ଆଜି ସିବିଆଇରେ ହାଜର ହେବେ କେଜ୍ରିୱାଲ; ସାଙ୍ଗରେ ରହିବେ ପଞ୍ଜାବ ସିଏମ୍

ଆଗେ ମହାତ୍ମା ଗାନ୍ଧିଙ୍କ ସମାଧି ନିକଟରେ ଧ୍ଯାନରେ ବସିବେ, ତାପରେ ସିବିଆଇ କାର୍ଯ୍ଯାଳୟକୁ ଯିବେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Arvind Kejriwal's CBI Questioning: ଅବକାରୀ ଦୁର୍ନୀତି ମାମଲାରେ ଆଜି ସିବିଆଇରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହି ସମୟରେ ତାଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ଉପସ୍ଥିତ ରହିବେ। ଏହା ବ୍ୟତୀତ ଆମ୍ ଆଦମୀ ପାର୍ଟି (ଏଏପି) ସାଂସଦ ଏବଂ ଦିଲ୍ଲୀ ମନ୍ତ୍ରୀମାନେ ମଧ୍ୟ କେଜ୍ରିୱାଲଙ୍କ ସହ ସିବିଆଇ ମୁଖ୍ୟାଳୟକୁ ଯିବେ।

ସିବିଆଇ କାର୍ଯ୍ଯଳୟ ଯିବା ପୂର୍ବରୁ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ପ୍ରଥମେ ରାଜଘାଟ ଯିବେ । ସେଠାରେ ମହାତ୍ମା ଗାନ୍ଧିଙ୍କ ସମାଧି ପାଖରେ ଧ୍ଯାନ କରିବା ପରେ ସିବିଆଇ ଅଫିସ ଅଭିମୁଖେ ଯାତ୍ରା କରିବେ । ତାଙ୍କ ସାଙ୍ଗରେ ପଞ୍ଜାବ ମୁଖ୍ଯମନ୍ତ୍ରୀ ମାନ୍ ମଧ୍ଯ ରାଜଘାଟ  ଯାଇପାରନ୍ତି ବୋଲି ସୂଚନା ମିଳିଛି ।

ସେପଟେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ବିଧାନସଭାରେ ଗୋଟିଏ ଦିନ ପାଇଁ ବିଶେଷ ଅଧିବେଶନ ଡାକିଛନ୍ତି । ସିିବିଆଇ ଦ୍ୱାରା କେଜ୍ରିୱାଲଙ୍କୁ ନୋଟିସ କରାଯିବା ପରେ କେଜ୍ରିୱାଲ ଏହି ବିଶେଷ ଅଧିବେଶନ ଡାକିଛନ୍ତି । ଶନିବାର ଦିନ କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ କି ଏବେ ଆମ୍ ଆଦମୀ ପାର୍ଟି ଦେଶବାସୀଙ୍କ ପାଇଁ ଆଶାର କିରଣ ସାଜି ଆଗକୁ ଆସୁଥିବାରୁ ଏହି ଦଳକୁ ସାମପ୍ତ କରିବାକୁ କିଛି କୁଚକ୍ରୀ ଗୋଷ୍ଠୀ ଚେଷ୍ଠା ଚଳାଉଛନ୍ତି । ମଦ ନୀତି ପ୍ରସଙ୍ଗରେ ସିବିଆଇରେ ହାଜର ହେବେ । ଯଦି ସେ ଦୁର୍ନୀତିଗ୍ରସ୍ତ ତେବେ ଦୁନିଆରେ କେହି ସଚ୍ଚୋଟ ନୁହଁନ୍ତି।

ଆତିକ-ଅସରଫ ହତ୍ଯାକାଣ୍ଡ ମାମଲା: ୟୁପିରେ ୧୪୪ ଧାରା ଜାରି, ଆଜି ହେବ ପୋଷ୍ଟମର୍ଟମ

ତାଙ୍କ ବିରୋଧରେ ସିବିଆଇର ଡାକରାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ବିଜେପି ନେତାମାନେ ତାଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି । ଯଦି ବିଜେପି ଏଜେନ୍ସିକୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଅନ୍ତି, ତେବେ ସେମାନେ ଏପରି କରିବାକୁ ମନା କରିପାରିବେ ନାହିଁ।
Published by:Soumya Das
First published: