୧୫ ଅକ୍ଟୋବରରୁ ଖୋଲିବ ସିନେମା ହଲ୍; ଜାଣନ୍ତୁ କେଉଁ ଫିଲ୍ମ ସର୍ବପ୍ରଥମେ ରିଲିଜ୍ ହେବ

ସମ୍ପ୍ରତି ସମୟରେ ସରକାର ୧୫ ଅକ୍ଟୋବରରୁ କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳ ବ୍ୟତୀତ ଅବଶିଷ୍ଟ ଅଞ୍ଚଳରେ ୫୦ ପ୍ରତିଶତ ସିଟ୍ ବିଶିଷ୍ଟ ମଲ୍ଟିପ୍ଲେକ୍ସ ଓ ସିନେମା ହଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି । ସରକାରଙ୍କ ଗାଇଡଲାଇନ ଅନୁଯାୟୀ କେବଳ ୫୦ ପ୍ରତିଶତ ସିଟ୍ ପାଇଁ ବୁକିଂ ହେବ ।

୧୫ ଅକ୍ଟୋବରରୁ ଖୋଲିବ ସିନେମା ହଲ୍; ଜାଣନ୍ତୁ କେଉଁ ଫିଲ୍ମ ସର୍ବପ୍ରଥମେ ରିଲିଜ୍ ହେବ
୧୫ ଅକ୍ଟୋବରରୁ ଖୋଲିବ ସିନେମା ହଲ୍
  • News18 Odia
  • Last Updated: October 10, 2020, 4:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ଆସନ୍ତା ସପ୍ତାହ ୧୫ ଅକ୍ଟୋବରରୁ ଆପଣ ସିନେମା ହଲ୍କୁ ଯାଇ ଫିଲ୍ମ ଦେଖିବାର ଆନନ୍ଦ ନେଇ ପାରିବେ । ସମ୍ପ୍ରତି ସମୟରେ ସରକାର ୧୫ ଅକ୍ଟୋବରରୁ କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳ ବ୍ୟତୀତ ଅବଶିଷ୍ଟ ଅଞ୍ଚଳରେ ୫୦ ପ୍ରତିଶତ ସିଟ୍ ବିଶିଷ୍ଟ ମଲ୍ଟିପ୍ଲେକ୍ସ ଓ ସିନେମା ହଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି । ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ କେବଳ ୫୦ ପ୍ରତିଶତ ସିଟ୍ ବୁକ୍ ହେବ । ଦୁଇ ଜଣଙ୍କ ମଧ୍ୟରେ ଗୋଟିଏ ସିଟ୍ ଖାଲି ରହିବ ଓ ସିଟ୍ ଚିହ୍ନଟ କରିବା ଆବଶ୍ୟକ ହେବ ଯାହା ଦ୍ୱାରା କେହି ଏହା ଉପରେ ବସି ପାରିବେ ନାହିଁ ।

ପ୍ରେକ୍ଷାଳୟରେ ପ୍ରଥମେ ମୁକ୍ତିଲାଭ କରିବ ଏହି ଫିଲ୍ମ
ବର୍ତ୍ତମାନ ଏହି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚୟ ଆସୁଛି ସିନେମା ଖୋଲିବା ପରେ କେଉଁ ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଛି । ତେଣୁ ଆମେ ମଧ୍ୟ ଆପଣଙ୍କ ପ୍ରଶ୍ନର ଉତ୍ତର ଦେଇଦେଉଛୁ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ୧୫ ଅକ୍ଟୋବରରେ ପ୍ରେକ୍ଷାଳୟରେ ଯେଉଁ ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଛି ତାର ନାମ ହେଉଛି 'ଖାଲି ପିଲି'(Khaali Peeli)। ଏହି 'ଖାଲି ପିଲି' ଫିଲ୍ମରେ ଇଶାନ ଖଟ୍ଟର (Ishaan Khattar) ଓ ଅନନ୍ୟା ପାଣ୍ଡେଙ୍କ (Ananya Pandey) ଯୋଡି ପ୍ରଥମ ଥର ଏକାଠି ନଜର ଆସିବେ ।

ଏହି ଫିଲ୍ମଟି OTT ପ୍ଲାଟଫର୍ମରେ ରିଲିଜ୍ ହୋଇସାରିଛି
ଏହି ଫିଲ୍ମଟି ୨ ଅକ୍ଟୋବରରେ OTT ପ୍ଲାଟଫର୍ମ ଜି ପ୍ଲେକ୍ସରେ ରିଲିଜ୍ ହୋଇସାରିଛି । ତେଣୁ ଏହି ଫିଲ୍ମ ଦେଖିବା ପାଇଁ କେତେ ଲୋକ ପ୍ରେକ୍ଷାଳୟକୁ ଯିବେ ତାହା କହିବା ଟିକେ କଷ୍ଟକର ହେବ । ଅନ୍ୟପକ୍ଷରେ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରେକ୍ଷାଳୟରେ କେବଳ ୫୦ ପ୍ରତିଶତ ସିଟ୍ ବୁକ୍ ହେବ । ଏହି ଦୁଇଟି କାରଣ ହେତୁ ଏହି ଫିଲ୍ମଟି ବକ୍ସ ଅଫିସରେ କେତେ କ୍ଷତି ଓ ଲାଭ କରିବ ଏହା କେବଳ ଆଗାମୀ ସମୟରେ ଜଣା ପଡିବ ।

ଟ୍ୟାକ୍ସି ଡ୍ରାଇଭର ଭାବରେ ନଜର ଆସିବେ ଇଶାନ ଖଟ୍ଟର
ଉଲ୍ଲେଖନୀୟ କଥା ହେଉଛି ଏହି ଫିଲ୍ମରେ ଇଶାନ ଖଟ୍ଟର ଜଣେ ଟ୍ୟାକ୍ସିମାନ ଭୂମିକାରେ ଅଭିନୟ କରିଛନ୍ତି । ଏଥି ସହିତ ତାଙ୍କର ବିପରୀତ ହେଉଛି ଅନନ୍ୟା ପାଣ୍ଡେ । ଏହି ଫିଲ୍ମରେ ଇଶାନ ଖଟ୍ଟର ଓ ଅନନ୍ୟା ପାଣ୍ଡେଙ୍କ ବ୍ୟତୀତ ଜୟଦୀପ ଅହଲୱାଟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଜୟଦୀପ ଅହଲୱାଟ 'ଖାଲି-ପିଲି'ରେ ଭିଲେନ୍ ଭୂମିକାରେ ଅଭିନୟ କରିଛନ୍ତି ।
Published by: Jagdish Barik
First published: October 10, 2020, 4:14 PM IST
corona virus btn
corona virus btn
Loading