ସାମ୍ବାଦିକ ଙ୍କ ଆତ୍ମହତ୍ୟା ଉଦ୍ୟମ
News 18 Odia Digital
ଶିଞ୍ଜୋ ଆବେଙ୍କ ହତ୍ୟାକୁ ନେଇ ଚୀନ୍ ନାଗରିକଙ୍କ ସମାଲୋଚନାର ଶିକାର ହେବା ପରେ ଜଣେ ଚୀନ୍ ସାମ୍ବାଦିକା ଆତ୍ମହତ୍ଯା କରିଥିବା ଅଭିଯୋଗ ହୋଇଛି। ସାମ୍ବାଦିକ ଜେଙ୍ଗ ୟିଙ୍ଗ ଚଳିତ ମାସ ଆରମ୍ଭରେ ଶିଞ୍ଜୋ ଆବେଙ୍କ ହତ୍ୟା ବିଷୟରେ ଲାଇଭ ରିପୋର୍ଟ କରୁଥିବା ବେଳେ ଚିତ୍କାର କରିବା ପାଇଁ ଚାଇନାର ଲୋକମାନେ ଅତି ନିର୍ମମ ଭାବେ ତାଙ୍କୁ ଟ୍ରୋଲ କରିଥିଲେ। ଆବେଙ୍କ ବିବାଦୀୟ ରାଜନୈତିକ ଉତ୍ତରାଧିକାରୀ ବିଷୟରେ ଚୀନ୍ ଲୋକଙ୍କ ଆଭିମୁଖ୍ୟକୁ ବିଚାର ନକରିବାରୁ ତାଙ୍କୁ ସମାଲୋଚନା କରାଯାଇଥିଲା।
ପରେ ସେ ତାଙ୍କ ୱାଇବୋ(weibo) ଆକାଉଣ୍ଟରେ ଏକ ପୋଷ୍ଟ ଲେଖିଥିଲେ ଯେଉଁଥିରେ ବ୍ୟକ୍ତିଗତ ଭାବନାକୁ ଏହି ସର୍ବସାଧାରଣ ପ୍ଲାଟଫର୍ମରେ ପ୍ରଦର୍ଶିତ କରିଥିବାରୁ କ୍ଷମା ମାଗିଥିଲେ। ଟୋକିଓ ସ୍ଥିତ କମ୍ପାନୀ ୟିଙ୍ଗ ପ୍ରତିଷ୍ଠା କରିଥିବା DDBKଙ୍କ କହିବା ଅନୁଯାୟୀ, ସେ ଗଭୀର “ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି”।
ସପ୍ତାହେ ପୂର୍ବରୁ, ୟିଙ୍ଗଙ୍କ ବନ୍ଧୁ ଚେନ୍ ଲାନ୍ ତାଙ୍କ ୱାଇବୋ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସାମ୍ବାଦିକଙ୍କ ଆତ୍ମହତ୍ୟା ନୋଟକୁ ସେୟାର କରିଥିଲେ। ସେ କହିଛନ୍ତି ଯେ ୟିଙ୍ଗ ତାଙ୍କ ଆକାଉଣ୍ଟରେ ଏହି ନୋଟ୍ ପୋଷ୍ଟ କରିଛନ୍ତି। ସେ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ୟିଙ୍ଗଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।