ଲୋକସଭାରେ ଆଗତ ହେଲା ନାଗରିକତା ସଂଶୋଧନ ବିଧେୟକ, ବିପକ୍ଷର ଭୀଷଣ ବିରୋଧ

ପଡ଼ୋଶୀ ଦେଶମାନଙ୍କରେ ନିର୍ଯ୍ୟାତିତ ହେଉଥିବା ଶିଖ, ଜୈନ ଓ ବୌଦ୍ଧ ସମ୍ପ୍ରଦାୟର ଶରଣାର୍ଥୀଙ୍କୁ ଶୀଘ୍ର ନାଗରିକତ୍ବ ଦେବା ପାଇଁ ଏ ବିଲ୍‌ରେ ବ୍ୟବସ୍ଥା ହୋଇଛି । ହେଲେ ଏହି ଦେଶମାନଙ୍କରୁ ଭାରତକୁ ଆସୁଥିବା ମୁସଲମାନମାନଙ୍କୁ ନାଗରିକତା ପ୍ରଦାନ କରାଯିବନାହିଁ ।

ଲୋକସଭାରେ ଆଗତ ହେଲା ନାଗରିକତା ସଂଶୋଧନ ବିଧେୟକ, ବିପକ୍ଷର ଭୀଷଣ ବିରୋଧ
ପଡ଼ୋଶୀ ଦେଶମାନଙ୍କରେ ନିର୍ଯ୍ୟାତିତ ହେଉଥିବା ଶିଖ, ଜୈନ ଓ ବୌଦ୍ଧ ସମ୍ପ୍ରଦାୟର ଶରଣାର୍ଥୀଙ୍କୁ ଶୀଘ୍ର ନାଗରିକତ୍ବ ଦେବା ପାଇଁ ଏ ବିଲ୍‌ରେ ବ୍ୟବସ୍ଥା ହୋଇଛି । ହେଲେ ଏହି ଦେଶମାନଙ୍କରୁ ଭାରତକୁ ଆସୁଥିବା ମୁସଲମାନମାନଙ୍କୁ ନାଗରିକତା ପ୍ରଦାନ କରାଯିବନାହିଁ ।
  • News18 Odia
  • Last Updated: December 9, 2019, 8:38 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
ନୂଆ ଦିଲ୍ଲୀ: ଆଜି ଲୋକସଭାରେ ଆଗତ ହୋଇଛି ନାଗରିକତା ସଂଶୋଧନ ବିଧେୟକ (ସିଟିଜେନ ଆମେଣ୍ଡମେଣ୍ଟ ବିଲ୍‌) । ଏହି ବିଲ୍‌ ଆଇନ୍‌ରେ ପରିଣତ ହେଲେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଆସୁଥିବା ଅଣମୁସଲିମ୍‌ ଶରଣାର୍ଥୀ ସୁବିଧାରେ ଭାରତର ନାଗରିକତ୍ବ ଗ୍ରହଣ କରିପାରିବେ ।

ପଡ଼ୋଶୀ ଦେଶମାନଙ୍କରେ ନିର୍ଯାତିତ ହେଉଥିବା ଶିଖ, ଜୈନ ଓ ବୌଦ୍ଧ ସମ୍ପ୍ରଦାୟର ଶରଣାର୍ଥୀଙ୍କୁ ଶୀଘ୍ର ନାଗରିକତ୍ବ ଦେବା ପାଇଁ ଏ ବିଲ୍‌ରେ ବ୍ୟବସ୍ଥା ହୋଇଛି । ତେବେ ସବୁଠାରୁ ବଡ଼କଥା ହେଉଛି ଏହି ତିନି ଦେଶରୁ ଭାରତକୁ ଆସୁଥିବା ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ କିନ୍ତୁ ନାଗରିକତା ପ୍ରଦାନ କରାଯିବନାହିଁ ।

ବିରୋଧୀ ଦଳମାନଙ୍କ ଭୀଷଣ ବିରୋଧ ମଧ୍ୟରେ ଏଇ ବିଲ ବିଷୟରେ ଆଗକୁ ଆଲୋଚନା କରାଯିବା ଉଚିତ କି ନୁହେଁ, ତାହା ଜାଣିବାକୁ ଆଜି ଭୋଟିଂ ହୋଇଥିଲୋ । ଆଲୋଚନା ସପକ୍ଷରେ ୨୯୩ ଭୋଟ୍‌ ଓ ବିରୋଧରେ ୮୨ ଭୋଟ୍‌ ପଡ଼ିଥିଲା ।



ବିଲ୍‌ ପାସ କରେଇବା ପାଇଁ ବିଜେପି ଆସନ୍ତା ବୁଧବାର ପର୍ଯ୍ୟନ୍ତ ଦଳୀୟ ସାଂସଦଙ୍କୁ ତିନି-ଥାକିଆ ହ୍ବିପ୍‌ ଜାରି କରିଛି । ଲୋକସଭାରେ ୫୪୫ ସଦସ୍ୟଙ୍କ ମଧ୍ୟରୁ ବିଜେପିର ୩୦୩ ଜଣ ସାଂସଦ ଅଛନ୍ତି । ତେଣୁ ସହଜରେ ବିଲ୍‌ ଲୋକସଭାରେ ପାସ୍‌ ହୋଇଯିବ ।

ତେବେ ଏହି ବିଲ୍‌ରୁ ଅରୁଣାଚଳ ପ୍ରଦେଶ, ମିଜୋରାମ ଓ ନାଗାଲାଣ୍ଡକୁ ବାଦ ଦିଆଯାଇଛି । ଇନର୍‌ ଲାଇନ୍‌ ପରମିଟ୍‌ ଥିବାରୁ ଏହି ତିନି ରାଜ୍ୟକୁ ବିଲ୍‌ରେ ରଖାଯାଇନାହିଁ । ସେପଟେ ବିଲ୍‌ ନ ଆସିବା ପୂର୍ବରୁ ଏହାକୁ ବିରୋଧ କରାଗଲାଣି । ବିଲ୍‌କୁ ବିରୋଧ କରିବା ସହ ଜାତି ଆଧାରରେ ନାଗରିକତ୍ବ ପ୍ରଦାନ କଲେ ଦେଶର ସାର୍ବଭୌମତ୍ବ ନଷ୍ଟ ହେବ ବୋଲି କହିଛି କଂଗ୍ରେସ ।

ସେହିପରି ବିଲ୍‌କୁ ବାମ ଦଳମାନେ ମଧ୍ୟ ଭୀଷଣ ବିରୋଧ କରିଆସୁଛନ୍ତି । ଆଜି ଲୋକସଭାରେ ବିରୋଧୀ ଦଳଗୁଡ଼ିକର ସାଂସଦମାନେ ବିଲ୍‌ ବିରୁଦ୍ଧରେ ମତ ରଖିଥିଲେ । ବିଲ୍‌ଟି ପାସ୍ବା‌ ହେବାକୁ ୩୦୩ ଜଣ ସାଂସଦଙ୍କ ଭୋଟ୍‌ର ଆବଶ୍ୟକତା ଅଛି।
First published: December 9, 2019, 8:19 AM IST
corona virus btn
corona virus btn
Loading