News18 Odia Digital
Biplab Dev Car Accident: ସୋମବାର ଏକ ଦୁର୍ଘଟଣାରେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ(Former CM)ତଥା ବିଜେପି ନେତା ବିପ୍ଲବ ଦେବ(Biplab Dev)ଙ୍କର ଦୁର୍ଘଟଣା ହୋଇଛି। ହରିୟାଣା ଗସ୍ତରେ ଆସିଥିବା ବିପ୍ଲାବ କୁମାର ଦେବଙ୍କ କାର(Car Accident) ଆଜି ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ହରିୟାଣାର ପାନିପତ ଜିଲ୍ଲାର ଜିଟି ରୋଡରେ ପାର୍କିଂ ହୋଇଥିବା ଗାଡି ସହିତ ତାଙ୍କ କାର ମୁହାଁମୁହିଁ ଧକ୍କା ହୋଇଥିଲେ ହେଁ ମୁଖ୍ୟମନ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ।
ପୁରା ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ ରାଜ୍ୟସଭା ସାଂସଦ ତଥା ହରିୟାଣା ବିଜେପି ଦାୟିତ୍ୱରେ ଥିବା ବିପ୍ଳବ ଦେବ ଦିଲ୍ଲୀରୁ ଚଣ୍ଡିଗଡ଼କୁ ଆସୁଥିବା ବେଳେ ପାନିପତ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ୍ ଓମ୍ ପ୍ରକାଶ ଫୋନ୍ ଯୋଗେ କହିଛନ୍ତି ଯେ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି। ରାଜ୍ୟସଭା ସାଂସଦ ମଧ୍ୟ କୌଣସି ପ୍ରକାରେ ଆଘାତ ପାଇନାହାଁନ୍ତି।
News18 Big Breaking: ବିବାହ କରିବେ ଦୁଇ ଜିଲ୍ଲାପାଳ|| ପୂର୍ବତନ ସିଏମଙ୍କ କାର ଦୁର୍ଘଟଣା
ସୂଚନାଯୋଗ୍ୟ, ବିପ୍ଲବ ଦେବ ହରିୟାଣାରେ ବିଜେପିର ଦାୟିତ୍ୱରେ ଅଛନ୍ତି। ସେ ସୋମବାର ଦିଲ୍ଲୀରୁ ଚଣ୍ଡିଗଡ଼ ଯାଉଥିଲେ। ଏହି ସମୟରେ ସମଲଖା ଓ ପାନିପତ ମଧ୍ୟରେ ରାସ୍ତାରେ ଏକ କାର ଅଟକି ରହିଥିଲା। ପଛରୁ ଆସି ପୂର୍ବତନ ତ୍ରିପୁରା ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିପ୍ଲବ କୁମାର ଦେବଙ୍କ କାର ପାର୍କିଂ କାର ଭିତରକୁ ପଶି ଆସିଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।