- News18 Odia
- Last Updated :
- New Delhi, India
News 18 Odia Digital
ଚୀନ୍: ଚାଇନାର ହ୍ୟାକର୍ସ ୨୦୨୦ରୁ ୟୁଏସ୍ କୋଭିଡ ରିଲିଫ୍ ଫଣ୍ଡରୁ ଲକ୍ଷ ଲକ୍ଷ ଡଲାର ଚୋରି କରିଛନ୍ତି। ଚୀନର ସରକାର ହ୍ୟାକର ଆମେରିକାର କୋଭିଡ ରିଲିଫ ଫଣ୍ଡରୁ ୨ କୋଟି ଡଲାର (୨୦ ମିଲିୟନ) ଉଡାଇ ନେଇଛନ୍ତି । ଏନବିସି ମଙ୍ଗଳବାର ନିଜର ରିପୋର୍ଟରେ ଏହି ସୂଚନା ଦେଇଛି । ଏହା ଅନୁସାରେ, ଆମେରିକାକୁ ଚୂନ ଲଗାଇଥିବା ହ୍ୟାକର ଚୀନର ଜିନପିଙ୍ଗ ସରକାର ପାଇଁ କାମ କରୁଛନ୍ତି । ଏନବିସି ନ୍ୟୁଜର ରିପୋର୍ଟ ଅନୁସାରେ APT41 ନାମକ ଏକ ହ୍ୟାକିଂ ଗ୍ରୁପ କୋଭିଡ ରିଲିଫ ଫଣ୍ଡରୁ ଅତି କମରେ ୨୦ ମିଲିୟନ ଡଲାର ଚୋରି କରିଛି । ରିପୋର୍ଟ ଅନୁସାରେ ଏହି ଚୋରି ୨୦୨୦ ମଧ୍ୟ ଭାଗରେ ହୋଇଥିଲା ଏବଂ ପ୍ରାୟ ୨୦୦୦ ଖାତାରୁ ଚୋରି କରାଯାଇଥିଲା । ଏହି ସମୟରେ ୪୦,୦୦୦ରୁ ଅଧିକ ଆର୍ଥିକ ନେଣଦେଣ ହୋଇଛି।
ସଫ୍ଟୱେର୍ ଡେଭଲପମେଣ୍ଟ କମ୍ପାନୀ, ଟେଲିକମ୍ ଯୋଗାଣକାରୀ, ସୋସିଆଲ୍ ମିଡିଆ ଫାର୍ମ ଏବଂ ଭିଡିଓ ଗେମ୍ ଡେଭଲପର୍ ସମେତ ୧୦୦ ରୁ ଅଧିକ କମ୍ପାନୀ ଉପରେ ଗୁପ୍ତଚର କାର୍ଯ୍ୟ କରି ୨୦୧୯ ଏବଂ ୨୦୨୦ରେ ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ହ୍ୟାକିଂ ଗୋଷ୍ଠୀର ଅନେକ ସଦସ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୱାଶିଂଟନ୍ରେ ଚୀନ୍ର ଦୂତାବାସ ଏକ ବିବୃତ୍ତିରେ କହିଛି ଯେ ସାଇବର ଚୋରି ତଥା ହ୍ୟାକିଂକୁ ଚୀନ୍ ସର୍ବଦା ଦୃଢ଼ ଭାବରେ ବିରୋଧ କରିଆସୁଛି ଏବଂ ସାଇବର ସୁରକ୍ଷା ଉପରେ ଦେଶ ବିରୁଦ୍ଧରେ ହୋଇଥିବା ଭିତ୍ତିହୀନ ଅଭିଯୋଗକୁ ବିରୋଧ କରିଛି।
ହ୍ୟାକରଙ୍କ ଏହି ଗ୍ରୁପ ଚୀନର ଚେଙ୍ଗଦୁରୁ ପରିଚାଳିତ ହେଉଛି । ଅଧିକାରୀମାନେ କହିଛନ୍ତି ଯେ ମହାମାରୀ ସମୟରେ ହୋଇଥିବା ଧୋକା ସମ୍ପର୍କୀୟ ତଦନ୍ତରେ ଏଥିରେ ବିଦେଶୀ ହ୍ୟାକରଙ୍କ ହାତ ଥିବା ଜଣାପଡିଛି । ରିପୋର୍ଟରେ କୁହାଯାଇଛି ଯେ ଚୀନର ସରକାରୀ ହ୍ୟାକର ଅନ୍ୟ ଦେଶର ସୁରକ୍ଷା ପାଇଁ ବଡ଼ ବିପଦ ସୃଷ୍ଟି କରୁଛନ୍ତି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।