ଗୋଟିଏ ଝିଅ ସହ ପ୍ରେମ ପାଇଁ ନବମ ଶ୍ରେଣୀର ଛାତ୍ର ନିଜ ସହପାଠୀକୁ ଗୁଳି ମାରି ହତ୍ୟା କଲା

ମୃତ ନିତିନ୍ ଓ ଅଭିଯୁକ୍ତ ଉଭୟ ନବମ ଶ୍ରେଣୀର ଛାତ୍ର ଥିଲେ । ଉଭୟଙ୍କ ବୟସ ମାତ୍ର ୧୩ ବର୍ଷ । ଉଭୟ ଏନ୍.ସି.ସି. କଡେଟ୍ ବି ଥିଲେ । ଅଭିଯୁକ୍ତ ଛାତ୍ର ବନ୍ଧୁକ ଧରି ନିତିନକୁ ହତ୍ୟା କରିବା ପାଇଁ ସ୍କୁଲର ଗେଟ୍ ବାହାରେ ଅପେକ୍ଷା କରିଥିଲା ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ମୀରଟ୍‌: ଗୋଟିଏ ଝିଅ ପାଇଁ ପ୍ରେମରୁ ଦୁଇ ସ୍କୁଲ୍‌ ଛାତ୍ରଙ୍କ ମଧ୍ୟରେ ବିବାଦ ଏତେ ବଢ଼ିଗଲା ଯେ ଶେଷରେ ଜଣେ ଅନ୍ୟ ଜଣକୁ ଗୁଳି ମାରି ହତ୍ୟା କଲା । ହତ୍ୟା କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ଛାତ୍ର ସ୍କୁଲର ଗେଟ୍‌ ପାଖରେ ଅପେକ୍ଷା କରି ରହିଥିଲା । ହତ୍ୟା କରି ଫେରାର୍‌ ହୋଇଯାଇଥିଲା ।

ଏହି ଅଭାବନୀୟ ଘଟା ଘଟିଛି ଉତ୍ତର ପ୍ରଦେଶର ମୀରଟରେ । ଉଭୟ ହତ୍ୟାକାରୀ ଛାତ୍ର ଓ ମୃତ ଛାତ୍ର ନବମ ଶ୍ରେଣୀରେ ସାଙ୍ଗରେ ପଢ଼ୁଥିଲେ । ମୀରଟର ଇଣ୍ଟର କଲେଜ୍‌ ବାହାରେ ବୁଧବାର ଦିନ ଘଟିଥିବା ଏହି ହତ୍ୟା ସାରା ସହରରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ  ପିଲାଙ୍କୁ ବିଷ ଦେଇ ଆତ୍ମହତ୍ୟା ଉଦ୍ୟମ କଲା ମାଆ; ଦୁଇ ଶିଶୁଙ୍କ ମୃତ୍ୟୁ ହେଲା

‘‘ନବମ ଶ୍ରେଣୀର ଛାତ୍ର ନିତିନଙ୍କୁ ଇଣ୍ଟର୍‌ କଲେଜ ସାମନାରେ ଗୁଳି କରି ହତ୍ୟା କରାଯାଇଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି । ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ ଏହି ହତ୍ୟା ପଛରେ ପ୍ରେମ ସମ୍ପର୍କର ରହିଛି,’’ କହିଛନ୍ତି ଏସ୍‌.ପି. (କ୍ରାଇମ୍‌) ରାମ ଅର୍ଜ ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଦିନକୁ ୩୬୭ଟି ଅପରାଧ ଘଟୁଛି; ସେଥିରୁ ୮ଟି ଦୁଷ୍କର୍ମ, ୪ଟି ହତ୍ୟା: ଗୃହ ବିଭାଗର ଶ୍ବେତପତ୍ର

ପୋଲିସର ତଦନ୍ତ ଅନୁସାରେ ନବଜୀବନ ଇଣ୍ଟର୍‌ କଲେଜ ବାହାରେ କେତେକ ଛାତ୍ର ନବମ ଶ୍ରେଣୀର ମାକ୍ର ଶୀଟ୍‌ ନେବା ପାଇଁ ଏକତ୍ର ହୋଇଥିଲେ । ନିତିନ୍‌ ନିଜ ମୋଟର୍‌ ସାଇକେଲରେ ଆସି କଲେଜ୍‌ ବାହାରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଅଭିଯୁକ୍ତ ଛାତ୍ର ଓ ଅନ୍ୟ କେତେକ ଛାତ୍ର ଘେରିଯାଇଥିଲେ । ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ତା’ପରେ ମୁଖ୍ୟ ଅଭିଯୁକ୍ତ ନିତିନର ଛାତିକୁ ଗୋଟିଏ ଦେଶୀ ବନ୍ଧୁକରୁ ଗୁଳି ଚଳାଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ହୋଲିରେ ଭୁବନେଶ୍ୱରରେ ମହିଳାଙ୍କ ଅଭାବନୀୟ କାଣ୍ଡ: ବ୍ଲେଡରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କଲେ

