ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ପଞ୍ଜଶିରରେ ତାଲିବାନ ଓ ଉତ୍ତର ଆଲାଇନ୍ସ ମଧ୍ୟରେ ଯୁଦ୍ଧ ଜାରି; ବ୍ରିଜ ଉଡ଼ାଇ ଦେଲା ତାଲିବାନ

ପଞ୍ଜଶିରରେ ତାଲିବାନ ଓ ଉତ୍ତର ଆଲାଇନ୍ସ ମଧ୍ୟରେ ଯୁଦ୍ଧ ଜାରି; ବ୍ରିଜ ଉଡ଼ାଇ ଦେଲା ତାଲିବାନ

ସୋମବାରଠାରୁ ତାଲିବାନ ଓ ଉତ୍ତର ଆଲାଇନ୍ସ ମଧ୍ୟରେ ପଞ୍ଜଶିରରକୁ କାବୁ କରିବା ପାଇଁ ଯୁଦ୍ଧ ଚାଲିଛି। ଉତ୍ତର ଆଲାଇନ୍ସ ୮ଜଣ ତାଲିବାନଙ୍କୁ ହତ୍ୟା କରିଥିବା ଦାବି କରିଛି।

ପଞ୍ଜଶିରରେ ତାଲିବାନ ଓ ଉତ୍ତର ଆଲାଇନ୍ସ ମଧ୍ୟରେ ଯୁଦ୍ଧ ଜାରି; ବ୍ରିଜ ଉଡ଼ାଇ ଦେଲା ତାଲିବାନ
ଉତ୍ତର ଆଲାଇନ୍ସର ରାସ୍ତା ଅବରୋଧ ପାଇଁ ବ୍ରିଜ ନଷ୍ଟ କରିଦେଲା ତାଲିବାନ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 1, 2021, 12:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କାବୁଲ: ଆଫଗାନିସ୍ତାନରୁ ଆମେରିକାର ସେନା ପ୍ରତ୍ୟାହାର ପରେ ତାଲିବାନ ପଞ୍ଜଶିର ଉପତ୍ୟକା ବ୍ୟତୀତ ସମଗ୍ର ଆଫଗାନିସ୍ତାନକୁ ଦଖଲ କରିଛି। ସୋମବାରଠାରୁ ତାଲିବାନ ଓ ଉତ୍ତର ଆଲାଇନ୍ସ ମଧ୍ୟରେ ପଞ୍ଜଶିରରକୁ କାବୁ କରିବା ପାଇଁ ଯୁଦ୍ଧ ଚାଲିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ ତାଲିବାନ ମଙ୍ଗଳବାର ରାତିରେ ପଞ୍ଜଶିର ଉପତ୍ୟକା ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ତାଲିବାନ ମଧ୍ୟ ଏକ ବ୍ରିଜ ଉଡ଼ାଇ ଦେଇଛି। ଫଳରେ ଉତ୍ତର ଆଲାଇନ୍ସର ଫେରସ୍ତ ପାଇଁ ରାସ୍ତା ଅବରୋଧ କରିବାକୁ ଚେଷ୍ଟା କରିଛି।

ଏଥି ସହିତ ସୋମବାର ହୋଇଥିବା ଏନକାଉଣ୍ଟରରେ ଉତ୍ତର ଆଲାଇନ୍ସ ୮ଜଣ ତାଲିବାନଙ୍କୁ ହତ୍ୟା କରିଥିବା ଦାବି କରିଛି। ଏହି ସମୟ ମଧ୍ୟରେ ଉତ୍ତର ଆଲାଇନ୍ସର ୨ ଜଣ ସୈନିକ ମଧ୍ୟ ନିହତ ହୋଇଛନ୍ତି।

ସ୍ଥାନୀୟ ସାମ୍ବାଦିକ ନାଇଟିକ ମଲିକ ଜଡା ପଞ୍ଜଶିର ଯୁଦ୍ଧ ବିଷୟରେ ଟ୍ୱିଟ୍ କରିଛନ୍ତି।  ତାଙ୍କ କହିବାନୁସାରେ, ଆଫଗାନିସ୍ତାନର ପଞ୍ଜଶିର ପ୍ରବେଶ ଦ୍ୱାରରେ ଗୁଲବାହାର ଅଞ୍ଚଳରେ ତାଲିବାନ ଓଉତ୍ତର ଆଲାଇନ୍ସର ସୈନିକ ଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ତାଲିବାନ ଏଠାରେ ଏକ ସେତୁ ଉଡ଼ାଇ ଦେଇଛି।  ଏହି ସେତୁ ଗୁଲବାହାରକୁ ପଞ୍ଜଶିର ସହିତ ସଂଯୋଗ କରିବା ପାଇଁ ବ୍ୟବହୃତ ହୋଇଥିଲା। ଏହା ବ୍ୟତୀତ ଉତ୍ତର ଆଲାଇନ୍ସର ଅନେକ ସୈନିକଙ୍କୁ ଗିରଫ କରାଯାଇଛି।

