News18 Odia Digital
ହେଲେନ ରୋଡସ୍ ତାଙ୍କ ପିତାମାତାଙ୍କୁ ଦେଖିବା ପାଇଁ ହଂକଂରୁ ବ୍ରିଟେନକୁ ଯାଉଥିଲେ। କିନ୍ତୁ ଯାତ୍ରା ସମୟରେ ଲେନଙ୍କର ବିମାନ ଭିତରେ ମୃତ୍ୟୁ ହୋଇଥିଲା। ମୃତ୍ୟୁର କାରଣ କ’ଣ ତାହା ସ୍ପଷ୍ଟ ହୋଇନାହିଁ।
ହେଲେନଙ୍କ ବନ୍ଧୁ ତାଙ୍କ ମୃତ୍ୟୁ ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି। ହେଲେନ ରୋଡସ୍ ଦୁଇ ପିଲା ଓ ସ୍ୱାମୀଙ୍କ ସହ ହଂକଂରୁ ବ୍ରିଟେନକୁ ଯାଉଥିଲେ, କିନ୍ତୁ ବିମାନ ଭିତରେ ଶୋଇଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଡେଲି ମେଲ ରିପୋର୍ଟରେ କୁହାଯାଇଛି ଯେ ପିଲାମାନେ ମା’ଙ୍କ ମୃତ ଶରୀର ସହିତ ୮ ଘଣ୍ଟା ଯାତ୍ରା କରିଥିଲେ।

ହେଲେନ ରୋଡସ୍ ଙ୍କ ପରିବାର
ଏଥି ସହିତ, ହେଲେନଙ୍କ ସାଙ୍ଗମାନେ ତାଙ୍କର ହଠାତ୍ ମୃତ୍ୟୁକୁ ବିଶ୍ୱାସ କରି ପାରୁ ନାହାଁନ୍ତି। ଜେନ୍ ଜେଜେ GoFundMe ରେ ଏକ ପୋଷ୍ଟରେ ଲେଖିଛନ୍ତି - ଆମେ ତଥାପି ବିଶ୍ୱାସ କରିପାରିବୁ ନାହିଁ ଯେ ଆମର ପ୍ରିୟ ବନ୍ଧୁଙ୍କର ଦେହାନ୍ତ ହୋଇଛି, । ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ହେଲେନଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା।
ଜେଜେ ତାଙ୍କ ପୋଷ୍ଟରେ ଆହୁରି ଲେଖିଛନ୍ତି ଯେ ଏହି ସବୁ ତାଙ୍କ ପିଲାମାନଙ୍କ ସାମ୍ନାରେ ଘଟିଛି। ହେଲେନଙ୍କ ଆକସ୍ମିକ ମୃତ୍ୟୁ ପରେ ସ୍ୱାମୀ ସିମୋନ, ପିଲାମାନେ ନାଥାନ ଓ ଏମା ଭାଙ୍ଗି ପଡ଼ିଥିଲେ। ହେଲେନଙ୍କ ମୃତଦେହ ଫ୍ରାଙ୍କଫର୍ଟ (ଜର୍ମାନୀ) ରେ ବିମାନ ବନ୍ଦରରେ ଓଲ୍ହାଇ ଦିଆଯାଇଥିଲା । ଏହା ପରେ ହେଲେନଙ୍କ ପରିବାର ତାଙ୍କ ବିନା ଅଧିକ ଯାତ୍ରା କରିଥିଲେ।
ହେଲେନ ରୋଡସ୍ ଗତ ୧୫ ବର୍ଷ ଧରି ହଂକଂରେ ରହୁଥିଲେ। କିନ୍ତୁ ସେ ବ୍ରିଟେନକୁ ଫେରିବାକୁ ଚାହୁଁଥିଲେ ଯେଉଁଥିରେ ସେ ପୁନର୍ବାର ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିପାରିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।