ଭୋପାଲରେ କ୍ଲୋରିନ୍ ଗ୍ୟାସ୍ ଲିକ୍; ଅସୁସ୍ଥଙ୍କୁ ହସପିଟାଲ ସ୍ଥାନାନ୍ତର

ଦୀର୍ଘ ୨୮ ବର୍ଷ ପରେ ପୁଣିଥରେ ରାଜଧାନୀ ଭୋପାଲରେ ଦେଖିବାକୁ ମିଳିଛି ଗ୍ୟାସ୍‌ ଟ୍ରାଜେଡି । ଏକ ପ୍ଲାଣ୍ଟରୁ କ୍ଲୋରିନ ଗ୍ୟାସ ବାହାରି ଅଞ୍ଚଳରେ ବ୍ୟାପି ଯାଇଛି । ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ଭୋପାଳରେ କ୍ଲୋରିନ୍ ଗ୍ୟାସ୍ ଲିକ୍; ଅସୁସ୍ଥଙ୍କୁ ହସପିଟାଲ ସ୍ଥାନାନ୍ତର

ଭୋପାଳରେ କ୍ଲୋରିନ୍ ଗ୍ୟାସ୍ ଲିକ୍; ଅସୁସ୍ଥଙ୍କୁ ହସପିଟାଲ ସ୍ଥାନାନ୍ତର

  • News18 Odia
  • Last Updated :
  • Bhopal, India
  • Share this:
News 18 Odia Digital

ମଧ୍ୟପ୍ରଦେଶ; ଦୀର୍ଘ ୨୮ ବର୍ଷ ପରେ ପୁଣିଥରେ ରାଜଧାନୀ ଭୋପାଲରେ ଦେଖିବାକୁ ମିଳିଛି ଗ୍ୟାସ୍‌ ଟ୍ରାଜେଡି । ଏକ ପ୍ଲାଣ୍ଟରୁ କ୍ଲୋରିନ ଗ୍ୟାସ ବାହାରି ଅଞ୍ଚଳରେ ବ୍ୟାପି ଯାଇଛି । ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସୂଚନା ମୁତାବକ ଗତକାଲି ରାତିରେ ୱାଟର ଫିଲଟର ପ୍ଲାଣ୍ଟରେ ଲାଗିଥିବା ୯ଶହ କିଲୋଗ୍ରାମରୁ ଅଧିକ ଓଜନର କ୍ଲୋରିନ ଗ୍ୟାସ ଲିକ୍ ହୋଇଥିଲା । ଦେଖୁଦେଖୁ ସମଗ୍ର ଅଞ୍ଚଳରେ ଗ୍ୟାସ ବ୍ୟାପିଯିବାରୁ ଲୋକେ ଅଣନିଶ୍ୱାସି ହୋଇପଡିଥିଲେ । କିଛି ଲୋକଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିବାରୁ ସେମାନଙ୍କୁ ତୁରନ୍ତ ନମେଡିକାଲରେ ଭର୍ତ୍ତି କରାଯାଇଛି ।

ପ୍ଲାଣ୍ଟ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ପ୍ରସ୍ତୁତ କରାଯାଇ ୱାଟର ଫିଲଟର ସିଲିଣ୍ଡରଟିକୁ ପାଣି ଟାଙ୍କି ମଧ୍ୟରେ ବୁଡାଇଦିଆଯାଇଥିଲା । ଏବଂ କାଷ୍ଟିକ ସୋଡା ସାହାର୍ଯ୍ୟରେ ସିଲିଣ୍ଡରର କଣାକୁ ବନ୍ଦ କରାଯାଇଥିଲା । ଯେଉଁ ପାଣି ଟାଙ୍କିରେ ଗ୍ୟାସ ସିଲିଣ୍ଡରକୁ ପକାଯାଇଥିଲା ସେହି ପାଣିଟାଙ୍କିର ପାଣି ବ୍ୟବହାର କରିବା ବନ୍ଦ କରାଯାଇଛି ।

ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ନିଜ ଟ୍ୱିଟ ମାଧ୍ୟମରେ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏପରି କାର୍ଯ୍ୟ ପାଇଁ ଯିଏ ଦାୟୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ଏଥିସହ ପ୍ରଶାସନ ପକ୍ଷରୁ ମଧ୍ୟ ଘଟଣା ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି । ଘଟଣାର ପୁନରାବୃତ୍ତି ନହେବାକୁ ଚେତାବନୀ ମଧ୍ୟ ଦିଆଯାଇଛି ।

ପୂର୍ବରୁ ୧୯୮୪ ମସିହାରେ ମଧ୍ୟ ଭୋପାଳରେ ଏପରି ଘଟଣା ସାମ୍ନାକୁ ଆସିଥିଲା । ଗ୍ୟାସ୍ ଲିକ୍ କାରଣରୁ ଅନେକ ଧନଜୀବନ ହାନୀ ହୋଇଥିଲା । ପୁଣିଥରେ ଏପରି ଘଟଣା ଘଟିବା ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ହେବା ସହ ପ୍ରତିବାଦ କରିବାରେ ଲାଗିଲେଣି ।
Published by:Soubhagya Mishra
First published: