News 18 Odia Digital
ନୂଆଦିଲ୍ଲୀ; ବିହାରର ଗୟା ପୋଲିସ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କୁ ଧମକ ଦେଇଥିବା ମହିଳାଙ୍କୁ ଗିରଫ କରିଛି । ତାଙ୍କୁ ଗୟା ପୋଲିସ ପଚରାଉଚରା କରୁଛି । ସନ୍ଦିଗ୍ଧ ଚାଇନାର ମହିଳା ଗୁପ୍ତଚରଙ୍କ ବୟସ ପ୍ରାୟ ୫୦ ବର୍ଷ ବୋଲି କୁହାଯାଉଛି।
ବିହାର ପୋଲିସ ଚାଇନାର ଗୁପ୍ତଚରଙ୍କୁ ବୋଧ ଗୟାସ୍ଥିତ କାଳ ଚକ୍ର ଗ୍ରାଉଣ୍ଡରୁ ଅଟକ ରଖିଛି । ଦଲାଇ ଲାମା ପ୍ରତିଦିନ ଏହି ସ୍ଥାନକୁ ବକ୍ତବ୍ୟ ଦେବାକୁ ଆସନ୍ତି । ବିହାର ପୋଲିସର ସୂଚନାନୁସାରେ, ଚାଇନାର ସନ୍ଦିଗ୍ଧ ମହିଳାଙ୍କ ନାମ ସଙ୍ଗ ଜିଆଓଲାନ।
ଚାଇନାର ମହିଳାଙ୍କୁ ପ୍ରଶ୍ନ କରିବାରେ ସାହାଯ୍ୟ କରିବାକୁ ପୋଲିସ ଜଣେ ଚାଇନାର ଅନୁବାଦକଙ୍କୁ ଡାକିଛି । ମହିଳାଙ୍କୁ ବୋଧ ଗୟା ପୋଲିସ ଷ୍ଟେସନରେ ପଚରାଉଚରା କରାଯାଉଛି।
ସୂତ୍ରରୁ ପ୍ରକାଶ ଯେ ୨୦୧୯ ରେ ମହିଳା ଭାରତ ଆସିଥିଲେ। କିନ୍ତୁ ସେ ଚୀନ୍ ଫେରି ଯାଇଥିଲେ। ଏହା ପରେ ସେ ପୁଣି ଭାରତ ଆସି ପରେ ନେପାଳ ଗଲେ। ସେ ନେପାଳରେ କିଛି ଦିନ ରହିବା ପରେ ବୋଧ ଗୟାରେ ପହଞ୍ଚିଥିଲେ । ଗୟା ନଗର ପୋଲିସର ଏସପି ଅଶୋକ ପ୍ରସାଦ ତାଙ୍କୁ ପଚରାଉଚରା କରୁଛନ୍ତି।
ଆମେ ଆପଣଙ୍କୁ କହି ରଖୁଛୁ ଯେ ପୂର୍ବରୁ ବିହାର ପୋଲିସ ଏହି ଚାଇନାର ମହିଳାଙ୍କ ସ୍କେଚକୁ ଜାରି କରିଥିଲା, ଯାହାକୁ ସନ୍ଦେହ କରାଯାଉଥିବା ଗୁପ୍ତଚର ବୋଲି ବିଶ୍ୱାସ କରାଯାଏ । ଏହି ସମୟରେ ଦଲାଇ ଲାମାଙ୍କ ସୁରକ୍ଷା ନେଇ ବୋଧ ଗୟାଠାରେ ଏକ ସତର୍କ ସୂଚନା ଜାରି କରାଯାଇଥିଲା । କୁହାଯାଉଛି ଯେ ବୁ ବୌଦ୍ଧ ଧର୍ମଗୁରୁଙ୍କୁ ଚୀନ୍ର ଏହି ମହିଳା ଧମକ ଦେଇଥିଲେ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।