ରାଜ୍ୟସଭାରେ ନାଗରିକତା ବିଲ୍‌: ଭାରତର ମୁସଲମାନଙ୍କୁ ଚିନ୍ତା କରିବା ଦରକାର ନାହିଁ, କହିଛନ୍ତି ଅମିତ ଶାହ

ଏହି ବିଲ୍‌ ପାସ ହେଲେ ଲକ୍ଷାଧିକ ଲୋକଙ୍କୁ ସୁବିଧା ମିଳିବ ବୋଲି କହିଛନ୍ତି ଶାହ । ଭାରତର ମୁସଲମାନ ଭାରତର ନାଗରିକ ଥିଲେ ଓ ରହିବେ। ସଂଖ୍ୟାଲଘୁଙ୍କୁ ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯିବ, ସେ କହିଛନ୍ତି ।

ରାଜ୍ୟସଭାରେ ନାଗରିକତା ବିଲ୍‌: ଭାରତର ମୁସଲମାନଙ୍କୁ ଚିନ୍ତା କରିବା ଦରକାର ନାହିଁ, କହିଛନ୍ତି ଅମିତ ଶାହ
ରାଜ୍ୟସଭାରେ ବକ୍ତବ୍ୟ ରଖୁଛନ୍ତି ଅମିତ ଶାହ
  • News18 Odia
  • Last Updated: December 11, 2019, 12:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ନୂଆ ଦିଲ୍ଲୀ: ଲୋକ ସଭାରେ ପାସ୍‌ ହେଇଯିବା ପରେ ଆଜି ରାଜ୍ୟସଭାରେ ଆଗତ ହୋଇଛି ନାଗରିକତା ସଂଶୋଧନ ବିଲ୍‌ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲକୁ  ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି ।

‘‘ଏହି ବିଲ୍‌ ପାସ ହେଲେ ଲକ୍ଷାଧିକ ଲୋକଙ୍କୁ ସୁବିଧା ମିଳିବ । ଧର୍ମ ନାମରେ ପ୍ରତାରିତ ଲୋକଙ୍କ ପାଇଁ ଏହି ବିଲ୍‌ ଅଣାଯାଇଛି । ଭାରତର ମୁସଲମାନଙ୍କୁ ଏଥିପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ସେମାନେ ଭାରତର ନାଗରିକ ଥିଲେ ଓ ରହିବେ। ସଂଖ୍ୟା ଲଘୁଙ୍କୁ ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯିବ,’’ ବିଲ୍‌ ଉପସ୍ଥାପନ କରି ଶାହ କହିଛନ୍ତି ।

ବିଲ୍‌ ଉପରେ ରାଜ୍ୟସଭାରେ ସରଗରମ ଆଲୋଚନା ଜାରି ରହିଛି । ଆଲୋଚନା ପାଇଁ ଛଅ ଘଣ୍ଟାରୁ ଅଧିକ ସମୟ ଦିଆଯାଇଛି । ଆଲୋଚନା ପରେ ଭୋଟିଂ ହେବ ।

ରାଜ୍ୟସଭାରେ ବିଲ୍‌ ପାସ୍‌ ନେଇ ଦୃଢ଼ୋକ୍ତି ପ୍ରକାଶ କରିଛି ଶାସକ ବିଜେପି । ଆବଶ୍ୟକ ହେଉଥିବା ୧୨୧ ରୁ ଅଧିକ ଭୋଟ୍‌ ମିଳିବ ବୋଲି ଦଳ ପ୍ରକାଶ କରିଛି ।  ସୋମବାର ଏହି ବିଲ୍ ଲୋକସଭାରେ ପାରିତ ହୋଇଥିଲା ।

ରାଜ୍ୟସଭାରେ ମୋଟ ସଦସ୍ୟଙ୍କ ସଂଖ୍ୟା ୨୪୫ ।  ସେଥିରୁ ଖାଲି ପଡ଼ିଛି ୫ଟି ଆସନ । ତେଣୁ ବର୍ତ୍ତମାନ ସଦସ୍ୟଙ୍କ ସଂଖ୍ୟା ୨୪୦। ବିଲ୍ ପାସ କରିବାକୁ ଆବଶ୍ୟକ ସଂଖ୍ୟା ହେଉଛି ୧୨୧ ।

ରାଜ୍ୟସଭାରେ ଏନଡିଏର ୧୦୬ ଜଣ ସଦସ୍ୟ ଅଛନ୍ତି । ୟୁପିଏ ନିକଟରେ ରହିଛି ୬୨। ଅନ୍ୟ ବିରୋଧୀ ଦଳର ସଦସ୍ୟଙ୍କ ସଂଖ୍ୟା ହେଉଛି ୪୪ । ହେଲେ କିଛି ଦଳର ୨୮ ସଦସ୍ୟ ଏମିତି ଅଛନ୍ତି ଯେଉଁମାନେ ଏନଡିଏର ଅଂଶୀଦାର ନ ହୋଇ ବି ଏଇ ବିଲ୍‌କୁ ସମର୍ଥନ କରୁଛନ୍ତି ।

ଏମିତି ଦଳମାନଙ୍କ ମଧ୍ୟରେ ଅଛନ୍ତି AIADMKର ୧୧, ବିଜେଡିର ୭, ଶିବସେନାର ୩, ୱାଇଏସ୍‌ଆର୍‌ କଂଗ୍ରେସର ୨, ଟିଡିପିର ୨ ଏବଂ ଅନ୍ୟ ଦଳର ୩ ସାଂସଦ । ଯଦି ଏହି ସବୁ ଦଳ ଗୁଡ଼ିକ ବିଲ୍‌କୁ ସମର୍ଥନ କରନ୍ତି, ତେବେ ଏହା ପାସ୍‌ କରିବା ମୋଦି ସରକାରଙ୍କ ପାଇଁ ସହଜ ହେବ ।
First published: December 11, 2019, 12:28 PM IST