ଆମୀର ଖାନଙ୍କୁ ଆସାମ ଆସିବାକୁ ମନା କଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା; ଜାଣନ୍ତୁ କାରଣ

ବିବାଦରେ ବଲିଉଡ୍‌ ଷ୍ଟାର ଆମିର ‌ଖାନ୍‌ଙ୍କ ଅଭିନୀତ ନୂଆ ଫିଲ୍ମ ଲାଲ ସିଂ ଚଡ୍ଡା। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ତାଙ୍କୁ ଏବେ ଆସାମକୁ ନଆସିବା ପାଇଁ ପରାମର୍ଶ ଦେଇଛନ୍ତି।

ଆମୀର ଖାନ (ପ୍ରତୀକାତ୍ମକ ଛବି)

ଆମୀର ଖାନ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଗୌହାଟୀ: ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଲାଲ ସିଂ ଚଡ୍ଡା' ପାଇଁ ବଲିଉଡ ସୁପରଷ୍ଟାର ଆମୀର ଖାନ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ତାଙ୍କ ଆସାମ ଗସ୍ତକୁ ସ୍ଥଗିତ ରଖିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ 'ହର ଘର ତ୍ରିରଙ୍ଗା' ଅଭିଯାନ ପାଇଁ ଆମୀରଙ୍କ ଗସ୍ତଙ୍କୁ ବାତିଲ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂତ୍ରରୁ ପ୍ରକାଶ ଯେ ଆମୀର ତାଙ୍କ ଚଳଚ୍ଚିତ୍ରର ପ୍ରମୋସନ ପାଇଁ ୧୪ ଅଗଷ୍ଟରେ ଗୌହାଟୀକୁ ଆସିବାକୁ ଚାହୁଁଥିଲେ।

ଆମୀର ଆସାମ ଗସ୍ତକୁ ୧୪ ତାରିଖ ପାଇଁ ବାତିଲ କରାଯାଇ ୧୬ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଆସାମ ଆସିଲେ ଆମୀର ଓ ତାଙ୍କ କ୍ରୁ ମେମ୍ବରଙ୍କ ସହ ମୁଖ୍ୟମନ୍ତ୍ରୀ ଫିଲ୍ମ ଦେଖିବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ ନିକଟରେ ଆମୀର ରାଜ୍ୟରେ ବନ୍ୟା ସହାୟତା ପାଣ୍ଠିକୁ ଦାନ କରିଛନ୍ତି ଓ ଏଥିପାଇଁ ତାଙ୍କୁ ସିଏମ ହିମନ୍ତ ପ୍ରଶଂସା କରିଥିଲେ। ସିଏମ୍ ହିମନ୍ତ ଚଳିତ ବର୍ଷ ଜୁନ୍ ୨୭ ରେ ଟ୍ୱିଟ୍ କରି କହିଥିଲେ, "ବଲିଉଡର ପ୍ରସିଦ୍ଧ ଅଭିନେତା ଆମୀର ଖାନ୍ ସିଏମ୍ ରିଲିଫ୍ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଯୋଗଦାନ କରି ରାଜ୍ୟର ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିଛନ୍ତି। ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି।"
Published by:Soumya Das
First published: