ଅମରନାଥରେ ପ୍ରବଳ ବର୍ଷା ଯୋଗୁ ୧୫ ମୃତ; ପାଣିଘେରରେ ଅନେକ ଭକ୍ତ... ଯବାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି

ପ୍ରବଳ ବର୍ଷା ଯୋଗୁ ଅମରନାଥରେ ୧୫ ମୃତ ୫୦ରୁ ଅଧିକ ଆହତ

ପ୍ରବଳ ବର୍ଷା ଯୋଗୁ ଅମରନାଥରେ ୧୫ ମୃତ ୫୦ରୁ ଅଧିକ ଆହତ

  • Share this:
News 18 Odia Digital

ନୂଆଦିଲ୍ଲୀ; ଜମ୍ମୁ-କାଶ୍ମୀର ଅମରନାଥ ମନ୍ଦିର ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ବର୍ଷା ଫଳରେ ପର୍ବତରୁ ପାଣି ଖସି ଗୁମ୍ଫା ନିକଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାଣି ସ୍ରୋତରେ ଅନେକ ଶ୍ରଦ୍ଧାଳୁ ଭାସିଯାଇଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । ମୃତକଙ୍କ ମଧ୍ୟରେ ୩ ମହିଳା ଶ୍ରଦ୍ଧାଳୁ ଅଛନ୍ତି । ଆଇଟିବିପି, ଏନଡିଆରଏଫ୍, ସେନାବାହିନୀ ଓ ପୋଲିସ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଗତକାଲି ସନ୍ଧ୍ୟା ୫ଟା ୩୦ ସମୟରେ ଅମରନାଥରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ଯୋଗୁ ଅନେକ କ୍ଷୟକ୍ଷତି ହେବାସହ ଦୂରରୁ ଆସିଥିବା ତୀର୍ଥଯାତ୍ରୀଙ୍କ ଶିବିର ମଧ୍ୟ ସ୍ରୋତରେ ଭାସିଯାଇଥିଲା । ବର୍ଷା ପରେ ତତକ୍ଷଣାତ ଉଦ୍ଧାର କାର୍ଯ୍ୟ ଓ ଏୟାରଲିଫ୍ଟିଂ ଆରମ୍ଭ କରାଯାଇଥିଲେ ମଧ୍ୟ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଏକ ଚ୍ୟାଲେଞ୍ଜ୍ ସୃଷ୍ଟି ହୋଇଛି । ୫୦ରୁ ଉର୍ଦ୍ଧ ଗୁରୁତର ଆହତ ମାନଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ଚଳିତ ବର୍ଷ ଅମରନାଥ ଯାତ୍ରା ଜୁନ୍ ୩୦ରୁ ଆରମ୍ଭ ହୋଇଥିଲା । ଲକ୍ଷାଧିକ ଶ୍ରଦ୍ଧାଳୁ ବାବା ଅମରନାଥଙ୍କ ଦର୍ଶନ କରିସାରିଥିବା ବେଳେ ପାଗରେ ପରିବର୍ତ୍ତନ ପାଇଁ ଜୁଲାଇ ୬ରୁ ଦର୍ଶନ ବନ୍ଦ କରାଯାଇଥିଲା । ଏହି ପର୍ଯ୍ୟାୟରେ, ଏକ ନୂତନ ବ୍ୟାଚ୍ ତୀର୍ଥଯାତ୍ରୀ ଶୁକ୍ରବାର ବିଳମ୍ବିତ ରାତିରେ ଜାମ୍ମୁ ବେସ୍ କ୍ୟାମ୍ପରୁ କାଶ୍ମୀରର ବାଲ୍ଟାଲ ଏବଂ ପହଲଗାମ ବେସ୍ କ୍ୟାମ୍ପ ଆଡ଼କୁ ଅମରନାଥ ଯାତ୍ରା ପାଇଁ ଯାଇଥିଲେ। ଏହି ସମୟରେ ନ୍ୟୁଜ୍ ଏଜେନ୍ସି ଏଏନଆଇ ସହିତ କଥାବାର୍ତ୍ତା କରୁଥିବା ସମୟରେ ଜଣେ ତୀର୍ଥଯାତ୍ରୀ କହିଥିଲେ ଯେ ଆମେ ପହଲଗାମ କ୍ୟାମ୍ପ ଆଡକୁ ଯାଉଛୁ ଏବଂ ଆଶା କରୁଛୁ ଯେ ଯାତ୍ରା ପୁଣି ଆରମ୍ଭ ହେବ । ସମସ୍ତ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ଆମେ ବାବା ଭୋଲେନାଥଙ୍କୁ ପ୍ରାର୍ଥନା କରୁଛୁ।
Published by:Soubhagya Mishra
First published: