ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ନଦୀରେ ଡଙ୍ଗା ଚଳାଇ ବିଦ୍ଯାଳୟ ଯାଉଛି ଏକାଦଶ ଶ୍ରେଣୀ ଛାତ୍ରୀ ସନ୍ଧ୍ଯା; କଂଗ୍ରେସ ନେତା କଲେ ପ୍ରଶଂସା

ନଦୀରେ ଡଙ୍ଗା ଚଳାଇ ବିଦ୍ଯାଳୟ ଯାଉଛି ଏକାଦଶ ଶ୍ରେଣୀ ଛାତ୍ରୀ ସନ୍ଧ୍ଯା; କଂଗ୍ରେସ ନେତା କଲେ ପ୍ରଶଂସା

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ଗୋରଖପୁରର ସନ୍ଧ୍ଯା ସାହାଣୀ । ପ୍ରତିଦିନ ସନ୍ଧ୍ଯା ନିଜେ ଡଙ୍ଗା ଚଲାଇ ପାଠ ପଢ଼ିବାକୁ ବିଦ୍ଯାଲୟ ଯାଆନ୍ତି ।

ନଦୀରେ ଡଙ୍ଗା ଚଳାଇ ବିଦ୍ଯାଳୟ ଯାଉଛି ଏକାଦଶ ଶ୍ରେଣୀ ଛାତ୍ରୀ ସନ୍ଧ୍ଯା; କଂଗ୍ରେସ ନେତା କଲେ ପ୍ରଶଂସା
ଡଙ୍ଗା ଚଲାଇ ପାଠ ପଢିବାକୁ ଯାଉଛି ସନ୍ଧ୍ଯା (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 7, 2021, 1:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗୋରଖପୁର : କଥାରେ ଅଛି କୌଣସି କାମ ପାଇଁ ଯଦି ଇଛା ଅଛି ତେବେ କୌଣସି ସମସ୍ୟା ବି ଆପଣଙ୍କୁ ରୋକି ପାରିବ ନାହିଁ। ଗୋରଖପୁରର ସନ୍ଧ୍ୟା ସାହାଣୀ ଏହି କଥାକୁ ସତ କରି ଦେଖେଇଛନ୍ତି। ସନ୍ଧ୍ୟାଙ୍କୁ ପାଠ ପଢିବାର ଆଗ୍ରହ ଅଛି। ହେଲେ ବିଦ୍ଯାଳୟ ଯିବାକୁ ରାସ୍ତା ନାହିଁ, ଅନଲାଇନ କ୍ଲାସ ପାଇଁ ପାଖରେ ଫୋନ ନାହିଁ। କିନ୍ତୁ ଏହା ବାଦ ବି ସେ ଯେଉଁଭଳି ଭାବେ ପାଠ ପଢୁଛନ୍ତି ତାହା ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବି ତାଙ୍କର ଏହି କାମକୁ ପ୍ରଶଂସା କରିଛନ୍ତି ।

ଏକାଦଶ ଶ୍ରେଣୀରେ ପଢୁଥିବା ସନ୍ଧ୍ୟା ସାହାଣୀ ଗୋରଖପୁରର ବହରାମପୁରରେ ଥିବା ସ୍କୁଲକୁ ଯିବା ନେଇ ଡଙ୍ଗାର ସାହାରା ନେଇଥାନ୍ତି। ନା ସେ ନାଉରିଆର ସାହାଯ୍ୟ ନିଅନ୍ତି ନା ଆଉ କାହାର। ସେ ନିଜେ ଏହି ଡଙ୍ଗା ଚଲେଇ ସ୍କୁଲ ପର୍ଯ୍ୟନ୍ତ ଚାଲିଯାଆନ୍ତି।

କରୋନା କାଳରେ ଦେଶରେ ଲକଡାଉନ କାରଣରୁ ସବୁ ବିଦ୍ଯାଳୟ ବନ୍ଦ ଥିଲା। ବର୍ତ୍ତମାନ ଧୀରେ ଧୀରେ ବିଦ୍ଯାଳୟ ଖୋଲୁଛି। ୟୁପି ଓ ଅନ୍ୟ କିଛି ରାଜ୍ୟରେ ସ୍କୁଲ ଖୋଲିଥିଲେ ବି ଅନଲାଇନ କ୍ଲାସର ମଧ୍ୟ ବିକଳ୍ପ ରହିଛି। କିନ୍ତୁ ଘରେ ରହି ସନ୍ଧ୍ୟା ପାଠ ପଢି ପାରିବେ ନାହିଁ, କାରଣ ତାଙ୍କ ପାଖରେ ସ୍ମାର୍ଟ ଫୋନ ନାହିଁ।

ସନ୍ଧ୍ୟା ସାହାଣୀ କୁହନ୍ତି ଯେ “ମୁଁ ଅନଲାଇନ କ୍ଲାସ କରି ପାରିବି ନାହିଁ। କାରଣ ମୋ ପାଖରେ ସ୍ମାର୍ଟ ଫୋନ ନାହିଁ। ଯେତେବେଳେ ସ୍କୁଲ ଖୋଲିଲା ଆମ ଅଞ୍ଚଳରେ ବନ୍ୟା ହୋଇଗଲା। ସେତେବେଳେ ମୁଁ ଠିକ କଲି ଯେ ଡଙ୍ଗାରେ ସ୍କୁଲ ଯିବି।”

ଭରା ପାଣିରେ ସନ୍ଧ୍ୟା ସ୍କୁଲ ଯିବାର ଫଟୋ ଗୁରୁ ଦିବସରେ ସାମ୍ନାକୁ ଆସିଥିଲା। ସେତେବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଫଟୋକୁ ସେୟାର କରି ଲେଖିଥିଲେ ଯେ “ଗମ୍ଭୀର ସମସ୍ୟା, ବିଫଳ ପ୍ରଶାସନ ଓ ଅନିଶ୍ଚିତ ଭବିଷ୍ୟତ ସତ୍ତ୍ୱେ ବାଳିକାଟି ନିଜର ସାହସ ହରେଇ ନାହିଁ। ସନ୍ଧ୍ୟାଙ୍କ ସାହସ ଆମକୁ ଅନେକ କିଛି ଶିକ୍ଷା ଦେଉଛି।”
Published by: Soumya Das
First published: September 7, 2021, 12:52 PM IST