କ୍ରିଷ୍ଟିୟାନୋ ରୋନାଲ୍ଡୋଙ୍କ ଦୁଷ୍କର୍ମ ଅଭିଯୋଗ
News 18 Odia Digital
ଆମେରିକା: ମଡେଲ Kathryn Mayorgaଙ୍କ ଦୁଷ୍କର୍ମ ମାମଲାରେ ପର୍ତ୍ତୁଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିୟାନୋ ରୋନାଲ୍ଡୋ ପୁଣିଥରେ ବିବାଦରେ ଘେରି ହୋଇଛନ୍ତି। ମଡେଲ ଦାବି କରିଛନ୍ତି ଯେ ୨୦୦୯ ମସିହାରେ ଲସ୍ ଭେଗାସ୍ର ଏକ ହୋଟେଲରେ କ୍ରିଷ୍ଟିୟାନୋ ରୋନାଲ୍ଡୋ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ବାଧ୍ୟ କରିଥିଲେ।
୧୩ ବର୍ଷ ତଳେ ମଡେଲ Kathryn Mayorga ରୋନାଲ୍ଡୋ ବିରୋଧରେ ଆମେରିକାର କୋର୍ଟରେ ଏକ ଦୁଷ୍କର୍ମ ମାମଲା ଦାଖଲ କରିଥିଲେ। ଏହାପୂର୍ବରୁ ଆମେରିକାର ଦୁଇଟି କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା , କିନ୍ତୁ ଏହି ମାମଲାରୁ ସେ ଦୋଷମୁକ୍ତ ହେଇଥିଲେ। ନିକଟରେ ପୁଣିଥରେ ମଡେଲ ଏହି ନିଷ୍ପତ୍ତି ବିରୋଧରେ ପିଟିସନ୍ ଦାଖଲ କରିଛନ୍ତି।
୨୦୧୯ରେ, କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଥିଲେ ଯେ କ୍ୟାଥ୍ରିନଙ୍କ ଓକିଲ ନିୟମ ଆଧାରରେ ଏହି ମାମଲା ଲଢ଼ିନାହାଁନ୍ତି। କେବଳ ସନ୍ଦେହ ଆଧାରରେ ରୋନାଲ୍ଡୋଙ୍କ ବିରୋଧରେ ମାମଲା ରୁଜୁ ହୋଇପାରିବ ନାହିଁ। ଆନ୍ତର୍ଜାତୀୟ ଗଣମାଧ୍ୟମରେ ଏହି ପ୍ରସଙ୍ଗ ଜୋରଦାର ଉଠିଥିଲା ଓ ଏହା ଏକ ଉଚ୍ଚ ପ୍ରୋଫାଇଲ୍ ମାମଲା ଥିଲା। ତେବେ ବର୍ତ୍ତମାନ ରୁଜୁ ହୋଇଥିବା ମାମଲାର ଶୁଣାଣି ଅଗଷ୍ଟ ୨୩ ତାରିଖ ମଙ୍ଗଳବାର ହେବ ବୋଲି ଜଣାଯାଇଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।