ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପ୍ରତିଛବି
- News18 Odia
- Last Updated :
News 18 Odia Digital
ବ୍ରିଟେନ: ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ସାରା ବିଶ୍ଵ ବିଭିନ୍ନ ସ୍ଥାନରୁ ଲୋକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ସୂଚନା ଅନୁଯାୟୀ, ଲିଆନ୍ ବେଥେଲ ଇଂଲଣ୍ଡର ପଶ୍ଚିମ ମିଡଲ୍ୟାଣ୍ଡର ଟେଲଫୋର୍ଡର ବାସିନ୍ଦା ତାଙ୍କ ଫେସବୁକରେ ଫଟୋ ସେୟାର କରିଥିଲେ। ଯେଉଁଥିରେ ସମ୍ପୂର୍ଣ ବାଦଲ ଆକାର ଦେଖାଯାଉଥିଲେ ରାଣୀ ଏଲିଜାବେଥ୍।ଏହି ଫଟୋ ବର୍ତ୍ତମାନ ଅଧିକ ଭାଇରାଲ ହେବାକୁ ଲାଗୁଛି।
ବ୍ରିଟେନ୍ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ପ୍ରଥା ଅନୁଯାୟୀ ତାଙ୍କ ବଡ଼ ପୁଅ ଚାର୍ଲ୍ସ ହେବେ ରାଜା । ତେବେ କେବଳ ଅପେକ୍ଷା ଆନୁଷ୍ଠାନିକ ଘୋଷଣା ଏବଂ ରୀତିନୀତି ପରମ୍ପରାକୁ। ବର୍ତ୍ତମାନ ଶୋକ ସମୟ ମଧ୍ୟରେ ରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାର ପରେ ହିଁ ଚାର୍ଲ୍ସଙ୍କୁ ଦେଶର ରାଜା ଭାବେ ଘୋଷିତ କରାଯିବ। ଏନେଇ ସମସ୍ତ ରାଜକୀୟ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।