News18 Odia Digital
ପାଟନା: ବିହାର ବିଧାନ ସଭା ନିର୍ବାଚନ (Bihar Assembly Elections) ଘୋଷଣା ହେବା ପର ଠାରୁ ଏଲଜେପି (LJP) ସଭାପତି ଚିରାଗ ପାସୱାନ (Chirag Paswan) ଲଗାତର ନିଜ ବିବୃତ୍ତିକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଅତୀତରେ ସେ ମୁଖ୍ୟ ମନ୍ତ୍ରୀ ନୀତୀଶ କୁମାରଙ୍କୁ (Nitish Kumar) ଜେଲକୁ ପଠାଇବା ଉଚିତ୍ ଓ ନିଜକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ (Narendra Modi) ହନୁମାନ ବୋଲି କହି ଚର୍ଚ୍ଚାର ବିଷୟ ପାଲଟିଥିଲେ। ଏବେ ଚିରାଗ ପାସୱାନଙ୍କର ଏକ ଭାଇରାଲ୍ ଭିଡିଓ ତାଙ୍କୁ ପୁଣି ଚର୍ଚ୍ଚାର ବିଷୟ ବନେଇଛି ।
ଏହା ବି ପଢ଼ନ୍ତୁ | ନାବାଳିକା ଦୁଷ୍କର୍ମ ଓ ସାରୁଅ ଜମି ହଡ଼ପ ମାମଲା: OTVର ଷ୍ଟୁଡିଓ ମ୍ୟାନେଜର ଅନିରୁଦ୍ଧ ପଣ୍ଡା ଗିରଫ ହେଲେବାସ୍ତବରେ ଚିରାଗ ପାସୱାନଙ୍କର ଏମିତି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ତାଙ୍କ ପିତା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱର୍ଗତ ରାମ ବିଳାସ ପାସୱାନଙ୍କୁ (Ram Vilas Paswan) ଶ୍ରଦ୍ଧାଞ୍ଜଳି ଦେବା ପୂର୍ବରୁ ରିହର୍ସାଲ କରୁଥିବା ଦେଖିବାକୁ ମିଳିଛି । କଂଗ୍ରେସ ନେତ୍ରୀ ପଙ୍ଖୁଡ଼ି ପାଠକ (Pankhuri Pathak) ସେହି ଭିଡିଓ ସେୟାର କରି ଚିରାଗ ପାସୱାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ।
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବ୍ୟବସାୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ଗିରଫ ହେଲେ ୬ ଜଣ ମିଛ ସାମ୍ବାଦିକସେହି ଭିଡିଓରେ LJP ସଭାପତି ଚାର୍ଗ ପାସୱାନ ନିଜ ପିତାଙ୍କ ଛବି ସାମ୍ନାରେ ଛିଡ଼ା ହୋଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପୂର୍ବରୁ କେମିତି ତାହା କରିବେ ସେ ବିଷୟରେ କଥା ହେଉଥିବା ଦେଖାଯାଉଛନ୍ତି । ଜଣେ କ୍ୟାମେରାମ୍ୟାନ ତଥା ନିକଟରେ ଥିବା ଅନ୍ୟମାନଙ୍କୁ ସେ କିଛି ନିର୍ଦ୍ଦେଶ ବି ଦେଉଥିବା ଦେଖାଯାଇଛନ୍ତି।
ଏହା ବି ପଢ଼ନ୍ତୁ | ପୁଣି ବର୍ଷା-ଅନୁଭବ ବିବାଦ: ବର୍ଷା କହିଲେ ଘରୁ ବାହାର କରିଦେବାକୁ ଶାଶୁଘର ଲୋକେ ଯୋଜନା କରୁଛନ୍ତିଦେଖନ୍ତୁ ଚିରାଗଙ୍କ ସେହି ଭିଡିଓ:‘‘ନିଜ ସ୍ୱର୍ଗତ ପିତାଙ୍କ ଛବି ସାମନାରେ ଶ୍ରଦ୍ଧାଞ୍ଜଳି ଦେବା ପରିବର୍ତ୍ତେ ଚିରାଗ ପାସୱାନଙ୍କ ଏହି ନାଟକ ଲଜ୍ଜାଜନକ । ଏମିତି ଲୋକଙ୍କ ଯୋଗୁଁ ରାଜନୀତି ବଦନାମ ହେଉଛି,’’ ଟ୍ୱିଟରରେ ସେହି ଭିଡିଓ ଶେୟାର୍ କରି ଲେଖିଛନ୍ତି ପଙ୍ଖୁଡ଼ି ପାଠକ । ସେ ଆହୁରି ଲେଖିଛନ୍ତି, ‘‘ଜନସାଧାରଣଙ୍କୁ ସଚେତନ ହେବା ଉଚିତ ଓ ଭଲ ଜନ ପ୍ରତିନିଧି ଚୟନ କରିବା ଉଚିତ । ଏମିତି ଡ୍ରାମାବାଜମାନଙ୍କୁ ରାଜନୀତିରୁ ବାହାର କରିଦେବାକୁ ପଡ଼ିବ ।’’
ଏହି ଭିଡିଓଟି ଭାଇରାଲ୍ ହେବା ପରେ ଚିରାଗ ପାସୱାନ ଏହା ଉପରେ ବିବୃତି ଦେବାକୁ ବାଧ୍ୟ ହୋଇଛନ୍ତି । ସେ କହିଛନ୍ତି, ‘‘ମୁଁ ବୁଝିପାରୁନି ଏହି ଭିଡିଓଟି କେଉଁ ଉଦ୍ଦେଶ୍ୟରେ ଶେୟାର୍ କରାଯାଇଛି । ମୋ’ ପିତାଙ୍କ ମୃତ୍ୟୁ ଯୋଗୁଁ ମୁଁ କେତେ ଦୁଃଖିତ ତା’ର ପ୍ରମାଣ ଦେବା ଆବଶ୍ୟକ କି? ଯଦି ଆପଣଙ୍କର ପ୍ରଶ୍ନ ଉଠାଇବାର ଅଛି ତେବେ ମୋ’ ନୀତି ଉପରେ ପ୍ରଶ୍ନ ଉଠାନ୍ତୁ, ମୋ’ କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ କରନ୍ତୁ । ମୁଁ ଆଶା କରି ନ ଥିଲି ଯେ ସିଏମ୍ ଏଭଳି ନିମ୍ନ ସ୍ତରର ରାଜନୀତି କରିବେ । ସେ ଭୟ କରୁଛନ୍ତି ଯେ ସେ ମୋ’ ସରକାରରେ ଜେଲରେ ରହିବେ ।’’
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।