ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ପୂର୍ବ ଲଦାଖରେ ସେନା ବୃଦ୍ଧି କଲା ଚୀନ୍; ଏହାକୁ ଚିନ୍ତାର ବିଷୟ କହିଲେ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ

ପୂର୍ବ ଲଦାଖରେ ସେନା ବୃଦ୍ଧି କଲା ଚୀନ୍; ଏହାକୁ ଚିନ୍ତାର ବିଷୟ କହିଲେ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ

ଭାରତ-ଚୀନ୍ ମଧ୍ୟରେ ଅନେକ ଥର ସାମରିକ ଓ କୂଟନୈତିକ ସ୍ତରର ବୈଠକ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବରରେ ଉଭୟ ଦେଶ ୧୩ତମ ଥର ଆଲୋଚନା କରିବାକୁ ଯାଉଛନ୍ତି।

ପୂର୍ବ ଲଦାଖରେ ସେନା ବୃଦ୍ଧି କଲା ଚୀନ୍; ଏହାକୁ ଚିନ୍ତାର ବିଷୟ କହିଲେ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ
ପୂର୍ବ ଲଦାଖରେ ସେନା ବୃଦ୍ଧି କଲା ଚୀନ୍
  • News18 Odia
  • Last Updated: October 2, 2021, 4:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଚୀନ୍ ଓ ପାକିସ୍ଥାନ ସୀମାରେ ଭାରତ ପାଇଁ କ୍ରମାଗତ ଭାବରେ ସମସ୍ୟା ସୃଷ୍ଟି କରୁଥିବା ଜଣାପଡ଼ିଛି। ଲଦାଖରେ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଚୀନ୍ ପୂର୍ବାଞ୍ଚଳ ଲଦାଖରେ ବହୁ ସଂଖ୍ୟକ ଲୋକଙ୍କୁ ନିୟୋଜିତ କରିଛି। ତେବେ ସେନା ମୁଖ୍ୟ ଏହା ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ବିପଦର ମୁକାବିଲା ପାଇଁ ଭାରତ ମଧ୍ୟ ପ୍ରସ୍ତୁତ ହେଉଛି। ସେ ବୈଠକର ୧୩ ରାଉଣ୍ଡରେ ପରିସ୍ଥିତିରେ ସୁଧାର ଆସିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଏଥି ସହ ପାକିସ୍ତାନ ପକ୍ଷରୁ ମଧ୍ୟ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ଶନିବାର ଜେନେରାଲ ନରୱାନେ କହିଛନ୍ତି, ‘‘ଚୀନ ଆମର ଇଷ୍ଟର୍ଣ୍ଣ କମାଣ୍ଡ, ଇଷ୍ଟର୍ଣ୍ଣ ଲଦାଖ ଓ ଉତ୍ତର ଫ୍ରଣ୍ଟରେ ଅନେକ ସେନା ନିୟୋଜନ କରିଛି । ଚୀନର ସେନା ନିୟୋଜିନ ଆମ ପାଇଁ ପ୍ରକୃତରେ ଚିନ୍ତାର ବିଷୟ । ଆମ ସେମାନଙ୍କ ସବୁ ଗତିବିଧି ଉପରେ ଦୃଷ୍ଟି ରଖିଛୁ । ପ୍ରାପ୍ତ ସୂଚନା ଉପରେ ଆଧାର କରି ଆମେ ଭିତ୍ତିଭୂମି ତଥା ସୈନ୍ୟ ମଧ୍ୟ ବୃଦ୍ଧି କରୁଛୁ, ଯାହା କୌଣସି ବିପଦର ସମ୍ମୁଖୀନ ହେବା ଆବଶ୍ୟକ ।’’

ଅକ୍ଟୋବରରେ ଅନୁଷ୍ଠିତ ହେବାକୁ ଥିବା ୧୩ତମ ବୈଠକ

ଭାରତ ଓ ଚୀନ୍ ପକ୍ଷ ମଧ୍ୟରେ ଅନେକ ସାମରିକ ଓ କୂଟନୈତିକ ସ୍ତରର ବୈଠକ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବରରେ ଉଭୟ ଦେଶ ୧୩ତମ ଥର ଆଲୋଚନା କରିବାକୁ ଯାଉଛନ୍ତି। ଜେନେରାଲ କହିଛନ୍ତି, ‘‘ଗତ ଛଅ ମାସ ଧରି ପରିସ୍ଥିତି ସ୍ୱାଭାବିକ ଅଛି । ଆମେ ଆଶା କରୁଛୁ ଅକ୍ଟୋବରର ଦ୍ୱିତୀୟ ସପ୍ତାହରେ ଏକ ବୈଠକ ହେବ ଓ ଅସନ୍ତୋଷର ସମାଧାନ କିପରି ହେବ ସେ ସମ୍ବନ୍ଧରେ ଆମେ ଏକ ଚୁକ୍ତିରେ ପହଞ୍ଚିବୁ। ମୁଁ ଦୃଢ଼ ଭାବରେ ବିଶ୍ବାସ କରେ ଯେ କଥାବାର୍ତ୍ତା ମାଧ୍ୟମରେ ପାର୍ଥକ୍ୟକୁ ସମାଧାନ କରିପାରିବା । ମୁଁ ଆଶା କରୁଛି ଯେ ଆମେ ଲକ୍ଷ୍ୟ ହାସଲ କରିପାରିବା।’’
Published by: Lipina Das
First published: October 2, 2021, 4:33 PM IST