News18 Odia Digital
punishment for employees: ଦୁନିଆରେ ଅନେକ କମ୍ପାନୀ ଅଛି ଓ ସେମାନଙ୍କର କାର୍ଯ୍ୟ ଶୈଳୀ ଓ ପରିବେଶ ମଧ୍ୟ ଭିନ୍ନ ଭିନ୍ନ ରହିଥାଏ। କେତେକ କମ୍ପାନୀ ନିଜ କର୍ମଚାରୀଙ୍କୁ ପ୍ରଦାନ କରୁଥିବା ପୁରସ୍କାର ହେତୁ ଲାଇମଲାଇଟରେ ରହିଥିବାବେଳେ କିଛି କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଦିଆଯାଇଥିବା ଅଜବ ଦଣ୍ଡ ଯୋଗୁଁ ଲାଇମଲାଇଟକୁ ଆସନ୍ତି।
ଏହିପରି ଗୋଟିଏ କମ୍ପାନୀ ଆଜିକାଲି ବହୁ ଚର୍ଚ୍ଚାରେ ଅଛି। ଏକ ଚାଇନିଜ୍ କମ୍ପାନୀ ସେହି କର୍ମଚାରୀମାନଙ୍କୁ ଦଣ୍ଡ ସୂରପ କଞ୍ଚା ଅଣ୍ଡା ଦେଇଥାଏ ଯେଉଁମାନେ ଆଶା ଅନୁଯାୟୀ କାର୍ଯ୍ୟ କରନ୍ତି ନାହିଁ। ଯେକେହି ଏହାକୁ ଖାଇବାକୁ ମନା କରନ୍ତି, ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଏ। ଲକ୍ଷ୍ୟ ପୂରଣ ପାଇଁ କର୍ମଚାରୀମାନଙ୍କୁ ଚାପ ଦେବା ପାଇଁ ଏହି ଦଣ୍ଡ ଦିଆଯାଏ।
ଯଦି ଲକ୍ଷ୍ୟ ପୂରଣ ନହୁଏ ତେବେ ଇଣ୍ଟର୍ନସିପ୍ ଶେଷ ହେବରିପୋର୍ଟ ଅନୁଯାୟୀ, ଏହି ଚାଇନିଜ୍ କମ୍ପାନୀର ନାମ ହେଉଛି ଜେଙ୍ଗଜୋ ଟେକ୍ନୋଲୋଜି। ଏଠାରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ସୋସିଆଲ୍ ମିଡ଼ିଆରେ କମ୍ପାନୀର ଆଶ୍ଚର୍ଯ୍ୟଜନକ ନୀତି ବିଷୟରେ ସେୟାର କରିଛନ୍ତି।
ସେ କହିଛନ୍ତି ଯେ ଯଦି କମ୍ପାନୀର ଜଣେ କର୍ମଚାରୀ ନିଜ ଲକ୍ଷ୍ୟକୁ ଠିକ୍ ସମୟରେ ପୂରଣ କରନ୍ତି ନାହିଁ, ତେବେ ତାଙ୍କୁ ଦଣ୍ଡ ଭାବରେ କଞ୍ଚା ଅଣ୍ଡା ଖାଇବାକୁ ପଡ଼ିବ। ଯଦି କେହି ଏହି ଅଣ୍ଡା ଖାଇବାକୁ ମନା କରନ୍ତି, ତେବେ ତାଙ୍କୁ ତୁରନ୍ତ ଚାକିରିରୁ ବରଖାସ୍ତ କରାଯାଏ। ତାଙ୍କ ସହ ସମାନ ଘଟଣା ଘଟିଛି। ଲକ୍ଷ୍ୟ ପୂରଣ ନହେବାରୁ ତେବେ ତାଙ୍କୁ କଞ୍ଚା ଅଣ୍ଡା ଖାଇବାକୁ କୁହାଯାଇଥିଲା, ଯେତେବେଳେ ସେ ମନା କରିଦେଲେ, ତାଙ୍କର ଇଣ୍ଟର୍ନସିପ୍ ବନ୍ଦ ହୋଇଗଲା। ଏହି ଯୁବତ କହିଛନ୍ତି ଯେ ଯଦି କିଛି କର୍ମଚାରୀ ପ୍ରଶ୍ନ ପଚାରନ୍ତି, ସେମାନଙ୍କୁ କୁହାଯାଏ ଯେକୌଣସି ଆଇନ ନିୟମ ସେମାନଙ୍କୁ କଞ୍ଚା ଅଣ୍ଡା ଖାଇବାକୁ ବାରଣ କରିବନାହିଁ।
ଲୋକ ଏହି ନୀତିକୁ ବହୁତ ସମାଲୋଚନା କରୁଛନ୍ତିଏଥି ସହିତ ସୋସିଆଲ ମିଡ଼ିଆରେ ଏହି ଯୁବକଙ୍କର ଅଭିଜ୍ଞତା ବିଷୟରେ ଜାଣିବା ପରେ ଲୋକ ଏହି କମ୍ପାନୀକୁ କଡ଼ା ସମାଲୋଚନା କରୁଛନ୍ତି। ଅଧିକାଂଶ ଲୋକ କହୁଛନ୍ତି ଯେ କମ୍ପାନୀର ଆଚରଣ ଭଲ ନୁହେଁ। ଏହା ସଂପୂର୍ଣ୍ଣ ଅମାନବୀୟ। କଞ୍ଚା ଅଣ୍ଡା ଖାଇବା ଦ୍ୱାରା ଶରୀର ପାଇଁ ଅନେକ କ୍ଷତି ହୋଇଥାଏ। ଏଥି ସହିତ, ଘଟଣା ସାମ୍ନାକୁ ଆସିବା ପରେ ଜିନ୍ସୁଇ ଜିଲ୍ଲାର ଲେବର ଇନ୍ସପେକ୍ଟର ବ୍ରିଗେଡ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।