Xi Jinping Xinjiang Visit: ଦୀର୍ଘ ୮ ବର୍ଷ ପରେ ଜିନଜିଆଙ୍ଗରେ ନଜର ଆସିଲେ ରାଷ୍ଟ୍ରପତି ସି ଜିନପିଙ୍ଗ

ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଉଇଘୁର୍ସ ଓ ଅନ୍ୟ ମୁସଲମାନ ସଂଖ୍ୟାଲଘୁଙ୍କ ପ୍ରତି ଅତ୍ୟାଚାର ଅଭିଯୋଗ ପରେ ଜିନଜିଆଙ୍ଗ ପ୍ରଥମ ଥର ପାଈଁ ସାଧାରଣ ଗସ୍ତ କରିଥିଲେ।

ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ

ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ

  • Share this:
News 18 Odia Digital

Xi Jinping: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଉଇଘୁର୍ସ ଓ ଅନ୍ୟ ମୁସଲମାନ ସଂଖ୍ୟାଲଘୁଙ୍କ ପ୍ରତି ଅତ୍ୟାଚାର ଅଭିଯୋଗ ପରେ ଜିନଜିଆଙ୍ଗ ପ୍ରଥମ ଥର ପାଇଁ ସାଧାରଣ ଗସ୍ତ କରିଛନ୍ତି। ରାଜ୍ୟ ଗଣମାଧ୍ୟମ ଶୁକ୍ରବାର ଏହା ଜଣାଇଛି। ଏହି ଅଞ୍ଚଳରେ ନିର୍ମିତ ଶିବିରରେ ଏକ ଲକ୍ଷରୁ ଅଧିକ ଉଇଘୁର୍ସ ଓ ଅନ୍ୟ ମୁସଲମାନମାନଙ୍କୁ ଅଟକ ରଖି ଚୀନ ସରକାର ଅତ୍ୟାଚାର କରିଥିବା ଅଭିଯୋଗ ହୋଇଥିଲା।

ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶର ଆଇନଜୀବୀମାନେ ଚୀନ୍‌ର ଜିନଜିଆନରେ କାର୍ଯ୍ୟକଳାପକୁ "ଜେନୋସାଇଡ"(Genocide) ବୋଲି କହିବା ପରେ ଚୀନ୍ ଉପରେ ମଧ୍ୟ କିଛି କଟକଣା ଲାଗୁ କରାଯାଇଥିଲା। କିନ୍ତୁ ବେଜିଂ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛି।

ରାଜ୍ୟ ସମ୍ବାଦ ଏଜେନ୍ସି ଜିନହୁଆଙ୍କ କହିବା ଅନୁଯାୟୀ, ଦୂର-ପଶ୍ଚିମ ଅଞ୍ଚଳର ଯାଞ୍ଚ ସମୟରେ ଜିନପିଙ୍ଗ ସେଠାରେ କରାଯାଇଥିବା କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ୨୦୧୪ ପରଠାରୁ ଏହା ତାଙ୍କର ପ୍ରଥମ ଗସ୍ତ। ଏହି ଯାତ୍ରା ସମୟରେ ଜିନପିଙ୍ଗ ମଧ୍ୟ ମାନବ ଅଧିକାରର ଉଲ୍ଲଂଘନ ଅଭିଯୋଗରେ ଆମେରିକା ଦାୟୀ କରିଥିବା ଜିନଜିଆନ୍ ଉତ୍ପାଦନ ଓ ନିର୍ମାଣ କର୍ପସ (ଏକ୍ସପିସିସି) ର କାର୍ଯ୍ୟକୁ ପ୍ରଶଂସା କରିଥିବା ଜଣାଯାଇଛି। ଏହି ଗସ୍ତରେ ଜିନପିଙ୍ଗ କହିଛନ୍ତି ଯେ ସଂସ୍କାର ଓ ବିକାଶରେ ସଙ୍ଗଠନ ବହୁତ ଅଗ୍ରଗତି କରିଛି।

ଜିନପିଙ୍ଗଙ୍କ ଏହି ଗସ୍ତର ଏକ ଭିଡିଓ ମଧ୍ୟ ଏଜେନ୍ସି ଦ୍ୱାରା ପ୍ରକାଶ ପାଇଛି। ଏହି ଭିଡିଓରେ ରାଷ୍ଟ୍ରପତି ସି ଜିନପିଙ୍ଗ ଛାତ୍ର ଓ ସ୍ଥାନୀୟ ଅଧିକାରୀଙ୍କ ସହ କଥାବାର୍ତ୍ତା କରୁଥିବା ଓ ଏକ ଗୀତ, ନୃତ୍ୟ ପ୍ରଦର୍ଶନକୁ ପ୍ରଶଂସା କରୁଥିବା ନଜର ଆସିଛନ୍ତି।
Published by:Soumyashree Mishra
First published: