ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»IPL 2021: କ୍ୱାରେଣ୍ଟାଇନ୍ ସରିବାରୁ କ୍ରିସ୍ ଗେଲ୍ ମାଇକେଲ୍ ଜ୍ୟାକସନଙ୍କ ନାଚ ନାଚିଲେ; VIDEO ଭାଇରାଲ୍

IPL 2021: କ୍ୱାରେଣ୍ଟାଇନ୍ ସରିବାରୁ କ୍ରିସ୍ ଗେଲ୍ ମାଇକେଲ୍ ଜ୍ୟାକସନଙ୍କ ନାଚ ନାଚିଲେ; VIDEO ଭାଇରାଲ୍

ଗତ ବର୍ଷ କ୍ରିସ୍ ଗେଲ୍ ଆଇପିଏଲ୍ ୨୦୨୦ରେ ପ୍ରଥମ କିଛି ମ୍ୟାଚ୍ ଖେଳି ନ ଥିଲେ, କିନ୍ତୁ ଏହା ପରେ ତାଙ୍କୁ ଏକ ସୁଯୋଗ ମିଳିଥିଲା ଯେଉଁଥିରେ ସେ ନିଜ ଚମତ୍କାର ବ୍ୟାଟିଂ ଦ୍ୱାରା ଅନେକ ମ୍ୟାଚରେ ଦଳକୁ ଜିତାଇଥିଲେ ।

IPL 2021: କ୍ୱାରେଣ୍ଟାଇନ୍ ସରିବାରୁ କ୍ରିସ୍ ଗେଲ୍ ମାଇକେଲ୍ ଜ୍ୟାକସନଙ୍କ ନାଚ ନାଚିଲେ; VIDEO ଭାଇରାଲ୍
ପଞ୍ଜାବ କିଙ୍ଗ୍ସର ଖେଳାଳି କ୍ରିସ୍ ଗେଲ୍
  • News18 Odia
  • Last Updated: April 7, 2021, 10:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆଇ.ପି.ଏଲ୍.‌ (IPL 2021) ଆରମ୍ଭ ହେବା ପୂର୍ବରୁ ପଞ୍ଜାବ କିଙ୍ଗ୍ସର (Punjab Kings) ଜବରଦସ୍ତ୍‌ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କ (Chris Gayle) କ୍ୱାରେଣ୍ଟାଇନ୍ ଅବଧି ଶେଷ ହୋଇଛି । ସେ ଏହି ଅବସରକୁ ନୃତ୍ୟ କରି ପାଳନ କରିଛନ୍ତି । ବିଶେଷ କଥା ଏହା ଯେ ସେ କିମ୍ବଦନ୍ତୀ ଗାୟକ ତଥା ନୃତ୍ୟଶିଳ୍ପୀ ମାଇକେଲ ଜ୍ୟାକସନଙ୍କ (Michael Jackson) ଶୈଳୀରେ ନାଚିଛନ୍ତି ।

ଗେଲଙ୍କ ଏହି ଡ୍ୟାନ୍ସ ଭିଡିଓ ତାଙ୍କ ଫ୍ରାଞ୍ଚାଇଜ୍ ଦ୍ୱାରା ଶେୟାର କରାଯାଇଛି । ଭିଡିଓଟି ଭାଇରାଲ ହେବାରେ ଲାଗିଛି । ୪୧-ବର୍ଷୀୟ ଗେଲ୍ ଏହି ଭିଡିଓରେ ମାଇକେଲ୍ ଜ୍ୟାକସନଙ୍କ ପ୍ରସିଦ୍ଧ ଗୀତ 'ସ୍ମୁଥ୍ କ୍ରିମିନାଲ୍' (Smooth Criminal) ସହିତ ତାଙଅକର ପ୍ରସିଦ୍ଧ ମୁନ୍‌ ୱକ୍‌ (moonwalk) କରିଥିବା ଦେଖାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯାଜପୁରରେ ଥାନା ଭିତରେ ପୁରୁଷ ମହିଳା ପୋଲିସ କର୍ମୀଙ୍କ ଡ୍ୟାନ୍ସ VIDEO ଭାଇରାଲ୍ ହେଲା; ASI ନିଲମ୍ବିତ ହେଲେ

ଏହି ଭିଡିଓ ଶେୟାର୍‌ କରି ପଞ୍ଜାବ କିଙ୍ଗ୍ସ ଏକ ମଜାଦାର କ୍ୟାପସନ ଦେଇଛି । ଦଳ ଲେଖିଛି: ‘‘କ୍ୱାରେଣ୍ଟାଇନର ଖେଳ ଶେଷ ହୋଇଛି; ଆପଣଙ୍କ ପ୍ରିୟ କ୍ରିସ୍‌ ଗେଲ୍‌ ବାହାରକୁ ଆସିଛନ୍ତି ।’’ ଗତ ବର୍ଷ କ୍ରିସ୍ ଗେଲ୍ ଆଇପିଏଲ୍ ୨୦୨୦ରେ ପ୍ରଥମ କିଛି ମ୍ୟାଚ୍ ଖେଳି ନ ଥିଲେ, କିନ୍ତୁ ଏହା ପରେ ତାଙ୍କୁ ଏକ ସୁଯୋଗ ମିଳିଥିଲା ​​ଯେଉଁଥିରେ ସେ ନିଜ ଚମତ୍କାର ବ୍ୟାଟିଂ ଦ୍ୱାରା ଅନେକ ମ୍ୟାଚରେ ଦଳକୁ ଜିତାଇଥିଲେ ।

ଏଇଠି ଦେଖନ୍ତୁ ସେହି ନାଚ ଭିଡିଓ:



ଆଇପିଏଲ୍‌ ୨୦୨୦ର ପ୍ରଥମ ଟୁର୍ଣ୍ଣାମେଣ୍ଟରୁ ପଞ୍ଜାବ କିଙ୍ଗ୍ସ ହଟିଯିବା ସ୍ଥିତିରେ ପହଞ୍ଚିବା ପରେ ପ୍ଲେ-ଅଫରେ ପହଞ୍ଚିବାର ସୁଯୋଗ ଦେଇଥିଲେ ଗେଲ୍‌ । ସେ ସାତୋଟି ମ୍ୟାଚରେ ୪୧.୧୪ ର ହାରାହାରିରେ ୨୮୮ ରନ୍ ସଂଗ୍ରହ କରିଥିଲେ । ସେହି ସମୟରେ ତାଙ୍କର ଷ୍ଟ୍ରାଇକ୍ ହାର ଥିଲେ ୧୩୭.୧୪ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଢେଙ୍କାନାଳ: ଚାକିରିକୁ ଫେରି ଘରେ ବସିଥିଲା; ସେ କଥା କହିବାରୁ ସ୍ତ୍ରୀ ଝିଅଙ୍କୁ ଫାର୍ସାରେ ହାଣିଲା

ଗେଲ୍‌ ଏଥର ବି ଦଳ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବାକୁ ଯାଉଛନ୍ତି । ପୂର୍ବ ଅପେକ୍ଷା ଭଲ ପ୍ରଦର୍ଶନ କରି ଦଳ ଏଥର ପ୍ଲେ-ଅଫରେ ସ୍ଥାନ ପାଇବାକୁ ଚାହୁଁଛି । କେ.ଏଲ୍. ରାହୁଲଙ୍କ ଅଧିନାୟକତ୍ୱରେ ଥିବା ଏହି ଟିମ୍ ଏ ଥର ନିଲାମରେ ଡେଭିଡ୍ ମାଲାନ୍, ମୋଇଜେସ୍ ହେନ୍ରିକ୍ସ ଓ ଜାୟ ରିଚାର୍ଡସନଙ୍କ ଭଳି ଟି-୨୦ ବିଶେଷଜ୍ଞ ଖେଳାଳିମାନଙ୍କୁ ଅନ୍ତର୍ଭୁକ୍ତ କରିଛି, ଯାହାଙ୍କର ଯେକୌଣସି ଦଳକୁ ହରାଇଦେବାର କ୍ଷମତା ଅଛି ।



ଅଧିନାୟକ କେ.ଏଲ୍‌. ରାହୁଲ, କ୍ରିସ୍‌ ଗେଲ୍‌ ଓ ନିକୋଲାସ୍‌ ପୁରନଙ୍କ ଉପସ୍ଥିତିରେ ପଞ୍ଜାବ କିଙ୍ଗ୍ସ ଦଳର ବ୍ୟାଟିଂ ଅର୍ଡ଼ର ବାକି ଦଳମାନଙ୍କ ଅପେକ୍ଷା ଅନେକ ଗୁଣ ଭଲ ଥିବା ଜଣାପଡିୁଛି ।
Published by: Anand S.T. Das
First published: April 7, 2021, 10:01 PM IST