ପଞ୍ଜାବ କଂଗ୍ରେସରେ ବିବାଦ ତେଜିଲା; ଅମରିନ୍ଦରଙ୍କ ସପକ୍ଷରେ ଓହ୍ଲେଇଲେ ୧୦ ଜଣ ବିଧାୟକ

ଏହି ୧୦ ଜଣ ବିଧାୟକଙ୍କ ଅନୁଯାୟୀ ୧୯୮୪ର ଦରବାର ସାହେବ ଆକ୍ରମଣ ଓ ପରେ ଦିଲ୍ଲୀ ତଥା ଦେଶର ଅନ୍ୟାନ୍ୟ ସ୍ଥାନରେ ଶିଖମାନଙ୍କ ହତ୍ୟା ପରେ ବି ପଞ୍ଜାବରେ ଦଳ କ୍ଷମତା ହାସଲ କରିପାରିଥିଲା, ଯାହା କେବଳ କ୍ୟାପଟେନ୍‌ ଅମରିନ୍ଦରଙ୍କ ଯୋଗୁଁ ସମ୍ଭବ ହୋଇଥିଲା।

ପଞ୍ଜାବ କଂଗ୍ରେସରେ ବିବାଦ ତେଜିଲା; ଅମରିନ୍ଦରଙ୍କ ସପକ୍ଷରେ ଓହ୍ଲେଇଲେ ୧୦ ଜଣ ବିଧାୟକ
ଅମରିନ୍ଦର ସିଂ ଓ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ବିବାଦ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଚ଼ଣ୍ଡିଗଡ: ଦୀର୍ଘ ଦିନରୁ ପଞ୍ଜାବ କଂଗ୍ରେସରେ ଲାଗି ରହିଥିବା ବିବାଦକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ମୁଖ୍ୟ ମନ୍ତ୍ରୀ କ୍ୟାପେଟନ୍ ଅମରିନ୍ଦର ସିଂ ଓ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା କଳହ ଥମିବାର ନାଁ ନେଉନାହିଁ। ନବଜୋତ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ହେବାକୁ ଚେଷ୍ଟା କରୁଥିବା ବେଳେ ଅମରିନ୍ଦର ମଧ୍ୟ ତାଙ୍କୁ ଅଟକାଇବାକୁ ନିଜର ସବୁ ଶକ୍ତି ବ୍ୟବହାର କରୁଛନ୍ତି। ସିଦ୍ଧୁଙ୍କୁ ପ୍ରଦେଶ କଂଗ୍ରେସର ଦାୟିତ୍ବ ଦିଆଯିବା ଚର୍ଚ୍ଚା ମଧ୍ୟରେ ସେ ବାରମ୍ବାର ପାର୍ଟିର ବଡ଼ ବଡ଼ ନେତାଙ୍କୁ ଭେଟୁଛନ୍ତି। ହେଲେ ଇତିମଧ୍ୟରେ ପାର୍ଟିର ବରିଷ୍ଠ ନେତା ସୁଖପାଲ ସିଂ ଖୈରା ତାଙ୍କୁ ଟାର୍ଗେଟ କରିଛନ୍ତି। ଖେରା ନିଜ ପକ୍ଷରେ ୧୦ ଜଣ ବିଧାୟକଙ୍କ ସମର୍ଥନ କରି କଥା ମଧ୍ୟ ଦାବି କରିଛନ୍ତି। ଏହା ସହିତ ସେ ଏକ ମିଳିତ ବିବୃତ୍ତିରେ ସିଦ୍ଧୁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି।

“ଏଥିରେ କୌଣସି ସନ୍ଦେହ ନାହିଁ ଯେ ରାଜ୍ୟ ପି.ସି.ସି. ମୁଖ୍ୟଙ୍କ ନିଯୁକ୍ତି ପାର୍ଟି ହାଇ କମାଣ୍ଡର ଅଧିକାର। ହେଲେ ଏହାସହ ବିଶୃଙ୍ଖଳା ପ୍ରତି ମଧ୍ୟ ଧ୍ୟାନ ଦିଆଯାଏ। ଗତ ଦୁଇ ମାସ ମଧ୍ୟରେ ଦଳର ପ୍ରତିଷ୍ଠା ହ୍ରାସ ପାଇଛି,“ କହିଛନ୍ତି ନିକଟରେ ଆମ୍ ଆଦମୀ ପାର୍ଟି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ଖୈରା।

୧୦ ଜଣ ବିଧାୟକଙ୍କ ଅନୁଯାୟୀ ୧୯୮୪ ମସିହାରେ ହୋଇଥିବା ଦରବାର ସାହେବ ଆକ୍ରମଣ ଏବଂ ପରେ ଦିଲ୍ଲୀରେ ତଥା ଦେଶର ଅନ୍ୟାନ୍ୟ ସ୍ଥାନରେ ଶିଖମାନଙ୍କ ହତ୍ୟା ପରେ ମଧ୍ୟ ପଞ୍ଜାବରେ ଦଳ କ୍ଷମତା ହାସଲ କରିପାରିଥିଲା। ଯାହା କେବଳ କ୍ୟାପଟେନ ଅମରିନ୍ଦରଙ୍କ ପାଇଁ ସମ୍ଭବ ହୋଇଥିଲା। ମୁଖ୍ୟ ମନ୍ତ୍ରୀ ଭାବରେ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ତାଙ୍କ ବିରୋଧରେ ଦୁର୍ନୀତ ଏବଂ ଅନୁପଯୁକ୍ତ ସମ୍ପତ୍ତି ମାମଲା ଦାୟର କରିଥିଲେ ବାଦଲ ପରିବାର। ଏଥି ପାଇଁ ଅମରିନ୍ଦରଙ୍କୁ ବାଦଲ ପରିବାରର କଡ଼ା ରାଜନୀତିର ସାମ୍ନା କରିବାକୁ ପଡି଼ଥିଲା। ନିର୍ବାଚ଼ନକୁ ମାତ୍ର ଛ’ଅ ମାସ ବାକି ଥିବାବେଳେ ଏହି ପ୍ରସଙ୍ଗ ଦଳକୁ କ୍ଷତି ପହଞ୍ଚାଇ ପାରେ।

ବିଧାୟକମାନେ ଅମରିନ୍ଦରଙ୍କ ଦାବିକୁ ସମର୍ଥନ କରିଛନ୍ତି ଯେ ତାଙ୍କ ସହ ସରକାରଙ୍କ ବିରୋଧରେ ଅନେକ ବିବାଦୀୟ ଟ୍ବିଟ୍ କରିଥିବା ନବଜୋତ ସର୍ବସାଧାରଣରେ କ୍ଷମା ମାଗନ୍ତୁ, ଯାହା ଦ୍ବାରା ଦଳ ଏବଂ ସରକାର ମିଳିତ ଭାବେ କାର୍ଯ୍ୟ କରିପାରିବେ।

ଦଳ ପ୍ରତି ସିଦ୍ଧୁ ସାବଧାନ ରହିବାକୁ ମଧ୍ୟ ବିଧାୟକ ପରାମର୍ଶ ଦେଇଛନ୍ତି। ସିଦ୍ଧୁ ଜଣେ ସେଲିବ୍ରିଟି ଥିବା ସହ ଦଳ ପାଇଁ ଉପଯୋଗୀ ଥିଲେ, କିନ୍ତୁ ନିଜ ଦଳ ତଥା ସରକାରଙ୍କ ବିରୋଧରେ ସର୍ବସାଧାରଣରେ ନିନ୍ଦା କରିବା ସହ ସମାଲୋଚ଼ନା କରି ସେ ଦଳକୁ ଦୁର୍ବଳ କରିଦେଇଛନ୍ତି।

ନବଜୋତଙ୍କୁ ପ୍ରଦେଶ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିବା ସମ୍ପର୍କରେ ମୁଖ୍ୟ ମନ୍ତ୍ରୀ ଅମରିନ୍ଦରଙ୍କୁ ଶନିବାର ସୂଚନା ଦେଇଥିଲେ କଂଗ୍ରେସ ପଞ୍ଜାବ ପ୍ରଭାରୀ ହରିଶ ରାୱତ ଓ ଏହା ଦଳର ନିଷ୍ପତ୍ତି ବୋଲି ସେ କହିଥିଲେ । ସେ ସୋନିଆଙ୍କ ସହ କଥାବାର୍ତ୍ତା କରିବା ପରେ ଭେଣୁଗୋପାଳ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଅଧିକାରୀକ ଘୋଷଣା କରିବେ।
Published by: Lipina Das
First published: July 18, 2021, 6:08 PM IST