News18 Odia Digital
ନୂଆ ଦିଲ୍ଲୀ: ବୁଧବାର ସକାଳେ ଦିଲ୍ଲୀର ଦ୍ୱାରକାସ୍ଥିତ ଜଣେ ସ୍କୁଲ୍ ଛାତ୍ରୀଙ୍କ ଉପରେ ଏସିଡ୍ ଆକ୍ରମଣ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ଏହାକୁ ଆଦୌ ବରଦାସ୍ତ କରାଯାଇପାରିବ ନାହିଁ ବୋଲି ସେ ଟ୍ୱିଟ୍ କରିଛନ୍ତି। ଅପରାଧୀମାନେ କିପରି ଏତେ ସାହସ ପାଇଲେ? ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ୍। ଦିଲ୍ଲୀର ପ୍ରତ୍ୟେକ ଝିଅ ସନ୍ତାନର ସୁରକ୍ଷା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ।
ଆଜି ଦୁଇଜଣ ବାଇକ୍ ଚାଳକ ଝିଅ ଛାତ୍ରଙ୍କୁ ଏସିଡ୍ ସାହାଯ୍ୟରେ ଆକ୍ରମଣ କରିଥିଲେ। ଏସିଡ୍ ଆକ୍ରମଣରେ ବାଳିକା ଜଣଙ୍କ ଗୁରୁତର ଭାବେ ଜଳି ଯାଇଛି। ଏହି ଘଟଣା ସକାଳ ପ୍ରାୟ ୭.୩୦ ସମୟରେ ଘଟିଥିଲା ଓ ଝିଅଟି ବର୍ତ୍ତମାନ ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଛି।
ଛାତ୍ରୀଙ୍କ ବାପା କହିଛନ୍ତି ଯେ ମୋର ସାନ ଝିଅ ଘରକୁ ଦୌଡ଼ି ଆସି କହିଲା ଯେ ତା ଭଉଣୀ ଉପରେ ଏସିଡ୍ ଆକ୍ରମଣ ହୋଇଛି। ଉଭୟ ପୁଅଙ୍କ ମୁହଁ ଆଚ୍ଛାଦିତ ହୋଇଥିଲା, ସେମାନଙ୍କର ପରିଚୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ସେ କହିଥିଲେ ଯେ ତାଙ୍କ ଝିଅର ଉଭୟ ଆଖିରେ ଏସିଡ୍ ଯାଇଛି।
ଦ୍ୱାରକା ଡିସିପି ଏମ ହର୍ଷବର୍ଦ୍ଧନ କହିଛନ୍ତି ଯେ ଆଜି ଦ୍ୱାରାର ମୋହନ ଗାର୍ଡେନ୍ ପୋଲିସ୍ ଷ୍ଟେସନରେ ସୂଚନା ମିଳିଛି ଯେ ଦୁଇଜଣ ବାଇକ୍ ଚାଳକ ୧୭ ବର୍ଷର ଛାତ୍ରୀ ଉପରେ ଏସିଡ୍ ପରି ପଦାର୍ଥ ଫିଙ୍ଗିଥିଲେ। ସେ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ତାଙ୍କର ୮ ପ୍ରତିଶତ ପୋଡାଜଳା ହୋଇଛି। ଜଣେ ବାଳକକୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।
ଅନୁସନ୍ଧାନ ବେଳେ ଅନ୍ୟ ଜଣେ ବାଳକ ମୁଖ୍ୟ ସନ୍ଦିଗ୍ଧ ଭାବରେ ଉଭା ହୋଇଛି ଓ ଅଭିଯୁକ୍ତଙ୍କୁ ଧରିବା ପାଇଁ ଅନେକ ଦଳ ଗଠନ କରାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।