠିନ ପରିଶ୍ରମ କରିବା ଆବଶ୍ୟକ ଓ ଅନ୍ୟ ପଟେ ଆମକୁ ମଧ୍ୟ ଭଗବାନଙ୍କ ଆଶୀର୍ବାଦ ଦରକାର ଯାହା ଦ୍ୱାରା ଆମର ଉଦ୍ୟମ ଫଳପ୍ରଦ ହେବ। ସଠିକ୍ ନୀତି, ପରିଶ୍ରମ ଏବଂ ଈଶ୍ବରଙ୍କ ଆଶୀର୍ବାଦ କେବଳ ସେମାନଙ୍କର ମିଳନ ମାଧ୍ୟମରେ ଦେଶକୁ ଅଗ୍ରଗତି କରିବ।
ଅରବିନ୍ଦ କେଜ୍ରିୱାଲ ପୂର୍ବରୁ ମହାତ୍ମା ଗାନ୍ଧିଙ୍କ ସହ ଲକ୍ଷ୍ମୀ ଓ ଗଣେଶଙ୍କ ଛବି ନୋଟରେ ରଖିବାକୁ ଦାବି କରିଥିଲେ। ଏହା ପରେ ବିଜେପି କେଜ୍ରିୱାଲଙ୍କୁ କଡ଼ା ଟାର୍ଗେଟ କରିଥିଲା ଓ ନିର୍ବାଚନ ପୂର୍ବରୁ ତାଙ୍କୁ 'ହିନ୍ଦୁ କାର୍ଡ' ଖେଳିଥିବା ଅଭିଯୋଗ କରିଥିଲା। ବିବାଦ ଥମିନଥିବା ବେଳେ କଂଗ୍ରେସର ମନୀଷ ତିୱାରୀ ଏକ ନୂଆ ଦାବି କରିଥିଲେ।
https://odia.news18.com/news/trending/congress-demanded-to-put-photo-of-babasaheb-ambedkar-with-mahatma-gandhi-on-indian-currency-3ssd-27102022-ssd-132561.htmlକଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନିତିନ ରାଉତ ମଧ୍ୟ ଟୁଇଟ୍ କରି ନୋଟରେ ମହାତ୍ମା ଗାନ୍ଧିଙ୍କ ସହ ବାବାସାହେବ ଆମ୍ବେଦକରଙ୍କ ଫଟୋ କାହିଁକି ରହିପାରିବନି ବୋଲି ଦାବି କରିଥିଲେ। ଏହି ସମୟରେ ସେ ବିଜେପିକୁ ମଧ୍ୟ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ କେଜ୍ରିୱାଲ ଓ ମୋଦିଙ୍କ ମଧ୍ୟରେ କୌଣସି ବିଶେଷ ପାର୍ଥକ୍ୟ ନାହିଁ। ଏହା ପ୍ରଥମ ଥର ନୁହେଁ ଯେ ନୋଟରେ ଚିତ୍ର ପରିବର୍ତ୍ତନ କରିବାର ଦାବି ଉଠୁଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।