ଲୋକସଭାରେ ପାସ୍‌ ହେଲା ନାଗରିକତା ସଂଶୋଧନ ବିଧେୟକ, ପ୍ରଧାନ ମନ୍ତ୍ରୀ ଖୁସି

ବିରୋଧୀ ଦଳମାନଙ୍କ ଭୀଷଣ ବିରୋଧ ମଧ୍ୟରେ ସୋମବାର-ମଙ୍ଗଳବାର ମଧ୍ୟରାତ୍ରିରେ ସଂସଦରେ ଭୋଟିଂ ହୋଇଥିଲା । ବିଧେୟକ ସପକ୍ଷରେ ୩୧୧ ଭୋଟ୍‌ ଓ ବିରୋଧରେ ୮୦ ଭୋଟ୍‌ ପଡ଼ିଥିଲା । ପଡ଼ୋଶୀ ଦେଶମାନଙ୍କରେ ନିର୍ଯ୍ୟାତିତ ହେଉଥିବା ଶିଖ, ଜୈନ ଓ ବୌଦ୍ଧ ସମ୍ପ୍ରଦାୟର ଶରଣାର୍ଥୀଙ୍କୁ ଶୀଘ୍ର ନାଗରିକତ୍ବ ଦେବା ପାଇଁ ଏ ବିଲ୍‌ରେ ବ୍ୟବସ୍ଥା ହୋଇଛି ।

ଲୋକସଭାରେ ପାସ୍‌ ହେଲା ନାଗରିକତା ସଂଶୋଧନ ବିଧେୟକ, ପ୍ରଧାନ ମନ୍ତ୍ରୀ ଖୁସି
ଲୋକସଭାରେ ବିଲ୍‌ ସପକ୍ଷରେ ଭାଷଣ ଦେଉଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ
  • News18 Odia
  • Last Updated: December 9, 2019, 8:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ନୂଆ ଦିଲ୍ଲୀ: ଲୋକସଭାରେ ପାସ୍‌ ହୋଇଛି ନାଗରିକତା ସଂଶୋଧନ ବିଧେୟକ (Citizenship Amendment Bill) । ଏହି ବିଲ୍‌ ଆଇନ୍‌ରେ ପରିଣତ ହେଲେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଆସୁଥିବା ଅଣମୁସଲିମ୍‌ ଶରଣାର୍ଥୀ ସୁବିଧାରେ ଭାରତର ନାଗରିକତ୍ବ ଗ୍ରହଣ କରିପାରିବେ ।

ବିରୋଧୀ ଦଳମାନଙ୍କ ଭୀଷଣ ବିରୋଧ ମଧ୍ୟରେ ସୋମବାର-ମଙ୍ଗଳବାର ମଧ୍ୟରାତ୍ରିରେ ସଂସଦରେ ଭୋଟିଂ ହୋଇଥିଲା । ବିଧେୟକ ସପକ୍ଷରେ ୩୧୧ ଭୋଟ୍‌ ଓ ବିରୋଧରେ ୮୦ ଭୋଟ୍‌ ପଡ଼ିଥିଲା ।

ବିଲ୍‌ଟି ଲୋକସଭାରେ ପାସ୍‌ ହେବା ପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ବ୍ୟକ୍ତ କରିଛନ୍ତି । ସେ ଟ୍ୱିଟ୍‌ କରି ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଶଂସା କରିଛନ୍ତି ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ବ୍ୟକ୍ତ କରିଛନ୍ତି । ସେ ଟ୍ୱିଟ୍ କରି ଅମିତ ଶାହଙ୍କୁ ପ୍ରଶଂସା କରିଛନ୍ତି ।


ପଡ଼ୋଶୀ ଦେଶମାନଙ୍କରେ ନିର୍ଯାତିତ ହେଉଥିବା ଶିଖ, ଜୈନ ଓ ବୌଦ୍ଧ ସମ୍ପ୍ରଦାୟର ଶରଣାର୍ଥୀଙ୍କୁ ଶୀଘ୍ର ନାଗରିକତ୍ବ ଦେବା ପାଇଁ ଏ ବିଲ୍‌ରେ ବ୍ୟବସ୍ଥା ହୋଇଛି । ତେବେ ସବୁଠାରୁ ବଡ଼କଥା ହେଉଛି ଏହି ତିନି ଦେଶରୁ ଭାରତକୁ ଆସୁଥିବା ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ କିନ୍ତୁ ନାଗରିକତା ପ୍ରଦାନ କରାଯିବନାହିଁ ।

ବିଲ୍‌ ପାସ କରେଇବା ପାଇଁ ବିଜେପି ଆସନ୍ତା ବୁଧବାର ପର୍ଯ୍ୟନ୍ତ ଦଳୀୟ ସାଂସଦଙ୍କୁ ତିନି-ଥାକିଆ ହ୍ବିପ୍‌ ଜାରି କରିଥିଲା । ଲୋକସଭାରେ ୫୪୫ ସଦସ୍ୟଙ୍କ ମଧ୍ୟରୁ ବିଜେପିର ୩୦୩ ଜଣ ସାଂସଦ ଅଛନ୍ତି । ତେଣୁ ବିଲ୍‌ ଲୋକସଭାରେ ସହଜରେ ପାସ୍‌ ହୋଇଗଲା ।

ତେବେ ଏହି ବିଲ୍‌ରୁ ଅରୁଣାଚଳ ପ୍ରଦେଶ, ମିଜୋରାମ ଓ ନାଗାଲାଣ୍ଡକୁ ବାଦ ଦିଆଯାଇଛି । ଇନର୍‌ ଲାଇନ୍‌ ପରମିଟ୍‌ ଥିବାରୁ ଏହି ତିନି ରାଜ୍ୟକୁ ବିଲ୍‌ରେ ରଖାଯାଇନାହିଁ ।

ଏହି ବିଲ୍‌ ଲୋକସଭାରେ ଆଗତ ହେବା ପୂର୍ବରୁ ଓ ବିଲ୍‌ ବିଷୟରେ ଆଲୋଚ଼ନା ସମୟରେ ଏହା ଭୀଷଣ ବିରୋଧର ସାମନା କରିଥିଲା । ବିଲ୍‌କୁ ବିରୋଧ କରିବା ସହ ଜାତି ଆଧାରରେ ନାଗରିକତ୍ବ ପ୍ରଦାନ କଲେ ଦେଶର ସାର୍ବଭୌମତ୍ବ ନଷ୍ଟ ହେବ ବୋଲି କହିଛି କଂଗ୍ରେସ । ବିଲ୍‌କୁ ବାମ ଦଳମାନେ ମଧ୍ୟ ତୀବ୍ର ବିରୋଧ କରିଛନ୍ତି ।
First published: December 9, 2019, 8:07 PM IST
corona virus btn
corona virus btn
Loading