News18 Odia Digital
ବେଜିଂ: ଚୀନର ଏକ 'ଥିଙ୍କ ଟ୍ୟାଙ୍କ' କହିଛି ଯେ ତାଲିବାନ ଏକତା ତଥା ଏକ ଖୋଲା ମନୋଭାବ ଓ ଅନ୍ତର୍ଭୂକ୍ତ ସରକାର ଗଠନ ଭଳି ଅନେକ ଆହ୍ବାନର ସମ୍ମୁଖୀନ ହୋଇଛି। ଶନିବାର ଦିନ ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଏକ ଆର୍ଟିକିଲରେ କୁହାଯାଇଛି ଯେ ଚିର ସବୁଜ ସହଯୋଗୀ ଦଳ ଚୀନ୍ ଓ ପାକିସ୍ତାନ ମିଳିତ ଭାବେ ତାଲିବାନକୁ ସେମାନଙ୍କ ପ୍ରତିଶ୍ରୁତି ପାଳନ କରିବାକୁ ମନାଇବା ଉଚିତ୍।
ଆର୍ଟିକିଲରେ କୁହାଯାଇଛି ଯେ ଆଫଗାନିସ୍ତାନ ପ୍ରସଙ୍ଗରେ ଚୀନ୍ ଓ ପାକିସ୍ତାନ ଏକାଠି ହେବା ସହ ଆଫଗାନିସ୍ତାନ ତାଲିବାନକୁ ଏକ ଖୋଲା ମନୋବୃତ୍ତି ସରକାର ଗଠନ କରିବା ସହ ଏକ ନମନୀୟ ଘରୋଇ ତଥା ବୈଦେଶିକ ନୀତି କାର୍ଯ୍ୟକାରୀ କରିବା ଉଚିତ। ସରକାରଙ୍କ ଦ୍ୱାରା ପରିଚାଳିତ ସାଙ୍ଘାଇ ଇନଷ୍ଟିଚ୍ୟୁଟ୍ ଫର ଇଣ୍ଟରନ୍ୟାସନାଲ ଷ୍ଟଡିଜର ଚୀନ୍-ଦକ୍ଷିଣ ଏସିଆ ସହଯୋଗ ଗବେଷଣା କେନ୍ଦ୍ରର ସାଧାରଣ ସମ୍ପାଦକ ଲିଉ ଜୋଙ୍ଗିଙ୍କ ଦ୍ୱାରା ଲେଖାଯାଇଥିବା ଏହି ଆର୍ଟିକିଲରେ କୁହାଯାଇଛି ଯେ ବର୍ତ୍ତମାନ ଆଫଗାନିସ୍ତାନ ତାଲିବାନର ବିବୃତ୍ତି ଅତୀତଠାରୁ ସମ୍ପୂର୍ଣ୍ଣ ଅଲଗା । କିନ୍ତୁ ଭବିଷ୍ୟତରେ ସେମାନେ କେଉଁ ନୀତି ଆପଣେଇବେ ତାହା ଆମେ ଜାଣି ନାହୁଁ।
ଲିୟୁ ଲେଖିଛନ୍ତି, “ଆଫଗାନିସ୍ତାନ ତାଲିବାନ ବର୍ତ୍ତମାନ ଅନେକ ଗୁରୁତର ଆହ୍ବାନର ସମ୍ମୁଖୀନ ହୋଇଛି। ପ୍ରଥମଟି ହେଉଛି ଆଫଗାନିସ୍ତାନ ତାଲିବାନର ଏକତା। ଦ୍ୱିତୀୟରେ, ଆଫଗାନିସ୍ତାନ ତାଲିବାନ ଏକ ଅନ୍ତର୍ଭୂକ୍ତ ଓ ଖୋଲା ମନୋଭାବର ସରକାର ଗଠନ କରିବାକୁ ଚାହୁଁଛି କି ନାହିଁ। ତୃତୀୟତଃ ଖାଦ୍ୟ ଅଭାବ ମାନବିକ ତଥା ଶରଣାର୍ଥୀ ବିପର୍ଯ୍ୟୟର କାରଣ ହୋଇପାରେ। ଚତୁର୍ଥତଃ ସେମାନେ ଅନ୍ତର୍ଜାତୀୟ ସମୁଦାୟରୁ ସହାୟତା ଓ ସ୍ୱୀକୃତି ଲୋଡ଼ିଛନ୍ତି, କିନ୍ତୁ ସେହି ସମୟରେ ସେମାନେ ବିଶ୍ବର କେତେକ ଶତ୍ରୁ ଶକ୍ତିଙ୍କ ଦ୍ବାରା ପ୍ରତିବନ୍ଧକ ସାମ୍ନା କରୁଛନ୍ତି।’’
ଏହି ଆର୍ଟିକିଲରେ କୁହାଯାଇଛି ଯେ ଚୀନ୍ ଓ ପାକିସ୍ଥାନ ଅନନ୍ତ ରଣନୀତିକ ଭାଗିଦାରୀ ଓ ଆଞ୍ଚଳିକ ସୁରକ୍ଷା ସହ ସ୍ଥିରତା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ୍। ଏହି ରଣନୀତିରେ ସମାଲୋଚନା କରାଯାଇଛି ଯେ ତାଲିବାନର କ୍ଷମତା ହାସଲ କରିବା ଚୀନ୍ ଓ ପାକିସ୍ଥାନ ପାଇଁ ଏକ ସଫଳତା ବୋଲି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।