ନିତିନ୍‌ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲା । ପୋଲିସକୁ ତୁରନ୍ତ ଖବର ଦିଆଯାଇଥିଲା । ପୋଲିସ ଆସିବା ବେଳକୁ ନିତିନର ରକ୍ତାକ୍ତ ମୃତ ଦେହ କଲେଜ୍‌ ବାହାରେ ପଡ଼ିଥିଲା । ଗୁଳି ମାରିଥିବା ତା’ ସହପାଠୀ ଓ ଅନ୍ୟମାନେ ସେଠାରୁ ପଳାଇଯାଇଥିଲେ । ଲୋକେ ନିତିନକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ହେଲେ ସେଠାରେ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ ।

ଏହା ବି ପଢ଼ନ୍ତୁ | ପ୍ରେମରେ ଭଲ ସମ୍ପର୍କ ଖରାପ ସମ୍ପର୍କ ଭିତରେ ପାର୍ଥକ୍ୟ ରହିଛି? ଜାଣନ୍ତୁ

ଅଭିଯୁକ୍ତ ଛାତ୍ରର ସନ୍ଧାନରେ ପୋଲିସ ବିଭିନ୍ନ ସ୍ଥାନରେ ରେଡ୍‌ କରିବା ଆରମ୍ଭ କରିଛି । ଅଭିଯୁକ୍ତ ଛାତ୍ର ଓ ତା’ ପରିବାର ନିଜ ଘରୁ କୁଆଡ଼େ ଫେରାର୍‌ ହୋଇଯାଇଥିବା କହିଛନ୍ତି ଜଣେ ପୋଲିସ ଅଧିକାରୀ । ପୋଲିସକୁ ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଛାତ୍ର ବନ୍ଧୁକ ଧରି ନିତିନକୁ ହତ୍ୟା କରିବା ପାଇଁ ସ୍କୁଲର ଗେଟ୍‌ ବାହାରେ ଅପେକ୍ଷା କରିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | କେନ୍ଦୁଝର: କାର୍ ଚଳାଉଥିବା ବେଳେ ଆଖି ଲାଗିଗଲା; ଗଛରେ ପିଟିଲା କାର୍; ବାପା ମୃତ, ପୁଅ ଆହତ

ଅଭିଯୁକ୍ତ ଛାତ୍ର ସହ ଘଟଣା ସମୟରେ ତା’ ଭାଇ ଓ ସେମାନଙ୍କର ଚାରି ଜଣ ସାଙ୍ଗ ଥିଲେ । ମୃତ ନିତିନର ପରିବାର ଲୋକଙ୍କ ଏତାଲା ଅନୁସାରେ ପୋଲିସ ଦୁଇ ଜଣ ନାମ ଥିବା ନାବାଳକ ଓ ସେମାନଙ୍କର ଚାରି ଅଜ୍ଞାତ ବନ୍ଧୁଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି ।



ପୋଲିସ ନିତିନର ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଜାଣିବାକୁ ମିଳିଛି ଯେ ମୃତ ନିତିନକୁ ମାତ୍ର ୧୩ ବର୍ଷ ହୋଇଥିଲା । ଅଭିଯୁକ୍ତ ଛାତ୍ରର ବୟସ ବି ୧୩ ବର୍ଷ ବୋଲି କୁହାଯାଉଛି । ଉଭୟେ ନବମ ଶ୍ରେଣୀର ଛାତ୍ର ଥିଲେ ଓ ଏନ୍‌.ସି.ସି. କଡେଟ୍ ବି ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି ଯେ ଦୁଇ ଛାତ୍ରଙ୍କ ମଧ୍ୟରେ ପୂର୍ବରୁ କିଛି ବିବାଦ ଥିବା ସାମ୍ନାକୁ ଆସିଛି, କିନ୍ତୁ ତାହା କେଉଁ ବିବାଦ ତାହା ଜଣା ପଡି଼ନାହିଁ ।
Published by:Anand S.T. Das
First published: