ପଞ୍ଜାବରେ କଂଗ୍ରେସ ବିବାଦ ଥମିଲା; ‘‘ସେ ଜନ୍ମ ହେଲା ବେଳକୁ ମୁଁ ସୀମାରେ ଲଢ଼ିଲିଣି’’, କହିଲେ ଅମରିନ୍ଦର

ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବେ ନିଯୁକ୍ତି କରାଯିବାକୁ ଅମରିନ୍ଦର ସିଂ ବିରୋଧ କରିଥିଲେ ଓ କହିଥିଲେ ଯେ ସିଦ୍ଧୁ ତାଙ୍କ ବିରୋଧରେ ଦେଇଥିବା “ଅପମାନଜନକ” ଟ୍ୱିଟ୍ ପାଇଁ କ୍ଷମା ନ ମାଗିଲେ ସେ ତାଙ୍କୁ ଭେଟିବେ ନାହିଁ ।

ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ନବଜୋତ ସିଂ ସିଦ୍ଧୁ

ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ନବଜୋତ ସିଂ ସିଦ୍ଧୁ

  • Share this:
New18 Odia Digital

ନୂଆ ଦିଲ୍ଲୀ: ଶୁକ୍ରବାର ପଞ୍ଜାବ ମୁଖ୍ୟ ମନ୍ତ୍ରୀ ଅମରିନ୍ଦର ସିଂଙ୍କ ଉପସ୍ଥିତିରେ ନବଜୋତ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମର କିଛି ଘଣ୍ଟା ପୂର୍ବରୁ ରାହୁଲ ଗାନ୍ଧୀ କହିଥିଲେ ଯେ ପଞ୍ଜାବ କଂଗ୍ରେସ ବିବାଦର ସମାଧାନ ହୋଇଛି ।

ରାଜ୍ୟ କଂଗ୍ରେସ ଭବନରେ ଦାୟିତ୍ବ ଗ୍ରହଣ କରିବା ପରେ କ୍ରିକେଟରରୁ ରାଜନେତା ହୋଇଥିବା ସିଦ୍ଧୁ କହିଛନ୍ତି, ‘‘ମୁଁ ଦଳର ଜଣେ ସାଧାରଣ କର୍ମୀ ଓ ଏହାର ରାଜ୍ୟ ୟୁନିଟ୍ ମୁଖ୍ୟଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ପଞ୍ଜାବର ପ୍ରତ୍ୟେକ କର୍ମୀ ଆଜି ଠାରୁ ଦଳର ରାଜ୍ୟ ୟୁନିଟର ମୁଖ୍ୟ ରୂପେ କାର୍ଯ୍ୟ କରିବେ।’’

ଏହି କାର୍ଯ୍ୟକ୍ରମରେ ସିଏମ ଅମରିନ୍ଦର ମଧ୍ୟ ପଞ୍ଜାବ କଂଗ୍ରେସରେ ଚାଲିଥିବା ବିବାଦର ସମାଧାନ ବିଷୟରେ ଆଲୋଚନା କରି କହିଛନ୍ତି, ‘‘ଆମକୁ ପଞ୍ଜାବରେ କଂଗ୍ରେସ ଦଳକୁ ମଜବୁତ କରିବାକୁ ପଡ଼ିବ । ମୁଁ ସମସ୍ତଙ୍କୁ କହିଦେଇଛି ଯେ ସିଦ୍ଧୁଙ୍କୁ ସମର୍ଥନ କରିବାକୁ ଓ ପଞ୍ଜାବ ପାଇଁ ଏକାଠି କାମ କରିବାକୁ ।’’

ସିଦ୍ଧୁ ଶୁକ୍ରବାର ପଞ୍ଜାବ କଂଗ୍ରେସ ଭବନରେ ଚାରି ଜଣ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ସହ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ଦାୟିତ୍ବ ଗ୍ରହଣ କରିଛନ୍ତି । ଅମରିନ୍ଦର ସିଂ ଓ ଅନ୍ୟ ଦଳର କିଛି ବିଧାୟକମାନେ ପ୍ରଥମେ ପଞ୍ଜାବ କଂଗ୍ରେସ ଭବନରେ ଉପସ୍ଥିତ ଥିବା ବେଳେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟ ମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ରାୱତ ଏହି ସମାରୋହରେ ଯୋଗ ଦେଇଥିଲେ ।

ଭାରତୀୟ ସେନାରେ ସେବା କରିଥିବା ମୁଖ୍ୟ ମନ୍ତ୍ରୀ ଅମରିନ୍ଦର ପୂର୍ବତନ ବିଧାୟକ ସିଦ୍ଧୁଙ୍କ ସହ ନିଜ ସମ୍ପର୍କ ବିଷୟରେ କହିଛନ୍ତି ଯେ ସିଦ୍ଧୁ ଯେତେବେଳେ ଜନ୍ମ ହୋଇଥିଲେ ସେ ସେହି ସମୟରେ ସେ ସୀମାରେ ଲଢୁଥିଲେ ।

ସିଦ୍ଧୁ ଓ ଅମରିନ୍ଦର ସିଂ ଗତ କିଛି ଦିନ ହେବ ବିବାଦ ଘେରରେ ରହିଥିବା ବେଳେ ସିଦ୍ଧୁ ସିଏମଙ୍କ ଉପରେ ଅନେକ ବିବାଦୀୟ ବୟାନ ଦେଇ ଆସୁଥିଲେ । ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଭାବେ ସିଦ୍ଧୁଙ୍କ ନିଯୁକ୍ତିକୁ ଅମରିନ୍ଦର ବିରୋଧ କରି କହିଥିଲେ ଯେ ସିଦ୍ଧୁ ତାଙ୍କ ବିରୋଧରେ କରିଥିବା ଅପମାନଜନକ ଟ୍ବିଟ୍ ପାଇଁ କ୍ଷମା ନ ମାଗିବା ପର୍ଯ୍ୟନ୍ତ ସେ ତାଙ୍କୁ ଭେଟିବେ ନାହିଁ ।
Published by:Lipina Das
First published:
)}