News18 Odia Digital
ଦୁମକା: ନିକଟରେ ଝାଡଖଣ୍ଡରେ ରାଜନୈତିକ ସଙ୍କଟ ମଧ୍ୟରେ ନୂଆ ଦିଲ୍ଲୀ ଯାଇଥିବା ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଇ ତଥା ଝାଡଖଣ୍ଡ ମୁଖୀ ମୋର୍ଚ୍ଚାର ବିଧାୟକ ବସନ୍ତ ସୋରେନ ଏକ ଅଜବ ବୟାନ ଦେଇଛନ୍ତି। ଗଣମାଧ୍ୟମକୁ ବସନ୍ତ ସୋରେନ ଦେଇଥିବା ଏକ ବୟାନର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସାମ୍ବାଦିକ ସମ୍ମିଳନୀରେ ତାଙ୍କ ଦିଲ୍ଲୀଗସ୍ତ ଉପରେ ପ୍ରଶ୍ନ କରାଯାଇଥିଲା। ନିଜ ପାଇଁ ଅନ୍ତବସ୍ତ୍ର କିଣିବାକୁ ସେ ଦିଲ୍ଲୀ ଯାଇଥିଲେ ବୋଲି କହିଛନ୍ତି।
ରାଜ୍ୟରେ ରାଜନୈତିକ ସଙ୍କଟ ଭିତରେ ଆପଣ ଆପଣ କାହିଁକି ଦିଲ୍ଲୀ ଯାଇଥିଲେ ପ୍ରଶ୍ନର ଅଜବ ଢଙ୍ଗରେ ଉତ୍ତର ରଖିଛନ୍ତି ବସନ୍ତ ସରେନ। ଏହାର ଜବାବରେ ସେ କହିଛନ୍ତି, "ବାସ୍ତବରେ ମୋର ଅନ୍ତବସ୍ତ୍ର ନଥିଲା, ତେଣୁ ସେସବୁ ଆଣିବା ପାଇଁ ମୁଁ ଦିଲ୍ଲୀ ଯାଇଥିଲି। ରାଜ୍ୟରେ ଟିକିଏ ରାଜନୈତିକ ଉତ୍ତେଜନା ଦେଖାଦେଇଥିଲା କିନ୍ତୁ ବର୍ତ୍ତମାନ ସବୁକିଛି ଠିକ ଅଛି।"
ସେପଟେ ବସନ୍ତଙ୍କ ବୟାନରେ ପ୍ରତିକ୍ରିୟା ଦେଇ ବିଜେପି ବିଧାୟକ ଭାନୁ ପ୍ରତାପ ଶାହି ଟୁଇଟ୍ କରି କହିଛନ୍ତି, "ଯେତେବେଳେ ଡୁମକାର ଆଦିବାସୀ ଝିଅ ଓ ଭଉଣୀଙ୍କୁ ହତ୍ୟା କରାଯାଉଛି, ସେତେବେଳେ ସେଠାର ବିଧାୟକ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ଭାଇ ପୀଡିତ ପରିବାରକୁ ଭେଟିବା ପରିବର୍ତ୍ତେ ଦିଲ୍ଲୀରେ ଅନ୍ତବସ୍ତ୍ର କିଣିବାରେ ବ୍ୟସ୍ତ ଥିଲେ।"
ପ୍ରକୃତରେ, ବସନ୍ତ ସୋରେନ ୨୯ ଅଗଷ୍ଟରେ ସୁପ୍ରିମକୋର୍ଟରେ ହାଜର ହେବାର ଥିଲା। ହେମନ୍ତ ସୋରେନଙ୍କ ଖଣି ଲିଜ୍ ମାମଲାରେ ତାଙ୍କ ଭାଇଙ୍କୁ ମଧ୍ୟ ସମାନ ମାମଲାରେ ପଚରାଉଚରା କରାଯାଉଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।