ପଞ୍ଜଶିର କେଉଁଠି?

କାବୁଲର ୧୫୦ କିଲୋମିଟର ଉତ୍ତରରେ ହିନ୍ଦୁକୁଶ ପର୍ବତ ନିକଟରେ ପଞ୍ଜଶିର ଉପତ୍ୟକା ଅବସ୍ଥିତ। ଉତ୍ତରରେ ପଞ୍ଜଶିର ନଦୀ ଏହାକୁ ପୃଥକ କରିଛି। ପଞ୍ଜଶିର ଉତ୍ତର ଅଞ୍ଚଳ ମଧ୍ୟ ପଞ୍ଜଶିର ପାହାଡ଼ ଦ୍ୱାରା ଘେରି ରହିଛି। ଏଥି ସହିତ ଦକ୍ଷିଣରେ ଥିବା କୁଏସ୍ତାନର ପାହାଡଗୁଡ଼ିକ ଏହି ଉପତ୍ୟକାକୁ ଘେରି ରହିଛନ୍ତି। ଏହି ପାହାଡଗୁଡ଼ିକ ବର୍ଷସାରା ବରଫରେ ଆଚ୍ଛାଦିତ ହୋଇଥାଏ। ଏଥିରୁ ଅନୁମାନ କରାଯାଇପାରେ ଯେ ପଞ୍ଜଶୀର ଉପତ୍ୟକା ଅଞ୍ଚଳକୁ ପ୍ରବେଶ କରିବା କେତେ ଅସମ୍ଭବ। ତାଲିବାନ ପାଇଁ ଏହି ଭୌଗଳିକ ଅଞ୍ଚଳରେ ପ୍ରବେଶ ଏକ ବଡ଼ ଆହ୍ୱାନ ଭାବେ ଠିଆ ହୋଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ କେହି ପଞ୍ଜଶିରକୁ ହାତେଇ ପାରିନାହାଁନ୍ତି।

୧୯୮୦ ଦଶକରେ ସୋଭିଏତ୍ ୟୁନିଅନର ଶାସନ, ତାପରେ ୧୯୯୦ ଦଶକରେ ପ୍ରଥମ ତାଲିବାନ ଶାସନ କାଳରେ ଅହମ୍ମଦ ଶାହା ମାସୁଦ ଏହି ଉପତ୍ୟକାକୁ ଶତ୍ରୁ ଦଖଲରେ ଆସିବାକୁ ଦେଇନଥିଲେ।  ଏହାପୂର୍ବରୁ ପଞ୍ଜଶିର ପରଵାନ ପ୍ରଦେଶର ଏକ ଅଂଶ ଥିଲା। ୨୦୦୪ ରେ ଏହା ଏକ ପୃଥକ ପ୍ରଦେଶର ମାନ୍ୟତା ପାଇଲା। ଯଦି ଆମେ ଜନସଂଖ୍ୟା ବିଷୟରେ କହିବା, ତେବେ ୧.୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଅଞ୍ଚଳରେ ଅଧିକାଂଶ ତାଜିକ୍ ସମ୍ପ୍ରଦାୟ ବାସ କରନ୍ତି। ମେ ପରେ, ଯେତେବେଳେ ତାଲିବାନ ଗୋଟିଏ ପରେ ଗୋଟିଏ ଅଞ୍ଚଳ ଦଖଲ କରିବାକୁ ଲାଗିଲା, ସେତେବେଳେ ଅନେକ ଲୋକ ପଞ୍ଜଶିରରେ ଆଶ୍ରୟ ନେଇଥିଲେ। ସେବେଠାରୁ ତାଲିବାନ ଏଠାରୁ ନିରନ୍ତର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିଲା।
Published by: Soumya Das
First published: September 1, 2021, 12:38 PM IST