ଭାରତ ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ହେବା ଉଚିତ୍: ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମୁଖ୍ୟ ଅତିଥି ଭାବରେ ଦିଲ୍ଲୀର ରାମଲିଲା ମଇଦାନରେ ଲବ କୁଶ ରାମଲିଲା କମିଟି ଦ୍ୱାରା ଆୟୋଜିତ ମହୋତ୍ସବରେ ଯୋଗ ଦେଇଥିଲେ।

ସିଏମ୍ ଅରବିନ୍ଦ କେଜ୍ରିୱାଲ

ସିଏମ୍ ଅରବିନ୍ଦ କେଜ୍ରିୱାଲ

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମୁଖ୍ୟ ଅତିଥି ଭାବରେ ଦିଲ୍ଲୀର ରାମଲିଲା ମଇଦାନରେ ଲବ କୁଶ ରାମଲିଲା କମିଟି ଦ୍ୱାରା ଆୟୋଜିତ ମହୋତ୍ସବରେ ଯୋଗ ଦେଇଥିଲେ। କମିଟିର କର୍ମଚାରୀମାନେ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ରାମାୟଣ, ରାମ ଦର୍ବାର, ଗଦା ଦ୍ଵାରା ସମ୍ମାନିତ କରିଥିଲେ। ସିଏମ୍ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଗୋଟିଏ ପଟେ ଆମେ ରାମଲିଲା ଠାରୁ ଆମର ସଂସ୍କୃତିର ମହତ୍ତ୍ଵ ବୁଝିଥାଉ ଏବଂ ଅନ୍ୟ ପଟେ ପ୍ରଭୁ ରାମଙ୍କ ଜୀବନରୁ ଏକ ପ୍ରେରଣାଦାୟକ ବାର୍ତ୍ତା ପାଇଥାଉ। ସେ କହିଥିଲେ ଏହା ମୋର ସ୍ୱପ୍ନ ଯେ ସମଗ୍ର ବିଶ୍ୱରେ ଭାରତର ନାମ ରହିବା ଉଚିତ ଏବଂ ଭାରତ ବିଶ୍ୱର ସର୍ବୋତ୍ତମ ତଥା ଶକ୍ତିଶାଳୀ ରାଷ୍ଟ୍ର ହେବା ଉଚିତ୍।

ସିଏମ୍ ଅରବିନ୍ଦ କେଜ୍ରିୱାଲ ଦଶହରା ପର୍ବ ଅବସରରେ ଦିଲ୍ଲୀର ସମସ୍ତ ଲୋକଙ୍କୁ ଏବଂ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ମୁଁ ଭଗବାନ ରାମଙ୍କୁ ପ୍ରାର୍ଥନା କରୁଛି ଯେ ଭଗବାନ ସମସ୍ତଙ୍କୁ ବହୁତ ଖୁସି ଦିଅନ୍ତୁ, ସମସ୍ତଙ୍କୁ ଖୁସିରେ ରଖନ୍ତୁ, ସମସ୍ତଙ୍କୁ ସୁସ୍ଥ ରଖନ୍ତୁ।
Published by:Soumyashree Mishra
First published: